ଶ୍ବେତାଙ୍କ ଠାରୁ ନିଅନ୍ତୁ ବିଉଟି ଟିପ୍ସ


ଶ୍ବେତା ତିୱାରୀ (ଫାଇଲ ଫଟୋ)
ଟେଲିଭିଜନ ଦୁନିଆର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଶ୍ବେତା ତିୱାରୀ ଅନ୍ୟତମ। ‘କସୌଟୀ ଜିନ୍ଦଗୀ କେ’ରୁ ଦର୍ଶକଙ୍କ ମଧ୍ୟରେ ବେଶ ଜଣାଶୁଣା ୩୮ ବର୍ଷୀୟା ଶ୍ବେତା ନିଜ ସୌନ୍ଦର୍ଯ୍ୟ ଓ ଲୁକ ବଳରେ ପ୍ରଶଂସକଙ୍କୁ ଆକର୍ଷିତ କରିଥାନ୍ତି। ଏଠାରେ ଶ୍ବେତାଙ୍କ ଘରୋଇ ବିଉଟି ଟିପ୍ସ ସମ୍ପର୍କରେ ସୂଚନା ଦିଆଯାଇଛି।

ଶ୍ବେତା ନିଜ ତ୍ବଚାକୁ ତାଜା ଓ ହାଇଡ୍ରେଟ ରଖିବା ଲାଗି ଖୁବ ପାଣି ପିଅନ୍ତି। ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ଓ କ୍ଷତିକାରକ ବ୍ୟାକ୍ଟେରିଆ ବାହାରିଯାଆନ୍ତି। ବ୍ରଣ, ବ୍ଲାକହେଡସ ଓ ଦାଗ ସମସ୍ୟା ହୋଇ ନ ଥାଏ। ଶ୍ବେତା ତ୍ବଚାର ଦେଖାଶୁଣା ପାଇଁ କ୍ଲିନଜିଂ, ସ୍କ୍ରବିଂ ଓ ଟୋନିଂ ଉପଯୋଗ କରନ୍ତି। ଏପରି କରିବା ଦ୍ବାରା ତାଙ୍କ ତ୍ବଚା ହାଇଡ୍ରେଡ ଓ ସନ୍ତୁଳିତ ରହିଥାଏ। ସପ୍ତାହରେ ଦୁଇଥର କ୍ଲିଜିଂ ଓ ସ୍କ୍ରବିଂ କରିବା ଦ୍ବାରା ଡେଡ ସ୍କିନ ସଫା ହୋଇଯାଏ।

ଶ୍ବେତା ନିଜ ଚେହେରାରେ ମୁଲତାନି ମାଟିର ପ୍ୟାକ ଲଗାନ୍ତି। ମୁଲତାନି ମାଟିରେ ଥିବା ଗୁଣ ବ୍ରଣ, ରିଙ୍କଲ୍ସ ଓ ଦାଗ ଦୂର କରିଥାଏ। ମୁଲତାନି ମାଟିରେ ଗୋଲାପ ଜଳ ମିଶାଇ ବ୍ୟବହାର କରିବା ଦ୍ବାରା ଅଧିକ ଫାଇଦା ମିଳିଥାଏ। ଏହାକୁ ଲଗାଇ ଚେହେରାରେ ଚମକ ଆଣିପାରିବେ। ଶ୍ବେତାଙ୍କ କେଶ ବହୁତ ସୁନ୍ଦର। ଶ୍ବେତା ରାତିରେ ଶୋଇବା ପୂର୍ବରୁ କେଶରେ ଅଲିଭ ଅଏଲ ମାଲିସ କରନ୍ତି। ସକାଳୁ ଶାମ୍ପୁରେ ଧୋଇଥାନ୍ତି। ଏପରି କରିବା ଦ୍ବାରା କେଶ ଝଡ଼ିବା କମ ହୋଇଯାଏ। ରୁପି ସମସ୍ୟା ମଧ୍ୟ ହୋଇ ନ ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ