ପେଟର ଚର୍ବି କମାଏ ପଦ୍ମାସନ


ପଦ୍ମାସନ ମୁଦ୍ରାରେ ଥିବା ଜଣେ ମହିଳା
ଯୋଗ ମାଧ୍ୟମରେ କେବଳ ଶରୀର ସୁସ୍ଥ ରହି ନ ଥାଏ, ବରଂ ମାନସିକ ସ୍ବାସ୍ଥ୍ୟ ମଧ୍ୟ ଠିକ ରହିଥାଏ। ସକାଳୁ ଉଠିବା ପରେ ଯେଉଁ ଆଳସ୍ୟ ଲାଗିଥାଏ, ତାହା ମଧ୍ୟ ଯୋଗ ଦୂର କରିଥାଏ। ଏବେ ପୁଣିଥରେ କୋରୋନାର ପ୍ରକୋପ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର। ମଣିଷ ଶାରୀରିକ ଭାବେ ଦୁର୍ବଳ ହେଲେ, ସଂକ୍ରମଣ ଆଶଙ୍କା ବଢ଼ିଥାଏ।

ପଦ୍ମାସନ
ପଦ୍ମାସନ ଦୁଇଟି ଅଲଗା ଅଲଗା ଶବ୍ଦକୁ ମିଶାଇ କରାଯାଇଛି। ପଦ୍ମାସନରେ ପ୍ରଥମ ଶବ୍ଦ ପଦ୍ମ ଅର୍ଥାତ କମଳ। ଦ୍ବିତୀୟ ଶବ୍ଦ ହେଉଛି ଆସନ, ଅର୍ଥାତ ବସିବା। ଏଣୁ ପଦ୍ମାସନ କରୁଥିବା ବ୍ୟକ୍ତି ଠିକ ପଦ୍ମ ଫୁଲ ସଦ୍‌ଶ ନଜର ଆସିଥାନ୍ତି।

ଫାଇଦା
ପଦ୍ମାସନ କରିବା ଦ୍ବାରା ଶରୀରକୁ ଯଥେଷ୍ଟ ଫାଇଦା ମିଳିଥାଏ। ବ୍ୟସ୍ତବିବ୍ରତ କିମ୍ବା ଅଶାନ୍ତ ଅନୁଭବ କରୁଥିଲେ ପଦ୍ମାସନ ଅଭ୍ୟାସ କରନ୍ତୁ। ଏହା ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ। ଏହି ଆସନ କରିବା ଦ୍ବାରା ଅଲୌକିକ ଶକ୍ତି ମିଳିଥାଏ। ଏହା ଏକ ଶକ୍ତିଶାଳୀ ଆସନ। ଏହା ଅଣ୍ଟା ଓ ହୃଦରୋଗୀଙ୍କ ପାଇଁ ଉତ୍ତମ ଆସନ। ଏହି ଆସନ କରିବା ଦ୍ବାରା ପେଟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିସହିତ ପେଟର ଚର୍ବି କମ ହୋଇଥାଏ। ଯେଉଁମାନଙ୍କର ପାଚନ ସମ୍ପନ୍ଧିତ ସମସ୍ୟା ରହିଛି, ଏହି ଆସନ କରିବା ଦ୍ବାରା ପାଚନ ଶକ୍ତି ବଢ଼ିଥାଏ। ଏହାକୁ ନିୟମିତ ଅଭ୍ୟାସ କରିବା ଦ୍ବାରା ପେଟର ଚର୍ବି କମ ହୋଇଥାଏ। ଏଥିସହିତ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ଏହା ସାହାଯ୍ୟ କରେ। ଉଚ୍ଚ ରକ୍ତଚାପ, ହାର୍ନିଆ ଓ ଗର୍ଭବତୀ ମହିଳାମାନେ ଏହି ପଦ୍ମାସନ କରିବା ଉଚିତ ନୁହେଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ