ଘୋଷ୍ଟ ଟାଉନ ନାମରେ ଲୋକପ୍ରିୟ ଏସବୁ ସ୍ଥାନ


ପ୍ରତୀକାତ୍ମକ ଫଟୋ
ଆଡଭେଞ୍ଚର ପ୍ରିୟ ଲୋକେ ସବୁବେଳେ ଏଭଳି ସ୍ଥାନ ଓ ଆକ୍ଟିଭିଟି ଖୋଜିଥାନ୍ତି, ଯାହା ଟିକେ ହଟକେ ହୋଇଥାଏ। ଯଦି ଆପଣ ମଧ୍ୟ ଏଭଳି ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ, ଯାହାକୁ ଶୁନଶାନ ସଡ଼କ, ଖାଲି ପଡ଼ିଥିବା କୋଠା, ରାତିର ଅନ୍ଧାରରେ ମଧ୍ୟ ଆଡଭେଞ୍ଚର ନଜର ଆସୁଛି। ତେବେ ଦେଶ ବିଦେଶରେ ଥିବା କେତେକ ହଣ୍ଟେଡ ସ୍ଥାନ ସମ୍ପର୍କରେ ଜାଣି ରୋମାଞ୍ଚିତ ହେବେ। ଚାଲନ୍ତୁ ଜାଣିବା ଘୋଷ୍ଟ ଟାଉନ ନାମରେ ପରିଚିତ ଏଭଳି କେତେକ ସ୍ଥାନ ସମ୍ପର୍କରେ।

ସେଣ୍ଟ ଏଲମୋ, କୋଲୋରାଡୋ
ଅନେକ ବର୍ଷ ପୂର୍ବେ ଏହି ସ୍ଥାନ ବହୁତ ବଡ଼ ମାଇନିଂ ଟାଉନ ନାମରେ ଜଣାଶୁଣା ଥିଲା। ଏପରିକି ସେଣ୍ଟ୍ରାଲ କୋଲୋରାଡୋରୁ ଏଠାକୁ ରେଳପଥ ସୁବିଧା ମଧ୍ୟ ଥିଲା। କିନ୍ତୁ ବର୍ଷ ୧୯୨୨ରେ ରେଳପଥ ବନ୍ଦ ହେବା କାରଣରୁ ଏହି ସ୍ଥାନ ପୂରାପୂରି ଶୁନଶାନ ହୋଇଯାଇଥିଲା। ଏଠି ଘର, ଦୋକାନ, ଚର୍ଚ୍ଚ ସବୁସ୍ଥାନ ଖାଲି ପଡ଼ିରହିଛି।

ବୋଡି, କାଲିଫର୍ଣ୍ଣିଆ
୧୮୭୯ରେ ବୋଡ଼ିରେ ସୁନା ଖଣି ଥିଲା। ପାଖାପାଖି ୮୫୦୦ ଲୋକ ଏଠାରେ ରହୁଥିଲେ। ଏମାନେ ସାଧାରଣତଃ ଗନ ଫାଇଟିଂ ଓ ଲଢ଼େଇ ଝଗଡ଼ା ପାଇଁ ଜଣାଶୁଣା ଥିଲେ। ମାଇନିଂ ବନ୍ଦ ହେବା କାରଣରୁ ଏଠାକାର ଲୋକଙ୍କ ଜୀବନ ପୂରାପୂରି ଠପ ହୋଇଯାଇଥିଲା। ଏହା ଦେଖିବା ଲାଗି କୌଣସି ହରର ସିନେମାର ଲୋକେସନ ଭଳି ଲାଗିଥାଏ।

ହମ୍ବରଷ୍ଟୋନ ଏଣ୍ଡ ସାନ୍ତା ଲାରା, ଏଟେକ୍ୟାମା ଡେଜର୍ଟ, ଚିଲି
ଚିଲିର ସାଲପିଟର ମାଇନ୍ସ ୧୯୫୮ରେ ବନ୍ଦ ହୋଇଯାଇଥିଲା। ଏହା ଏଠାକାର ଲୋକଙ୍କ ରୋଜଗାରର ଉତ୍ସ ଥିଲା। ଏହାପରେ ଏଠାର ଥିଏଟର୍ସ, ସ୍ବିମିଂପୁଲ, ଘର, ହୋଟେଲ ଓ ଦୋକାନ ସବୁକିଛି ଖାଲି ହୋଇଯାଇଥିଲା। ଆଡଭେଞ୍ଚର ସ୍ଥାନ ଭ୍ରମଣ କରିବାର ସଉକ ରଖୁଥିବା ଲୋକ ଏଠାକୁ ବୁଲିବାକୁ ଯାଇପାରିବେ।

ଭାନଗଡ଼, ରାଜସ୍ଥାନ
ରାଜସ୍ଥାନର ଭାନଗଡ଼ ଦୁର୍ଗ ହରର ସ୍ଥାନ ମଧ୍ୟରେ ଅନ୍ୟତମ। ଏହାକୁ ଜୟପୁରର ରାଜା ୧୭୨୦ ମସିହାରେ ନିର୍ମାଣ କରିଥିଲେ। ଆଖପାଖର ଖାଲିପଡ଼ିଥିବା ସ୍ଥାନ ଓ ଶୁନଶାନ ସଡ଼କ ପର୍ଯ୍ୟଟକଙ୍କୁ ଡରାଇବାକୁ ଯଥେଷ୍ଟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ