ନାରୀ
ପାଦର ଯତ୍ନ ଲାଗି ଘରେ ତିଆରି କରନ୍ତୁ ସ୍କ୍ରବ୍

ପ୍ରତୀକାତ୍ମକ ଫଟୋ
ପାଦର ଯତ୍ନ ନେବା ଅଧିକ ଜରୁରୀ। ମାତ୍ର ବହୁତ କମ୍ ଲୋକ ପାଦର ଯତ୍ନ ନେଇଥାନ୍ତି। ତେଣୁ ଅଧିକାଂଶ ମହିଳାଙ୍କଠାରେ ପାଦ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ। ତ୍ବଚାର ଠିକ୍ ଭାବେ ଯତ୍ନ ନ ନେବା ଫଳରେ ମୃତ କୋଷିକା ଜମିବାରେ ଲାଗିଥାଏ। ତ୍ବଚା ଶୁଷ୍କ ହେବା ସହ ନିର୍ଜୀବ ଲାଗେ। ଯାହାଫଳରେ ଗୋଇଠି ଫାଟିବାରେ ଲାଗେ। ଏଥିରୁ ବଞ୍ଚିବା ଲାଗି ସପ୍ତାହରେ ଅନ୍ୟୁନ ଥରେ ନିଜ ପାଦରୁ ଏହି ମୃତ କୋଷିକା ବାହାର କରିବା ନିହାତି ଦରକାର।
ଯଦି ଆପଣଙ୍କ ପାଦ ଫାଟୁଛି ଏବଂ ପାଦର ତ୍ବଚା ଶୁଷ୍କ ହେଉଛି, ତେବେ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ସମ୍ପର୍କରେ ଜଣାଉଛୁ। ଯାହାକୁ ଅବଲମ୍ବନ କରି ଆପଣ ନିଜ ପାଦକୁ ସୁନ୍ଦର ଏବଂ କୋମଳ କରିପାରିବେ। ଘରେ ତିଆରି କରାଯାଇପାରୁଥିବା ଏହି ସ୍କ୍ରବ୍ରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ତ୍ବଚାରୁ ମୃତ କୋଷିକାକୁ ବାହାର କରିବାରେ ସହାୟତା କରେ। ଚାଲନ୍ତୁ ଜାଣିବା ଏହି ଘରୋଇ ସ୍କ୍ରବ୍ ତିଆରି ସମ୍ପର୍କରେ।
ଉପାୟ ୧
ବ୍ରାଉନ୍ ସୁଗାର (ଅନ୍ରିଫାଇଣ୍ଡ ସୁଗାର)ରେ ୩-୪ ଚାମଚ ନଡ଼ିଆ ତେଲ ପକାନ୍ତୁ। ଏଥିରେ ୬-୭ ବୁନ୍ଦା ପିପରମିଣ୍ଟ ଏସେନସିଆଲ ଅଏଲ ମିଶାଇ ନିଜ ପାଦକୁ ୫ରୁ ୧୦ ମିନିଟ୍ ଯାଏ ସ୍କ୍ରବ୍ କରନ୍ତୁ। ଏହା ପରେ ହାଲୁକା ଉଷୁମ ପାଣିରେ ପାଦ ଧୋଇ ଦିଅନ୍ତୁ।
ଉପାୟ ୨
୨ରୁ ୩ ଦିନ ଟେବଲସ୍ପୁନ୍ ଲୁଣରେ ୨ ଟେବଲସ୍ପୁନ୍ ମହୁ ମିଶାନ୍ତୁ। ଏଥିରେ ୧ ଟେବଲସ୍ପୁନ୍ ପୁଦିନା ରସ ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। କିଛି ସମୟ ପାଇଁ ପାଦରେ ଲଗାଇ ସ୍କ୍ରବ୍ କରନ୍ତୁ। ପରେ ନଖ ଉଷୁମ ପାଣିରେ ପାଦ ଧୁଅନ୍ତୁ।
ଉପାୟ ୩
ଗିନାରେ ୨ ଟେବଲସ୍ପୁନ୍ ରନ୍ଧା ଓଟ୍ସ୍ ଏବଂ ୪ ଚାମଚ ଅଲିଭ ଅଏଲ ରଖି ମିଶାନ୍ତୁ। ଏଥିରେ ୭-୮ ବୁନ୍ଦା ଲାଭେଣ୍ଡର ଏସେନ୍ସିଅଲ ଅଏଲ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶ୍ରଣ କରିବା ପରେ ୧୦ ମିନିଟ୍ ଯାଏ ପାଦକୁ ସ୍କ୍ରବ୍ କରନ୍ତୁ। ଏହାପରେ ନଖ ଉଷୁମ ପାଣିରେ ପାଦ ଧୋଇ ଦିଅନ୍ତୁ।
ଉପାୟ ୪
ଏକ ଚାମଚ ଖାଇବା ସୋଡ଼ାରେ ୧ ଟେବଲସ୍ପୁନ୍ ବାଦାମ ପାଉଡର, ୨-୩ ଟେବଲସ୍ପୁନ୍ ମେୟୋନେଜ୍ ମିଶ୍ରଣ କରନ୍ତୁ। ଏହି ମିଶ୍ରଣକୁ ପାଦରେ ୧୦ ମିନିଟ୍ ଯାଏ ସ୍କ୍ରବ୍ କରନ୍ତୁ। ପରେ ଉଷୁମ ପାଣିରେ ପାଦକୁ ବୁଡ଼ାଇ ରଖନ୍ତୁ। ପରେ ପାଦରେ କ୍ରୀମ୍ ଲଗାନ୍ତୁ।
ଉପାୟ ୫
ଏକ ଗିନାରେ ୨ ଟେବଲସ୍ପୁନ୍ କଫି ସହିତ ୩ ଟେବଲସ୍ପୁନ୍ ଲେମ୍ବୁ ରସ ପକାନ୍ତୁ। ଏଥିରେ ୨ ଟିସ୍ପୁନ୍ ଘି’ କୁଆଁରୀ ରସ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶ୍ରଣ କରିବା ପରେ ପାଦକୁ ସ୍କ୍ରବ୍ କରନ୍ତୁ। ଏପରି ୫-୧୦ ମିନିଟ୍ କରିବା ପରେ ଉଷୁମ ପାଣିରେ ପାଦ ଧୋଇ ଦିଅନ୍ତୁ।
ଉପାୟ ୬
୨ ଟେବଲସ୍ପୁନ୍ ଚାଉଳ ଗୁଣ୍ଡରେ ୧ ଟିସ୍ପୁନ୍ ବେସନ ମିଶାନ୍ତୁ। ଏବେ ଏଥିରେ ୨ ଟେବଲସ୍ପୁନ୍ କ୍ଷୀର ମିଶାନ୍ତୁ। ଏହାକୁ ଭଲ ଭାବେ ମିଶ୍ରଣ କରିବା ପରେ ହାଲୁକା ଭାବେ ପାଦରେ ମାଲିସ କରନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଏହାକୁ ଏପରି ରଖନ୍ତୁ। ଏହା ପରେ ଉଷୁମ ପାଣିରେ ପାଦ ଧୁଅନ୍ତୁ। ପାଦ ଶୁଖିବା ପରେ ପାଦରେ କ୍ରୀମ୍ ଲଗାନ୍ତୁ।
ଉପାୟ ୭
୨ ଚାମଚ ଚିନି ଗୁଣ୍ଡ, ୧ ଚାମଚ କମଳା ଚୋପା ଗୁଣ୍ଡ ଓ ଗୋଲାପ ଜଳ ମିଶାନ୍ତୁ। ଏହି ୩ଟି ଜିନିଷକୁ ମିଶାଇ ୧୦ ମିନିଟ୍ ଯାଏ ସ୍କ୍ରବ୍ କରନ୍ତୁ। ଏହା ପରେ ଉଷୁମ ପାଣିରେ ପାଦ ଧୁଅନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ