ଲାକମୀ ଫ୍ୟାଶନ ୱିକର ଶୋ ଷ୍ଟପର ଅନନ୍ୟା


ଲାକମୀ ଫ୍ୟାଶନ ୱିକରେ ଅନନ୍ୟା ପାଣ୍ଡେ
ଲାକମୀ ଫ୍ୟାଶନ ୱିକର ଗ୍ରାଣ୍ଡ ଫିନାଲେ ୨୧ ମାର୍ଚ୍ଚ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲିଉଡର ଅନେକ କଳାକାର ଜବରଦସ୍ତ ଲୁକରେ ନଜର ଆସିଥିଲେ। ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ସେହି କଳାକାରଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସୂଚନାଯୋଗ୍ୟ ଯେ ଅନନ୍ୟା ଲାକମୀ ଆବସଲ୍ୟୁଟ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସଡ଼ର ଅଛନ୍ତି।

ଅନନ୍ୟା ପ୍ରଥମ ଥର ପାଇଁ ଲାକମୀ ଫ୍ୟାଶନ ୱିକର ଗ୍ରାଣ୍ଡ ଫିନାଲେରେ ଶୋ ଷ୍ଟପର ଥିଲେ। ଏଥିପାଇଁ ସେ ଭାରତୀୟ ଫ୍ୟାଶନ ଡିଜାଇନର ରୁଚିକା ସଚଦେବଙ୍କ ଲାଟେଷ୍ଟ କଲେକ୍ସନକୁ ରାମ୍ପରେ ପ୍ରଦର୍ଶିତ କରିଥିଲେ। ରୁଚିକାଙ୍କ କଲେକ୍ସନ କଲର୍ଡ ବ୍ଲାକ ଫ୍ୟାଶନ ଦ୍ବାରା ଅନୁପ୍ରାଣିତ ଥିଲା। ଏହି ଇଭେଣ୍ଟ ପାଇଁ ଅନନ୍ୟା ବାଇସେପ ସ୍ଲିଭସଯୁକ୍ତ କ୍ରପ ଟପ ପିନ୍ଧିଥିଲେ। ଏହାକୁ ସେ ସୁନ୍ଦର ଜିୟୋମେଟ୍ରିକ ପ୍ରିଣ୍ଟଯୁକ୍ତ ପ୍ଲିଟେଡ ସ୍କର୍ଟ ସହ ମ୍ୟାଚ କରିଥିଲେ। ଅନନ୍ୟାଙ୍କ ସ୍କର୍ଟରେ ଲାଲ, ହଳଦିଆ, କଳା, ନୀଳ ଓ କମଳା ରଙ୍ଗର ମଲ୍ଟି କମ୍ବିନେସନ ଥିଲା। ଏହା ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲା।

ଏହି ଆଉଟଫିଟ ସହିତ ଅନନ୍ୟା କୌଣସି ପ୍ରକାରର ହେଭୀ ଆସେସରିଜ ପିନ୍ଧି ନ ଥିଲେ। ବରଂ ଏହା ସହିତ ସେ କଲରଫୁଲ ଡ୍ୟାଙ୍ଗଲର୍ସ, ସଟଲ ମେକଅପ ଓ ଇଣ୍ଡି ମେରୁନ ଲିପ ଶେଡ ସହିତ ତାଙ୍କ ଲୁକକୁ ରିଚ ଓ ଗ୍ରାଣ୍ଡ ଷ୍ଟାଇଲ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ