ଚା’ ବିକାଳିଙ୍କୁ ‘ହଟ ଡଗ’ କଲା କୋଟିପତି


ବିଜୟ ସିଂ ରାଠୋର
ଜୀବନ କେତେବେଳେ କେଉଁଭଳି ଭାବେ ବଦଳିଯାଏ, ତାହା କେହି ବି ଜାଣି ନ ଥାନ୍ତି। ଏଭଳି ଏକ କାହାଣୀ ହେଉଛି ଇନ୍ଦୋରରେ ରହୁଥିବା ବିଜୟ ସିଂ ରାଠୋରଙ୍କର। ସେ ଏକ ଚା’ ଦୋକାନରେ ଚାକିରି କରି ବହୁତ କଷ୍ଟରେ ମାସରେ ୮ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ‘ହଟ ଡଗ’ ବ୍ରାଣ୍ଡ ତାଙ୍କ ଜୀବନକୁ ଏମିତି ବଦଳାଇ ଦେଲା ଯେ ଏବେ ସେ କୋଟିପତି ପାଲଟି ଯାଇଛନ୍ତି।

‘ହଟ ଡଗ’ କ’ଣ
ଜନି ‘ହଟ ଡଗ’ ଇନ୍ଦୋରରେ ମିଳୁଥିବା ଏକ ସ୍ବାଦିଷ୍ଟ ଡିଶ। ଏହି ଡିଶ ୬୦ ବର୍ଷୀୟ ବିଜୟ ସିଂଙ୍କୁ ସାରା ବିଶ୍ବରେ ପରିଚିତ କରାଇଛି। ୧୨୦ ବର୍ଗ ଫୁଟର ଛୋଟ ଦୋକାନରେ ମିଳୁଥିବା ଜନି ‘ହଟ ଡଗ’ ବ୍ରେଡକୁ ରୋଲ କରି ତିଆରି କରାଯାଏ। ପ୍ରଥମେ ଏହା ଶାକାହାରୀ ଥିଲା। କିନ୍ତୁ ଏବେ ମଟନ ‘ହଟ ଡଗ’ ମଧ୍ୟ ଉପଲବ୍ଧ ହେଉଛି।

୪୦ ବର୍ଷ ପୂର୍ବରୁ ହୋଇଥିଲା ଜନି ‘ହଟ ଡଗ’ର ଆରମ୍ଭ
ଜନି ‘ହଟ ଡଗ’ର ଆରମ୍ଭ ୪୦ ବର୍ଷ ପୂର୍ବରୁ ହୋଇଥିଲା। ଏହି ଡିଶର ଆରମ୍ଭ ଷ୍ଟାରଲିଟ ଟକିଜରେ ହୋଇଥିଲା। କିନ୍ତୁ ୧୯୮୦ ଦଶକରେ ବିଜୟ ସିଂ ନିଜ ଦୋକାନକୁ ଖାଦ୍ୟପେୟ ପାଇଁ ଜଣାଶୁଣା ଅଞ୍ଚଳ ଇନ୍ଦୋରର ‘୫୬ ଦୋକାନ’ ଅଞ୍ଚଳକୁ ଆଣିଥିଲେ। ଏହି ଡିଶ ଦେଶୀ ଘିଅ ଓ ଲହୁଣୀରେ ତିଆରି ହୋଇଥାଏ। ଇନ୍ଦୋର ଆସୁଥିବା ସମସ୍ତ ଲୋକ ଏହି ଡିଶର ସ୍ବାଦ ନିହାତି ଭାବେ ନେଇଥାନ୍ତି।

ଅନ୍ତର୍ଜାତୀୟ ସମ୍ମାନ
ବିଜୟ ସିଂ ରାଠୋର ଜଣେ ଚାଷୀଙ୍କ ପୁଅ। କିନ୍ତୁ ତାଙ୍କ ସ୍ବପ୍ନ ସବୁବେଳେ ବଡ଼ ଥିଲା। ବିଜୟଙ୍କ କହିବାନୁସାରେ ତାଙ୍କ ପିଲାଦିନେ ସେଠାରେ ଏକ ସିନେମାଘର ଥିଲା, ଯେଉଁଠି କେବଳ ଇଂରାଜୀ ଫିଲ୍ମ ଲାଗୁଥିଲା। ଏହି ସିନେମାରେ ଏଭଳି ‘ହଟ ଡଗ’ ବିକ୍ରି କରାଯାଉଥିବା ସେ ଦେଖିଥିଲେ। ଏଠାରେ ବହୁତ ଗହଳି ଲାଗିରହୁଥିଲା। ଲୋକେ ଫିଲ୍ମ ଦେଖିବା ପରେ କିଛି ଖିଆପିଆ କରୁଥିଲେ। ଏହି ଥିଏଟର ୭୦ ଦଶକରେ ବନ୍ଦ ହୋଇଯାଇଥିଲା। ଏହାପରେ ବିଜୟ ଏଠାରେ ‘ହଟ ଡଗ’ ବିକ୍ରି କରିବା ଆରମ୍ଭ କରିଥିଲେ। ଜନି ‘ହଟ ଡଗ’ ପୂରା ବିଶ୍ବରେ ଲୋକପ୍ରିୟ ହେବାରେ ଲାଗିଥିଲା। କାରଣ ଏହି ଡିଶକୁ ଏସିଆ ପ୍ୟାସିଫିକର ସବୁଠାରୁ ଲୋକପ୍ରିୟ ଡିଶ ଟାଇଟଲ ମିଳିସାରିଛି। ହଂକଂରେ ହୋଇଥିବା ଉବର ଇଟସ ଏପ ରେସ୍ତୋରାଁ ପାର୍ଟନର ଆୱାର୍ଡ ୨୦୧୯ରେ ଯେତେବେଳେ ବିଜୟଙ୍କ ଜନି ହଡ ଡଗକୁ ମିଳିଥିଲା ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ। କାରଣ ଏସିଆ ପ୍ୟାସିଫିକର ସବୁଠାରୁ ଲୋକପ୍ରିୟ ଦୌଡ଼ରେ ମ୍ୟାକଡୋନାଲ୍ଡ, ବର୍ଗର କିଙ୍ଗ ଓ ପିଜ୍ଜା ହଟର ବିଭିନ୍ନ ଡିଶକୁ ପଛରେ ପକାଇ ଇନ୍ଦୋରର ଜନି ‘ହଟ ଡଗ’କୁ ଚୟନ କରାଯାଇଥିଲା।

‘ହଟ ଡଗ’ ବିକିବା ପୂର୍ବରୁ କରୁଥିଲେ ଏହି କାମ
ବିଜୟ ‘ହଟ ଡଗ’ ବିକ୍ରି କରିବା ପୂର୍ବରୁ ଅନେକ ସ୍ଥାନରେ ଚାକିରି କରିବା ସହିତ ଚା’ ଦୋକାନରେ ମଧ୍ୟ କାମ କରିଥିଲେ। ବିଜୟଙ୍କ ପିତା ଚାଷୀ ଥିଲେ। ବିଜୁଳି ଓ ପାଣି ନ ଥିବା କାରଣରୁ ଚାଷ କାମରେ ଅନେକ ସମସ୍ୟା ହେଉଥିଲା। ଚାଷ କାମ ପୂରାପୂରି ଋତୁ ଉପରେ ନିର୍ଭର କରୁଥିଲା। ସେ ତାଙ୍କ ମା’ଙ୍କ ସହାୟତାରେ ‘ହଟ ଡଗ’ ରେସିପି ତିଆରି କରିଥିଲେ। ଏବେ ଏହି ‘ହଟ ଡଗ’ ତାଙ୍କୁ କୋଟିପତି କରି ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ