ବ୍ରେନ୍‌ ଷ୍ଟ୍ରୋକ୍‌ ପାଇଁ ସାବଧାନ ରହନ୍ତୁ


ପ୍ରତୀକାତ୍ମକ ଫଟୋ
ମସ୍ତିଷ୍କର କୌଣସି ଅଂଶରେ ଯଦି ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୁଏ, ତେବେ ମସ୍ତିଷ୍କର କାର୍ଯ୍ୟକ୍ଷମତା ମଧ୍ୟ ବନ୍ଦ ହୋଇଯାଏ। ଏହାକୁ ବ୍ରେନ୍‌ ଷ୍ଟ୍ରୋକ୍‌ କିମ୍ବା ମସ୍ତିଷ୍କ ଆଘାତ ବୋଲି କୁହାଯାଏ। ଏପରିସ୍ଥଳେ ତତ୍କାଳ ଚିକିତ୍ସା ଜରୁରୀ। ଏହି ବ୍ରେନ୍‌ ଷ୍ଟ୍ରୋକ୍‌ ମସ୍ତିଷ୍କରେ ରକ୍ତ ପ୍ରବାହ କରୁଥିବା କୌଣସି ରକ୍ତବାହିକାକୁ ବ୍ଲକ୍‌ କରିବା ଫଳରେ କିମ୍ବା ରକ୍ତ ସଂଚାର ନ ହେବା ଫଳରେ ହୋଇଥାଏ।  

ମସ୍ତିଷ୍କର କୌଣସି ରକ୍ତବାହିକାରେ ରକ୍ତ ଜମାଟ ବାନ୍ଧିବା ଫଳରେ ଷ୍ଟ୍ରୋକ୍‌ ହୋଇଥାଏ ଏବଂ ତାହାକୁ ସେରେବ୍ରାଲ ଭେନ୍‌ସ୍‌ ସାଇନସ୍‌ ଥ୍ରୋମ୍ବୋସିସ୍‌ (ସଭିଏସ୍‌ଟି) ବୋଲି କୁହାଯାଏ। ଯେତେବେଳେ ମସ୍ତିଷ୍କର କୌଣସି ରକ୍ତବାହିକା ଫାଟିଯିବା ଫଳଯାଏ, ଆଖପାଖର ଟିସ୍ୟୁରୁ ବ୍ଲଡ୍‌ ଲିକେଜ୍‌ ହୁଏ। ଏହାକୁ ସେରେବ୍ରାଲ ହାମରେଜ୍‌ ବୋଲି କହନ୍ତି। ଏହି ସମସ୍ତ ଷ୍ଟ୍ରୋକ୍‌ରେ ପରିଣାମ ହେଉଛି ରକ୍ତ ପ୍ରବାହରେ ବାଧା ଉପୁଜିବା ଏବଂ ମସ୍ତିଷ୍କକୁ ଅମ୍ଳଜାନ ଓ ପୋଷଣ ମିଳିବା ବନ୍ଦ ହୋଇଯିବା। ଏହାଫଳରେ ମସ୍ତିଷ୍କର ଯେଉଁ ଅଂଶରେ ଆଘାତ ସୃଷ୍ଟି ହୁଏ ତତ୍‌ସହିତ ଜଡ଼ିତ ଶରୀରର ଅନ୍ୟ ଅଂଶ ମଧ୍ୟ ଅକାମୀ ହୋଇଯିବ। ଏହାଦ୍ବାରା ପକ୍ଷାଘାତ ହେବାର ଆଶଙ୍କା ଅଧିକ ରହିଛି। ତେଣୁ ବ୍ରେନ୍‌ ଷ୍ଟ୍ରୋକ୍‌ରେ ପୀଡ଼ିତଙ୍କୁ ତୁରନ୍ତ ଚିକିତ୍ସା କରାଇବା ଉଚିତ।

ବ୍ରେନ୍‌ ଷ୍ଟ୍ରୋକ୍‌ର ଲକ୍ଷଣ
ଶରୀର ଅଚାନକ ଅତ୍ୟନ୍ତ ଦୁର୍ବଳ ହୋଇଯିବ। ଶରୀରର ଗୋଟିଏ ଭାଗ ଦୁର୍ବଳ ହୋଇଯିବ। ଶରୀରରେ ଜୀବନ ନ ଥିବା ଭଳି ଲାଗିବ। ଦେହ ହାତ ଥରିବ, ହାତ ପାଦରେ ନିୟନ୍ତ୍ରଣ ରହିବ ନାହିଁ। ଆଖିକୁ ଝାପ୍‌ସା ଦେଖାଯିବା ସହ ଗୋଟିଏ ଆଖିକୁ ଦେଖାଯିବ ନାହିଁ। ଥଙ୍ଗେଇ କଥା ହେବା ସହ କଥା ଲାଗିବ। ଅନ୍ୟମାନେ କ’ଣ କହୁଛନ୍ତି ତାହା ବୁଝି ହେବ ନାହିଁ। ବାନ୍ତି ଲାଗିବା ସହ ମୁଣ୍ଡ ବୁଲାଇବ। ହଠାତ୍‌ ଜୋର୍‌ଦାର ମୁଣ୍ଡ ବିନ୍ଧିବା ଆଦି ବ୍ରେନ୍‌ ଷ୍ଟ୍ରୋକ୍‌ର ଲକ୍ଷଣ।

ଏଭଳି ସାବଧାନତା ଅବଲମ୍ବନ କରନ୍ତୁ
ବ୍ରେନ୍‌ ଷ୍ଟ୍ରୋକ୍‌ରୁ ବଞ୍ଚିବା ଲାଗି ଜୀବନଶୈଳୀରେ କିଛି ପରିବର୍ତ୍ତନ କରନ୍ତୁ। ଧୂମପାନରୁ ନିବୃତ୍ତ ରହନ୍ତୁ। ରକ୍ତଚାପ ନିୟନ୍ତ୍ରଣ ରଖନ୍ତୁ। ନିୟମିତ ଭାବେ ରକ୍ତଚାପ ପରୀକ୍ଷା କରନ୍ତୁ। ଡାକ୍ତର ଦେଇଥିବା ଔଷଧ ନିୟମିତ ଭାବେ ସେବନ କରନ୍ତୁ। ଓଜନ ବଢ଼ିବାକୁ ଦିଅନ୍ତୁ ନାହିଁ। ଲୁଣ କମ୍‌ ଖାଆନ୍ତୁ। ସୁସ୍ଥକର ଜୀବନଶୈଳୀ ସହିତ ନିୟମିତ ବ୍ୟାୟାମ କରନ୍ତୁ। କୋଲେଷ୍ଟ୍ରଲ ସ୍ତର ବଢ଼ିବାକୁ ଦିଅନ୍ତୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ