ଉତ୍ତମ ସ୍ବାସ୍ଥ୍ୟ
ଜାଣନ୍ତୁ ଅଲ୍ଝାଇମର ରୋଗର ଲକ୍ଷଣ

ପ୍ରତୀକାତ୍ମକ ଫଟୋ
କୁହାଯାଏ ବୟସ ବଢ଼ିବା ସହିତ ଲୋକେ ବହୁତ କଥା ଭୁଲି ଯାଆନ୍ତି। ମାତ୍ର ଏହି ଭୁଲା ରୋଗର ଲକ୍ଷଣ ପ୍ରାୟ କେହି ଜାଣି ନ ଥିବେ। ବୟସ୍କଙ୍କଠାରେ ଦେଖାଯାଉଥିବା ଏହି ଭୁଲା ରୋଗ ବା ଅଲ୍ଝାଇମର ଅସ୍ତବ୍ୟସ୍ତତା ଓ ବ୍ୟସ୍ତ ବିବ୍ରତ ଲକ୍ଷଣରୁ ଆରମ୍ଭ ହୋଇଥାଏ।
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ବୟସ୍କମାନେ ଅଧିକ ଅସ୍ତବ୍ୟସ୍ତ କିମ୍ବା ବିବ୍ରତ ହେଉଛନ୍ତି, ତେବେ ବୁଝିନେବା ଉଚିତ ଯେ ଏହା ଭୁଲା ରୋଗ ଆରମ୍ଭ ହେବାର ସଙ୍କେତ। ଅଲ୍ଝାଇମର ଏକ ନ୍ୟୁରୋଡିଜେନେରେଟିଭ୍ ଅବସ୍ଥା, ଯେଉଁଥିରେ ବୋଧଶକ୍ତି କ୍ଷମତାରେ ହ୍ରାସ ଘଟିଥାଏ। ଏଥିରେ ପୀଡ଼ିତ ବ୍ୟକ୍ତି ଦୈନନ୍ଦିନ ଜୀବନଚର୍ଯ୍ୟାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ।
ଏହି ଗବେଷଣା ଫଳାଫଳରୁ ଜଣାପଡ଼ିଛି ଯେ ବୟସ୍କଙ୍କଠାରେ ଅସ୍ତବ୍ୟସ୍ତ ହେବା ଲକ୍ଷଣ ଆମିଲଏଡ୍ ବିଟା ସ୍ତରରେ ବୃଦ୍ଧି ସହିତ ଜଡ଼ିତ ହୋଇପାରେ। ଯାହା ଭୁଲା ରୋଗ ବୃଦ୍ଧି କରିବାର ଏକ ମୁଖ୍ୟ କାରଣ ହୋଇପାରେ। ଏହି ଗବେଷଣା କରିଥିବା ମୁଖ୍ୟ ବିଶେଷଜ୍ଞ ତଥା ବୋଷ୍ଟନ୍ର ମନୋବିଜ୍ଞାନୀ ନାନ୍ସି ଡୋନୋୱନ୍ କହିଛନ୍ତି ଗବେଷଣା ସମୟରେ ଅବସାଦ ତଥା ଦୁଃଖ ଏବଂ ଏକାଗ୍ରତା ହ୍ରାସ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ବ୍ୟସ୍ତବିବ୍ରତ ହେବା ଭଳି ଲକ୍ଷଣ ମସ୍ତିଷ୍କରେ ବିଟା ସ୍ତର ବୃଦ୍ଧି ସହିତ ଜଡ଼ିତ ଥିବା ଜଣାପଡ଼ିଥିବା ଡା. ନାନ୍ସି କହିଛନ୍ତି। ତେଣୁ ବୟସ୍କଙ୍କଠାରେ ବ୍ୟସ୍ତ ବିବ୍ରତ ଭଳି ଲକ୍ଷଣ ଦେଖାଗଲେ ଏହା ବୋଧଶକ୍ତି ହ୍ରାସ ପାଇବାର ପ୍ରାରମ୍ଭିକ ସ୍ତର ବୋଲି ଜାଣିବାକୁ ପଡ଼ିବ। ଏହି ଗବେଷଣାର ଫଳାଫଳ ଦ ଆମେରିକାନ୍ ଜର୍ଣ୍ଣାଲ ଅଫ୍ ସାଇକିଆଟ୍ରିରେ ପ୍ରକାଶ ପାଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ