କୋରୋନା ପାଇଁ ପିଲାଙ୍କ ଠାରେ ବଢ଼ୁଛି ମୋଟାପଣ


ପ୍ରତୀକାତ୍ମକ ଫଟୋ
କୋଭିଡ-୧୯ ମହାମାରୀ ସମୟରେ ଘରେ ବନ୍ଦୀ ହୋଇ ରହିଥିବା ପିଲାଙ୍କୁ ମୋଟାପଣ ସମସ୍ୟାକୁ ଅଧିକ ସାମ୍ନା କରିବାକୁ ପଡ଼ୁଛି। ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ସଚେତନ କରି କହିଛନ୍ତି ଯେ ଶାରୀରିକ ଗତିବିଧି, ଅନ୍ୟମାନଙ୍କ ସହ ଦେଖା ନ ହେବା ଓ ଅଧିକ ଜଙ୍କ ଫୁଡ ସେବନ କରିବା ପିଲାଙ୍କ ପାଇଁ ବିପଦ ସୃଷ୍ଟି କରିଛି। ତାଙ୍କ କହିବାନୁସାରେ କୋଭିଡ-୧୯ ମଧ୍ୟମ ଓ ଉଚ୍ଚ ସାମାଜିକ ଆର୍ଥିକ ଗ୍ରୁପର ଲୋକଙ୍କ ଠାରେ ମୋଟାପଣ ସ୍ଥିତିକୁ ଖରାପ କରିବାରେ ଲାଗିଛି।

କୋଭିଡ-୧୯ କାରଣରୁ ଆର୍ଥିକ, ଖାଦ୍ୟ ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ରାଷ୍ଟ୍ରୀୟ ପରିବାର ସ୍ବାସ୍ଥ୍ୟ ସର୍ଭେକ୍ଷଣରୁ ଏହା ଜଣାପଡ଼ିଛି। ମହାମାରୀ ପୂର୍ବରୁ ୨ଟି ରାଜ୍ୟରେ କରାଯାଇଥିବା ସର୍ଭେରେ ଦେଶର ପିଲାଙ୍କ ଖରାପ ସ୍ଥିତି ସମ୍ପର୍କରେ କୁହାଯାଇଛି। ସର୍ଭେରେ ଅନେକ ରାଜ୍ୟରେ କୁପୋଷଣ ବଢ଼ୁଥିବା ଜଣାପଡ଼ିଛି। ଅପରପକ୍ଷେ ୨୦ ବର୍ଷର ପିଲାଙ୍କ ଠାରେ ମୋଟାପଣ ବୃଦ୍ଧିର ଝଲକ ଦେଖିବାକୁ ମିଳିଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ମିଶନ ପୋଷଣରେ ସରକାରଙ୍କ ପାଇଁ ମୋଟାପଣ ରୋକିବା ଦିଗରେ ଧ୍ୟାନ ଦେବା ଏକ ବହୁତ ବଡ଼ ପ୍ରସଙ୍ଗ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଅଧିକ ଓଜନ ଓ ମୋଟାପଣ ସ୍ଥିତି ସହ କୋଭିଡ-୧୯ର ସମ୍ପର୍କକୁ ଅଣଦେଖା କରାଯାଇ ନ ପାରେ। ଏହା ମଧ୍ୟବର୍ଗୀୟ ଓ ଉଚ୍ଚ ସାମାଜିକ ଆର୍ଥିକ ଗ୍ରୁପରେ ଓଜନ ବୃଦ୍ଧି କରିବା ସମସ୍ୟା ବଢ଼ାଇଥାଏ। କୋଭିଡ-୧୯ରୁ ଦୂରେଇ ରହିବା ଲାଗି ସବୁବେଳେ ଘରେ ରହୁଥିବା ପିଲାମାନେ ବିସ୍କୁଟ, ନମକିନ, ନୁଡଲ, ଆଇସକ୍ରିମ, କେକ ଓ ମିଠା ଡ୍ରିଙ୍କସ କିମ୍ବା ଉଚ୍ଚ କ୍ୟାଲୋରୀଯୁକ୍ତ ତଥା ଶୂନ୍ୟ ପୋଷଣଯୁକ୍ତ ସ୍ନାକସ ଖାଇବାରେ ଲାଗୁଛନ୍ତି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ