ଅଭିଶାପ ଓ ମୃତ୍ୟୁ ଭୟରେ ଏଠି ପାଳନ ହୁଏନି ହୋଲି


ଦେଶରେ ପର୍ବପର୍ବାଣୀ ବହୁତ ଧୁମଧାମରେ ପାଳନ କରାଯାଇଥାଏ। ଏପରିସ୍ଥଳେ ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିବାକୁ ଲୋକେ ବହୁତ ଉତ୍ସାହିତ ହୋଇଥାନ୍ତି। ତେବେ ଏଭଳି ଅନେକ ସ୍ଥାନରେ ଲୋକେ ଅନେକ ଦିନ ପୂର୍ବରୁ ଏହାର ପ୍ରସ୍ତୁତିରେ ଲାଗିପଡ଼ିଥାନ୍ତି। ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠି ହୋଲି ପର୍ବ ପାଳନ କରିବାକୁ ବାରଣ ରହିଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ଏହା ସତ। ବାସ୍ତବରେ ଏସବୁ ସହରରେ ହୋଲି ପାଳନ ନ କରିବା ପଛରେ ଅଜବ ପ୍ରଥା ରହିଛି। ଚାଲନ୍ତୁ ଜାଣିବା ଏ ସମ୍ପର୍କରେ।

୧୦୦ ବର୍ଷ ହେଲା ପାଳନ ହୋଇନି ହୋଲି
ଭାରତର ଝାଡ଼ଖଣ୍ଡର ବୋକାରୋ ନିକଟରେ କସମାର ବ୍ଲକସ୍ଥିତ ଦୁର୍ଗାପୁର ଗାଁ ରହିଛି। ପାଖାପାଖି ୧୦୦ ବର୍ଷ ହେଲାଣି ଏଠାର ଲୋକେ ହୋଲି ପାଳନ କରି ନ ଥିବା କୁହାଯାଉଛି। ହୋଲି ଖେଳିବା ଫଳରେ ଗାଁରେ ମହାମାରୀ ବ୍ୟାପିଥାଏ ବୋଲି ଲୋକବିଶ୍ବାସ ରହିଛି। କୁହାଯାଏ ଅନେକ ବର୍ଷ ପୂର୍ବେ ଏହି ଗାଁର ରାଜାଙ୍କ ପୁତ୍ରଙ୍କ ମୃତ୍ୟୁ ହୋଲି ଦିନ ହୋଇଥିଲା। ଏହାପରେ ରାଜା ଗାଁ ଲୋକଙ୍କୁ ହୋଲି ଖେଳିବାକୁ ବାରଣ କରିଥିଲେ।

୧୨୫ ବର୍ଷ ଧରି ହୋଲି ବାରଣ
ମଧ୍ୟ ପ୍ରଦେଶର ବେତୁଲ ଜିଲାର ମୁଲତାଇ ତହସିଲ ଅଧୀନରେ ଡହୁଆ ଗାଁ ରହିଛି। ଏହି ଗାଁରେ ପାଖାପାଖି ୧୨୫ ବର୍ଷ ହେଲାଣି ହୋଲି ପାଳନ ହୋଇ ନାହିଁ। କୁହାଯାଉଛି ଯେ ହୋଲି ଦିନ ଏହି ଗାଁର ମୁଖିଆ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ। ଏହି ଅଘଟଣରେ ଗାଁର ଲୋକେ ଦୁଃଖ ସହିତ ଡରି ଯାଇଥିଲେ। ଏପରିସ୍ଥଳେ ସେମାନେ ହୋଲି ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଏପରିସ୍ଥଳେ ଡଡୁଆ ଗାଁରେ ହୋଲି ନ ପାଳନ କରିବା ଧାର୍ମିକ ମାନ୍ୟତା ପ୍ରଚଳିତ ହୋଇଛି।

୧୫୦ ବର୍ଷ ହେଲାଣି ହୋଲି ଦେଖିନି ଏହି ଗାଁ
ହରିୟାଣାର କ୍ୟାଥଲର ଗୁହଲ୍ଲା ଚିକା ଗାଁର ଲୋକେ ୧୫୦ ବର୍ଷ ହେଲାଣି ହୋଲି ପାଳନ କରି ନାହାନ୍ତି। କୁହାଯାଉଛି ଏଠାରେ ଛୋଟ ଉଚ୍ଚତାର ଜଣେ ବାବା ରହୁଥିଲେ। ତାଙ୍କ ଉଚ୍ଚତା କାରଣରୁ ଲୋକେ ତାଙ୍କୁ ପରିହାସ କରୁଥିଲେ। ହୋଲିକା ଦହନ ଦିନ ବାବା ଅଗ୍ନିକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏଥିସହିତ ଆତ୍ମହତ୍ୟା କରିବା ପୂର୍ବରୁ ସେ ଗାଁ ଲୋକଙ୍କୁ ହୋଲି ପାଳନ ନ କରିବାକୁ ଚେତାଇ ଦେଇଥିଲେ। ଏହା ସାଙ୍ଗକୁ ଅଭିଶାପ ଦେଇ କହିଥିଲେ ଯେ ହୋଲି ପାଳନ କଲେ ପରିବାରର ବିନାଶ ହେବ। ତେଣୁ ଅଭିଶାପ ଭୟରେ ଏହି ଗାଁର ଲୋକେ ହୋଲି ପାଳନ କରୁ ନାହାନ୍ତି। ଏହି ଅଭିଶାପରୁ ମୁକ୍ତି ପାଇବା ଲାଗି ବାବା କହିଥିଲେ ଯେ ଯଦି ଗାଁରେ ଏହି ଦିନ କାହାରି ପୁତ୍ର କିମ୍ବା ବାଛୁରୀ ଜନ୍ମ ହେବେ, ତେବେ ମୁକ୍ତି ମିଳିବ। କିନ୍ତୁ ଆଜି ପର୍ଯ୍ୟନ୍ତ ଏଭଳି ସଂଯୋଗ ଘଟି ନ ଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ