ଫ୍ୟାଶନ
କ୍ରିଷ୍ଟଲ ଡି’ସୁଜାଙ୍କ ଷ୍ଟାଇଲିଶ ଏଣ୍ଟ୍ରି

କ୍ରିଷ୍ଟଲଙ୍କ ଫ୍ୟାଶନେବଲ ଲୁକ
ଏଭରଗ୍ରୀନ ବିଉଟି ଟିଭି ଅଭିନେତ୍ରୀ କ୍ରିଷ୍ଟଲ ଡି’ସୁଜା ହେଭୀ ଲେହେଙ୍ଗା ଓ ଏମ୍ବ୍ରୋଡୋରୀ ଶାଢ଼ିରେ ଯେତିକି ସୁନ୍ଦର ଦେଖାଯାଇଥାନ୍ତି, ବହୁତ ସିମ୍ପଲ ଆଉଟଫିଟରେ ମଧ୍ୟ ସେତିକି ଆକର୍ଷଣୀୟ ଦେଖାଯାଇଥାନ୍ତି। କ୍ରିଷ୍ଟଲଙ୍କ ଷ୍ଟାଇଲ କେବଳ କ୍ଲାସି ନୁହେଁ, ବରଂ ସେ ତାଙ୍କ ଆଉଟଫିଟରେ ଟ୍ବିଷ୍ଟ ଯୋଡ଼ିବାକୁ ମଧ୍ୟ ପସନ୍ଦ କରିଥାନ୍ତି। ଏଭଳି କିଛି ନିକଟରେ ଦେଖିବାକୁ ମିଳିଥିଲା।
କ୍ରିଷ୍ଟଲଙ୍କୁ ବେଶ ଷ୍ଟାଇଲିଶ ଲୁକରେ ମୁମ୍ବାଇର ବାନ୍ଦ୍ରାରେ ଏକ ସେଲୁନ ବାହାରେ ଦେଖିବାକୁ ମିଳିଥିଲା। ଏହି ସମୟରେ କ୍ରିଷ୍ଟଲ ବେଶ କୁଲ ଓ ଆରାମଦାୟକ କପଡ଼ାରେ ନଜର ଆସିଥିଲେ। ନିଜ ଆଉଟିଂକୁ ମଜାଦାର କରିବା ଲାଗି କ୍ରିଷ୍ଟଲ ପ୍ରିଣ୍ଟ ଅନ ପ୍ରିଣ୍ଟଯୁକ୍ତ ଅଲିଭ ଗ୍ରୀନ ଶାର୍ଟ ପିନ୍ଧିଥିଲେ। ଏହାକୁ ସେ ବ୍ଲୁ ପ୍ଲେୟର୍ଡ ଟ୍ରାଉଜର ସହିତ ମ୍ୟାଚ କରିଥିଲେ। ଶାର୍ଟରେ ପ୍ଲଜିଙ୍ଗ ନେକଲାଇନ ଓ ଫୁଏ ସ୍ଲିଭସ ରହିଥିବା ସହିତ ବହୁତ ଆକର୍ଷଣୀୟ ଦେଖାଯାଉଥିଲେ।
ଏହି ଆଉଟଫିଟ ସହିତ କ୍ରିଷ୍ଟଲ ମିନିମାଲ ମେକଅପ ନେଇଥିଲେ। ନ୍ୟୁଡ ଲିପ ଶେଡ ସହିତ କେଶକୁ ଖୋଲା ଛାଡ଼ିଥିଲେ। କେବଳ ଏତିକି ନୁହେଁ ନିଜ ଲୁକକୁ ଷ୍ଟାଇଲିଶ କରିବା ଲାଗି କ୍ରିଷ୍ଟଲ ସନଗ୍ଲାସ ମଧ୍ୟ ପିନ୍ଧିଥିଲେ। କ୍ରିଷ୍ଟଲଙ୍କ କେବଳ କପଡ଼ା ନୁହେଁ, ବରଂ କ୍ରିଷ୍ଟିଆନ ପିଓର ଫ୍ୟାଶନ ଲେବଲର ଟୋଟ ବ୍ୟାଗ ମଧ୍ୟ ବହୁତ ସୁନ୍ଦର ଥିଲା। ଏହାର ଦାମ ପାଖାପାଖି ୨ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ