ଏଭଳି ମହିଳାଙ୍କ ସହ ଡେଟ୍‌ କରିବାକୁ ଚାହାନ୍ତି ନାହିଁ ପୁରୁଷ


ପ୍ରତୀକାତ୍ମକ ଫଟୋ
ସାଧାରଣତଃ କୁହାଯାଏ ଭାରତୀୟ ମହିଳାମାନେ ଅଧିକ ସଂସ୍କାରୀ  ହୋଇଥାନ୍ତି। ଏଥିସହିତ ପ୍ରେମ ଓ ଯତ୍ନ ନେବାରେ ସେମାନେ କେବେ କାର୍ପଣ୍ୟ ପ୍ରଦର୍ଶନ କରନ୍ତି ନାହିଁ। ସେହିପରି କେତେକ ପୁରୁଷ ଭାବନ୍ତି ମହିଳାମାନେ ଟଙ୍କା ପଛରେ ଦୌଡ଼ନ୍ତି। ନିଜକୁ ଆଧୁନିକା ପ୍ରମାଣ କରିବା ଲାଗି ସବୁକିଛି କରନ୍ତି ବୋଲି ପୁରୁଷମାନେ ଭାବନ୍ତି।

ମହିଳାଙ୍କ ପ୍ରତି ପୁରୁଷଙ୍କ ଥିବା ଚିନ୍ତାଧାରା ମହିଳାଙ୍କ ଚିନ୍ତାଧାରାଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ। ଯେଉଁ ମହିଳା ଅତ୍ୟାଧୁନିକ କିମ୍ବା ମାତ୍ରାଧିକ ପାରମ୍ପରିକ, ଏଭଳି ମହିଳାଙ୍କ ସହ ଡେଟ୍‌ କରିବା ଲାଗି ଅଧିକାଶଂ ଭାରତୀୟ ପୁରୁଷ ଡରନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ ଝକଝକ ହେଉଥିବା ଏବଂ କଥା କଥାରେ ଚିଡ଼ଚିଡ଼ା ହେବା ସହ ଜୋର୍‌ରେ ପାଟି କରି ଝଗଡ଼ା କରୁଥିବା ମହିଳାଙ୍କ ସହ ଡେଟ୍‌ କରିବାକୁ ପୁରୁଷମାନେ ପସନ୍ଦ କରନ୍ତି ନାହିଁ। ଏଭଳି ମହିଳାଙ୍କଠାରୁ ପୁରୁଷମାନେ ଦୂରେଇ ରହନ୍ତି।

ଛୋଟ ଚିନ୍ତାଧାରା ରଖୁଥିବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ଭାରତୀୟ ପୁରୁଷମାନେ ଚାହି ନ ଥାନ୍ତି। ସେହିପରି ପ୍ରତ୍ୟହ ପାର୍ଟି କରିବାକୁ ପସନ୍ଦ କରୁଥିବା ମହିଳାଙ୍କ ସହ ଡେଟ୍‌ କରିବାକୁ ପୁରୁଷମାନେ ପସନ୍ଦ କରି ନ ଥାନ୍ତି। ଅତ୍ୟାଧୁନିକ ଝିଅ, ଯେଉଁମାନେ ଅନ୍ୟକୁ ଦେଖାଇବା ଲାଗି ଛୋଟ ପୋଷାକ ପିନ୍ଧିବା ସହ ମଦ, ସିଗାରେଟ ଭଳି ନିଶାରେ ଅଭ୍ୟସ୍ତ ତଥା ଦେଖାଇ ହେବାକୁ ପସନ୍ଦ କରୁଥିବା ମହିଳାଙ୍କଠାରୁ ଭାରତୀୟ ପୁରୁଷମାନେ ଦୂରେଇ ରହନ୍ତି।

ପୁରୁଷ ଯେତେ ପ୍ଲେ ବୟ ହୋଇଥିଲେ ମଧ୍ୟ କୌଣସି ପୁରୁଷ ଚାହି ନ ଥାନ୍ତି ସେମାନେ ଡେଟ୍‌ କରୁଥିବା ମହିଳା ପ୍ଲେ ଗର୍ଲ ହୁଅନ୍ତୁ ବୋଲି। ସେହିପରି ନାରୀବାଦୀ ମହିଳାଙ୍କୁ ମଧ୍ୟ ଅଧିକାଶଂ ଭାରତୀୟ ପୁରୁଷ ପସନ୍ଦ କରନ୍ତି ନାହିଁ। ଯେଉଁ ମହିଳାଙ୍କ ପାଇଁ ଟଙ୍କା ହିଁ ସବୁକିଛି, ସେମାନଙ୍କଠାରୁ ପୁରୁଷମାନେ ଦୂରେଇ ରହିବାକୁ ଶ୍ରେୟ ମଣନ୍ତି। ସେହିପରି ପରମ୍ପରାକୁ  ମାତ୍ରାଧିକ ଅନୁସରଣ କରୁଥିବା ମହିଳାଙ୍କୁ ମଧ୍ୟ ଭାରତୀୟ ପୁରୁଷ ଡେଟ୍‌ କରିବାକୁ ପସନ୍ଦ କରନ୍ତି ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ