ଚାଲନ୍ତୁ ଜାଣିବା ହଳଦୀର ଫାଇଦା ସମ୍ପର୍କରେ


ପ୍ରତୀକାତ୍ମକ ଫଟୋ
ହଳଦୀକୁ ଶୁଭ ସଙ୍କେତ ଭାବେ ଗ୍ରହଣ କରାଯାଏ। ସେଥିପାଇଁ ନୂଆ ବସ୍ତ୍ର ହେଉ ବା ବାହାଘର ନିମନ୍ତ୍ରଣ କାର୍ଡ ସବୁଥିରେ ହଳଦୀ ଲଗାଇ ଶୁଭ ଅନୁକୂଳ କରାଯାଏ। ଏବେ ବଜାରରେ ଉପଲବ୍ଧ ହେଉଥିବା ପ୍ରସାଧନ ସାମଗ୍ରୀରେ ହଳଦୀର ବ୍ୟବହାର ଦେଖିବାକୁ ମିଳୁଛି। ତେବେ ହଳଦୀର ଫାଇଦା ସମ୍ପର୍କରେ ଚାଲନ୍ତୁ ଜାଣିବା।

ସନ୍‌ଟ୍ୟାନ୍‌ ଦୂର କରେ
ଶୀତ ଦିନ ହେଉ ବା ଖରା ଦିନ। ସବୁ ଋତୁରେ ସନ୍‌ଟ୍ୟାନ୍‌ ହୋଇଥାଏ। ସୂର୍ଯ୍ୟ କିରଣରେ ଥିବା କ୍ଷତିକାରକ ଅତିବାଇଗଣୀ ରଶ୍ମି ସିଧାସଳଖ ଚର୍ମ ସଂସ୍ପର୍ଶରେ ଆସିବା ଫଳରେ ଟ୍ୟାନିଂ ହୋଇଥାଏ। ମାତ୍ର ହଳଦୀ ସହାୟତାରେ ଏଥିରୁ ମୁକ୍ତି ମିଳିପାରିବ। ତେଣୁ ଅଧ ଚାମଚ ହଳଦୀ ଗୁଣ୍ଡରେ ଏକ ଚାମଚ ଟମାଟୋ ରସ ଏବଂ ଏକ ଚାମଚ ଦହି ମିଶାଇ ଚେହେରା ଏବଂ ବେକରେ ଲଗାନ୍ତୁ। ୩୦ ମିନିଟ୍‌ ପରେ ଏହାକୁ ଧୋଇ ଦିଅନ୍ତୁ। ହଲଦୀ, ଟମାଟୋ ଏବଂ ଦହିରେ ଭିଟାମିନ୍‌ ସି ରହିଛି। ଯାହା ସନ୍‌ଟ୍ୟାନ୍‌ ଦୂର କରିବାରେ ସହାୟତା କରେ।

ଡାର୍କ ସର୍କଲ ହଟାଏ
ମୁହଁ ଅସୁନ୍ଦର ଦେଖାଯିବାରେ ସବୁଠାରୁ ବଡ଼ କାରଣ ଡାର୍କ ସର୍କଲ ହୋଇଥାଏ। ଚାପ ଏବଂ ଚିନ୍ତା ଭଳି ଅନେକ କାରଣ ପାଇଁ ଆଖି ତଳକଳା ପଡ଼ିଯାଏ।ଏହାକୁ ସମ୍ପୂର୍ଣ୍ଣ ଭାବେ ଠିକ୍‌ କରିବା ଲାଗି ପର୍ଯ୍ୟପ୍ତ ମାତ୍ରାରେ ଶୋଇବା ଉଚିତ। ମାତ୍ର ହଳଦୀ ସହାୟତାରେ ମଧ୍ୟ ଏହାକୁ କିଛି ମାତ୍ରାରେ କମ୍‌ କରିପାରିବେ। ତେଣୁ ଦୁଇ ଚାମଚ ହଳଦୀ ଗୁଣ୍ଡରେ କିଛି ବୁନ୍ଦା ଟମାଟୋ ରସ ଏବଂ ବାଦାମ ତେଲ ମିଶାଇ ଆଖି ତଳେ କଳା ପଡ଼ିଥିବା ସ୍ଥାନରେ ଲଗାଇ ମାଲିସ କରନ୍ତୁ। ଏହାକୁ ସପ୍ତାହରେ ଦୁଇଥର କଲେ ଭଲ ଲାଭ ମିଳିଥାଏ।

ବ୍ରଣ ଦୂର କରେ
ପ୍ରଦୂଷଣ ପାଇଁ ମୁହଁରେ ବ୍ରଣ ହୋଇଥାଏ। ଧିରେ ଧିରେ ଏହା କଳା ପଡ଼ି ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଏହାକୁ ସବୁବେଳ ପାଇଁ ଦୂର କରିବା ଲାଗି ହଳଦୀ ଗୁଣ୍ଡରେ କିଛି ବୁନ୍ଦା ଘି’ କୁଆଁରୀ ରସ ମିଶାଇ ବ୍ରଣ ଦାଗ ସ୍ଥାନରେ ଲଗାନ୍ତୁ। ୩୦ ମିନିଟ୍‌ ପରେ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁରୁ ଅତିରିକ୍ତ ତୈଳୀୟ ଅଂଶ ଏବଂ ମଇଳା ଧିରେ ଧିରେ କମ୍‌ ହୋଇଯାଏ।

ଚର୍ମକୁ ହାଇଡ୍ରେଟ୍‌ ରଖେ
ପବନରେ ଆର୍ଦ୍ରତା କମ୍‌ ହେବା ଏବଂ ପ୍ରଚୁର ମାତ୍ରାରେ ପାଣି ନ ପିଇବା ଫଳରେ ଚର୍ମ ଶୁଷ୍କ ହୋଇ ଫାଟିଥାଏ। ଏହାକୁ ମଏଶ୍ଚରାଇଜ୍‌ କରିବା ଲାଗି ଏକ ଚାମଚ ହଳଦୀ ଗୁଣ୍ଡରେ ଏକ ଚାମଚ ବେସନ, ଚିମୁଟେ ଚନ୍ଦନ ପାଉଡର ଏବଂ କ୍ଷୀର ମିଶାଇ ଗାଢ଼ ପେଷ୍ଟ ତିଆରି କରନ୍ତୁ। ବେସନ ମୃତ କୋଷିକାକୁ ନଷ୍ଟ କରିବାବେଳେ ହଳଦୀ ଏବଂ କ୍ଷୀର ଚର୍ମକୁ ହାଇଡ୍ରେଟ୍‌ ରଖେ। ଏହାକୁ ସପ୍ତାହରେ ଦୁଇଥର ବ୍ୟବହାର କଲେ ଉତ୍ତମ ଲାଭ ମିଳିବ।

ମୁହଁରୁ ଅବାଞ୍ଛିତ କେଶ ହଟାଇବ
ହଳଦୀ ଗୁଣ୍ଡ, ବେସନ, ଲେମ୍ବୁ ଏବଂ ଦହି ମିଶାଇ ଗାଢ଼ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ। ୫ ମିନିଟ୍‌ ପରେ ମୁହଁକୁ ମାଲିସ କରନ୍ତୁ। ଏହି ପ୍ୟାକ୍‌ ତିଆରି କରି ସପ୍ତାହରେ ଥରେ ନିହାତି ଲଗାନ୍ତୁ। ଏହାଦ୍ବାରା ଆପଣଙ୍କ ମୁହଁରେ ଥିବା ଛୋଟ ଛୋଟ କେଶ ଧିରେ ଧିରେ ମୂଳରୁ ବାହାରିଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ