ଅଫିସ୍‌ରେ ପ୍ରମୋସନ ଚାହୁଛନ୍ତି ତ କରନ୍ତୁ ଏସବୁ କାମ


ପ୍ରତୀକାତ୍ମକ ଫଟୋ
ଅଫିସ୍‌ରେ ପ୍ରମୋସନ ପାଇବା ପାଇଁ ସମସ୍ତେ ଆଶା ରଖିଥାନ୍ତି। ମାତ୍ର ଏହି ସଫଳତା ଅଳ୍ପ କେତେକ ଲୋକଙ୍କୁ ମିଳିଥାଏ। ଯଦି ଆପଣ ମଧ୍ୟ ଅଫିସ୍‌ରେ ପ୍ରମୋସନ ଚାହୁଛନ୍ତି, ତେବେ ନିଜ ପରଫରମାନ୍ସରେ ଏସବୁ ଜିନିଷକୁ ଧ୍ୟାନରେ ରଖନ୍ତୁ।

ଆପଣଙ୍କୁ ଯେତେବେଳେ କିଛି କାମ ଦିଆଯାଉଛି ତାହା ତୁରନ୍ତ କରନ୍ତୁ। ଅନେକ ଭାବନ୍ତି ଏହି କାମ ତୁଟାଇବା ଲାଗି ସମୟ ବହୁତ ଅଛି। ତେଣୁ ଦିଆଯାଇଥିବା କାମ ପରେ କରିବେ। ମାତ୍ର ଏପରି କରିବା ଠିକ୍‌ ନୁହେଁ। କାରଣ ପରେ କାମ କରିବାକୁ ବସିବାବେଳକୁ ଆପଣଙ୍କୁ ଆହୁରି କିଛି କାମ ମଧ୍ୟ ପଡ଼ିପାରେ। ଫଳରେ କାମର ବୋଝ ମାଡ଼ି ବସିବା ଭଳି ଲାଗେ। ଏହାଦ୍ବାରା କାମର ଗୁଣବତ୍ତା ଉପରେ ପ୍ରଭାବ ପଡ଼େ।

ଏବେ ଅଫିସ୍‌ରେ ମଲ୍ଟିଟାସ୍କିଂର ଜମାନା ଚାଲିଛି। ଯେଉଁମାନେ ଏକାଧିକ କାମ କରିବାରେ ନିପୁଣ, ସେମାନଙ୍କୁ ପ୍ରମୋସନ ପାଇଁ ଆଗ ସୁଯୋଗ ମିଳୁଛି। ତେଣୁ ଆପଣ ପ୍ରମୋସନ ଆାଶାୟୀ ହୋଇଥିଲେ ମଲ୍ଟିଟାସ୍କିଂ କରିବା ଶିଖନ୍ତୁ। ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ପାଖରେ ଅଧିକ କାମ ପଡ଼ି ରହିଛି, ଏପରିସ୍ଥଳେ ମଲ୍ଟିଟାସ୍କିଂ କିପରି କରିବେ? ତେବେ ନିଜେ କରୁଥିବା କାମକୁ ଶୃଙ୍ଖଳିତ ଭାବେ କରିବା ଆରମ୍ଭ କରନ୍ତୁ। ଏପରିସ୍ଥଳେ ଆପଣ କମ୍‌ ସମୟରେ ଅଧିକ କାମ କରିପାରିବେ।

ନିଜକୁ ଚ୍ୟାଲେଞ୍ଜ କରିବା ବହୁତ ଆବଶ୍ୟକ। ଏହାଦ୍ବାରା କେବଳ ଆପଣଙ୍କ କାମ କରିବାର ପରିଧି ବଢ଼ିବ ନାହିଁ ଆପଣ ନିଜେ ଅନୁଭବ କରିପାରିବେ ଯେ କିଭଳି ଭାବେ ଗୁଣବତ୍ତା ରକ୍ଷା କରି କାମ କରିପାରୁଛନ୍ତି। ଆପଣଙ୍କ ପାଖରେ ସବୁଠାରୁ ଶକ୍ତିଶାଳୀ ପକ୍ଷ କ’ଣ ଅଛି ତାହା ମଧ୍ୟ ପରଖି ପାରିବେ। ଏଥିସହିତ ନିଜ କାମର ଫିଡ୍‌ବ୍ୟାକ୍‌ ନେବା ମଧ୍ୟ ଆବଶ୍ୟକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ