ଲାଇଫ ଷ୍ଟାଇଲ
ଭଲ ନିଦ ପାଇଁ ଆପଣାନ୍ତୁ ଏସବୁ ଉପାୟ

ପ୍ରତୀକାତ୍ମକ ଫଟୋ
ଆପଣ ରାତିରେ ଶୋଇବାବେଳେ ବାରମ୍ବାର କଡ଼ ଲେଉଟାଉଛନ୍ତି କି? ସକାଳୁ ଉଠିବାବେଳେ ଥକାପଣ ଅନୁଭବ କରୁଛନ୍ତି କି? ଯଦି ହଁ ତେବେ ଏହି ଉପାୟ ଅବଲମ୍ବନ କରି ଆପଣ ନିଶ୍ଚିନ୍ତରେ ଶୋଇପାରିବେ। ଚାଲନ୍ତୁ ଜାଣିବା ଆରାମରେ ଶୋଇବା ଲାଗି ପ୍ରଭାବଶାଳୀ ଉପାୟ ସମ୍ପର୍କରେ।
ପୁରୁଣା କାହାଣୀ ଶୁଣନ୍ତୁ
ପିଲାଦିନେ ରାତିରେ କାହାଣୀ ଶୁଣାଇ କେମିତି ଆପଣଙ୍କ ଜେଜେ ମା’ କିମ୍ବା ମା’ ଶୁଆଇ ଦେଉଥିଲେ, ସେହିଦିନକୁ ମନେ ପକାନ୍ତୁ। ଏହି କାହାଣୀ ଆପଣଙ୍କୁ କେବଳ ରହସ୍ୟ ଓ ପରୀ ରାଇଜକୁ ନେଇ ଯାଉ ନ ଥିଲା। ମାତ୍ର ଏହାକୁ ଶୁଣିଲା ପରେ ସହଜରେ ଆପଣଙ୍କୁ ନିଦ ଆସି ଯାଉଥିଲା। ସେହି ଉପାୟକୁ ଏବେ ବି ଅବଲମ୍ବନ କରନ୍ତୁ। ପୁରୁଣା କାହାଣୀ ପଢ଼ନ୍ତୁ କିମ୍ବା ଶୁଣନ୍ତୁ। ଦେଖିବେ ନିଶ୍ଚିନ୍ତରେ ଶୋଇପାରିବେ।
ଉପଯୁକ୍ତ ଗଦି ଚୟନ କରନ୍ତୁ
ଆପଣଙ୍କୁ ରାତିରେ ଭଲ ଭାବେ ନିଦ ନ ହେବାର କାରଣ ଆପଣଙ୍କ ଗଦି ବି ହୋଇପାରେ। ଏହି ସମସ୍ୟାର ସମାଧାନ ପାଇଁ ପ୍ରଥମେ ଆରାମଦାୟକ ଗଦି ଚୟନ କରନ୍ତୁ। ଯାହା ଆପଣଙ୍କୁ ଗଭୀର ନିଦ ଦେବା ସହ ବିନା କୌଣସି ସମସ୍ୟାରେ ସକାଳେ ଉଠିବାକୁ ଦେବ।
ବେଡ୍ ପାଖରେ ଲେମ୍ବୁ ରଖନ୍ତୁ
ଯଦି ଆଲର୍ଜି, ଆସ୍ଥମା କିମ୍ବା ଥଣ୍ଡା ପାଇଁ ଆପଣ ଶୋଇ ପାରୁ ନାହାନ୍ତି ତେବେ ଗୋଟିଏ ଲେମ୍ବୁ କାଟି ବେଡ୍ ପାଖରେ ରଖନ୍ତୁ। ଏହା ଆପଣଙ୍କ ରୁମ୍ରେ ତାଜା ସୁଗନ୍ଧ ଦେବା ସହ ସହଜରେ ଆପଣଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାକୁ ଦେବ। ଯାହାଫଳରେ ଆପଣ ଆରାମରେ ଶୋଇପାରିବେ।
ବ୍ଲୁ ଲାଇଟ୍ ବନ୍ଦ କରନ୍ତୁ
ଭଲ ନିଦ ପାଇଁ ନିଜ କୋଠରୀରେ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ନିହାତି ଦରକାର। ତେଣୁ ଆପଣଙ୍କ ବେଡ୍ରୁମ୍ରୁ ସେଲଫୋନ୍, କମ୍ପ୍ୟୁଟର, ଟାବଲଏଡ୍, ଟିଭି ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ର ସ୍କ୍ରିନ୍ରୁ ବାହାରୁଥିବା ସମସ୍ତ ପ୍ରକାରର ବ୍ଲୁ ଲାଇଟ୍କୁ ବନ୍ଦ କରନ୍ତୁ।
ସୁମଧୁର ସଙ୍ଗୀତ ଶୁଣନ୍ତୁ
କାର୍, ବାଇକ୍ ଭଳି ବାହାରର ଶବ୍ଦ ଆପଣଙ୍କୁ ଶୋଇବାରେ ଅସୁବିଧା ସୃଷ୍ଟି କରୁଥିଲେ ଆପଣଙ୍କ ଶୋଇବାରେ ସମସ୍ୟା ସୃଷ୍ଟି ହୋଇପାରେ। ସୁଲଳିତ ସଙ୍ଗୀତ ଶୁଣନ୍ତୁ। ପକ୍ଷୀର କାକଳୀ, ଝରଣାର ଶବ୍ଦ, ପତ୍ର ହଲିବା ଶବ୍ଦ ଭଳି ପ୍ରକୃତି ସହିତ ଜଡ଼ିତ ଶବ୍ଦ ଶୁଣନ୍ତୁ। ଏହା ଆପଣଙ୍କୁ ଆରାମଦାୟକ ନିଦ ଦେବାରେ ସହାୟତା କରିବ।
ଚେରି ଜୁସ୍ ପିଅନ୍ତୁ
ଆପଣଙ୍କୁ ରାତିରେ ନିଦ ହେଉ ନ ଥିଲେ ବିଛଣାକୁ ଯିବା ପୂର୍ବରୁ ଚେରି ଜୁସ୍ ପିଅନ୍ତୁ। କେତେକ ଗବେଷଣା ମୁତାବକ ଚେରୀରେ ମେଲାଟୋନିନ୍ ରହିଛି। ଏହା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ