ପିଲାଙ୍କ ସମୀପ ଦୃଷ୍ଟି ଦୋଷ ଏଡ଼ାଇବା ପାଇଁ ଚେଷ୍ଟା କରନ୍ତୁ


ପ୍ରତୀକାତ୍ମକ ଫଟୋ
ଯଦି ଆପଣଙ୍କ ପିଲା ସ୍ମାର୍ଟଫୋନ୍‌ରେ ଘଣ୍ଟା ଘଣ୍ଟା ସମୟ ବିତାଉଛି, ଭିଡ଼ିଓଗେମ୍‌ ଖେଳୁଛି, କମ୍ପ୍ୟୁଟର କିମ୍ବା ଟାବଲଏଡ଼ରେ ଅଧିକ ସମୟ କିଛି ଦେଖୁଛି, ତେବେ ତା’ର ଦୃଷ୍ଟି ଶକ୍ତି ଦୁର୍ବଳ ହେବାର ସମ୍ଭାବନା ଅଧିକ। ତେଣୁ ଚିନ୍ତା ଛାଡ଼ି ସେମାନଙ୍କୁ ବାହାରକୁ ଖେଳିବାକୁ ଛାଡ଼ନ୍ତୁ। ବିଶେଷଜ୍ଞଙ୍କ କହିବାନୁସାରେ ଯଦି ପିଲାମାନେ ପ୍ରତ୍ୟେକ ଦିନ ଅନ୍ୟୁନ ୨ ଘଣ୍ଟା ବାହାରେ ସୂର୍ଯ୍ୟକିରଣରେ ଖେଳନ୍ତି, ତେବେ ସେମାନଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେବାରୁ ରକ୍ଷା ମିଳିଯିବ।

ସମୀପ ଦୃଷ୍ଟି ଦୋଷ ବା ମାୟୋପିଆ
ଏହି ମାୟୋପିୟା ରୋଗ ହେଲେ ସମୀପ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯିବ। ଏଥିରେ ନିକଟରେ ଥିବା ଜିନିଷ ଝାପ୍‌ସା ଦେଖାଯାଏ। ବିଶେଷଜ୍ଞଙ୍କ କହିବାନୁସାରେ ଏହି ପରିସ୍ଥିତିର କାରଣ ହେଉଛି ଆଖିକୁ ପ୍ରାକୃତିକ ଆଲୋକର ଅଭାବ। ଲଣ୍ଡନର ମୁରଫିଲ୍ଡସ୍‌ ଚକ୍ଷୁ ଡାକ୍ତରଖାନାର ଚକ୍ଷୁ ବିଶେଷଜ୍ଞ ଏନ୍‌ଗ୍ରେଟ୍‌ ଡାଲ୍ମାନ-ନୁର୍‌ କହିଛନ୍ତି ଏହାର ମୁଖ୍ୟ କାରଣ ସିଧାସଳଖ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ନ ଆସିବା। ଯେଉଁ ପିଲାମାନେ କମ୍ପ୍ୟୁଟର, ସ୍ମାର୍ଟଫୋନ୍‌ ଏବଂ ଟାବଲଏଡ୍‌ରେ ଅଧିକ ବ୍ୟବହାର କରୁଛନ୍ତି ଓ ଯେଉଁମାନେ ବାହାରେ ଯାଇ ଖେଳିବାର ସୁଯୋଗ କମ୍‌ ପାଉଛନ୍ତି ସେମାନେ ଠିକ୍‌ ଭାବେ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସି ପାରୁ ନାହାନ୍ତି।

ତେଣୁ ଅଭିଭାବକମାନେ ପିଲାଙ୍କୁ ଏହିସବୁ ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହାରରୁ ନିବୃତ୍ତ ରଖିବା ବଡ଼ କାମ। ପିଲାଙ୍କୁ ଯେତେ ଅଧିକ ସମ୍ଭବ ବାହାରେ ଖେଳିବାକୁ ନେଇ ଯାଆନ୍ତୁ। ଲଣ୍ଡନର କିଙ୍ଗସ୍‌ କଲେଜର ପ୍ରଫେସର କ୍ରିସ୍‌ ହେମଣ୍ଡ କହିଛନ୍ତି ଯେ ବର୍ତ୍ତମାନ ସମୟରେ ପିଲାଙ୍କ ମଧ୍ୟରେ ସମୀପ ଦୃଷ୍ଟି ଦୋଷ ସମସ୍ୟା ସାଧାରଣ କଥା। ଏଥିସହିତ ପିଲାଙ୍କୁ ଓମେଗା-୩ ଯୁକ୍ତ ଖାଦ୍ୟ ଦେବା ଉଚିତ। ଏଥିସହିତ ଭିଟାମିନ୍‌ ଏ, ସି ଏବଂ ଇ ଯୁକ୍ତ ମଧ୍ୟ ଖାଇବାକୁ ଦିଅନ୍ତୁ। ଏହା ଆଖି ପାଇଁ ବହୁତ ଭଲ। ନିୟମିତ ଭାବେ ପିଲାଙ୍କ ଆଖି ପରୀକ୍ଷା କରିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ