ଆର୍ଥିକ ସଙ୍କଟରେ ପକାଇବ ଟ୍ୟାପରୁ ପାଣି ପଡ଼ିବା


ପ୍ରତୀକାତ୍ମକ ଫଟୋ
ଘରେ ଥିବା ପାଣି ଟ୍ୟାପରୁ ଲଗାତର ପାଣି ପଡ଼ୁଥିଲେ ଏହାକୁ ତୁରନ୍ତ ମରାମତି କରିଦେବା ଉଚିତ। କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ବହୁତ ଅଶୁଭ ବୋଲି କୁହାଯାଏ। ଏହା ଘର ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। ଯଦି ଆପଣଙ୍କ ଘରର ପାଣି ଟ୍ୟାପ ଖରାପ ଅଛି ଓ ବନ୍ଦ କରିବା ପରେ ମଧ୍ୟ ପାଣି ଟୋପା ପଡ଼ିବାରେ ଲାଗୁଛି, ତେବେ ଏହାକୁ ଶୀଘ୍ର ଠିକ କରିଦେବା ଉଚିତ। କାରଣ ଏପରି ହେବା ଦ୍ବାରା ଘରର ଧନ ପାଣି ଭଳି ବହିଯାଏ। ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ।

ସେହିପରି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଯଦି ରୋଷେଇ ଘରର ନଳ ଖରାପ ରହିଛି, ତେବେ ଏହା ଆଦୌ ଶୁଭଙ୍କର ନୁହେଁ। ଏହାଦ୍ବାରା ଘରର କୌଣସି ସଦସ୍ୟ ରୋଗରେ ପଡ଼ି ପାରନ୍ତି। ଏହାର ଖରାପ ପ୍ରଭାବ ବିଜନେସ ଉପରେ ମଧ୍ୟ ପଡ଼ିଥାଏ। ବାସ୍ତୁଶାସ୍ତ୍ର ମୁତାବକ ଖରାପ ପାଣି ପାଇପ କାରଣରୁ ବ୍ୟବସାୟରେ ମଧ୍ୟ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଟ୍ୟାପରୁ ପାଣି ଟୋପା ପଡ଼ୁଥିଲେ, ଏହାକୁ ଶୀଘ୍ର ଠିକ କରନ୍ତୁ। ଟ୍ୟାପରୁ ପାଣି ପଡ଼ୁଥିଲେ ଘରେ ନକରାତ୍ମକ ଶକ୍ତିର ବିକାଶ ହୋଇଥାଏ। ବାସ୍ତୁଶାସ୍ତ୍ର ମୁତାବକ ଖରାପ ଟ୍ୟାପ କାରଣରୁ ଘରେ ସକରାତ୍ମକ ଶକ୍ତି କମ ଓ ନକାରାତ୍ମକ ଶକ୍ତି ବଢ଼ିଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ