ବିଳମ୍ବିତ ରାତି ଯାଏ ଅଫିସ୍‌ରେ ରହୁଥିଲେ ଧ୍ୟାନ ଦିଅନ୍ତୁ


ପ୍ରତୀକାତ୍ମକ ଫଟୋ
ଜନ୍ମ ହେବା ମାତ୍ରେ ଝିଅମାନଙ୍କଠାରେ କୋଟି କୋଟି ଅପରିପକ୍ବ ଡିମ୍ବାଣୁ ରହିଥାନ୍ତି। କିଶୋରାବସ୍ଥାରେ ପହଞ୍ଚିବା ପରେ ହର୍ମୋନ୍‌ ପାଇଁ ଏହା ପରିପକ୍ବ ହୋଇଯାଏ। ମାତ୍ର ଯଦି ଏହି ହର୍ମୋନ୍‌ ଅସନ୍ତୁଳିତ ହୋଇଯାଏ, ତେବେ ଏହି ହର୍ମୋନ୍‌ ପରିପକ୍ବ ହୋଇପାରି ନ ଥାନ୍ତି। ଫଳରେ ଏହା ବିକଶିତ ହୋଇପାରି ନ ଥାଏ। ତେଣୁ ପିଲା ଜନ୍ମରେ ଅସୁବିଧା ହୋଇଥାଏ। ତେବେ ନାଇଟ୍‌ ଶିଫ୍ଟରେ କାମ କରୁଥିବା ମହିଳାଙ୍କ ହର୍ମୋନାଲ ଅସନ୍ତୁଳିତ ହେବା ଫଳରେ ପିଲା ଜନ୍ମ ହେବାର ଆଶଙ୍କା କମ୍‌ ହୋଇଯାଏ।

ଆମେରିକାର ମାସାଚୁସେଟ୍‌ସ ଜେନେରାଲ ହସ୍ପିଟାଲରେ ଇନ୍‌ଫର୍ଟିଲିଟି ଚିକିତ୍ସା କରୁଥିବା କେତେକ ମହିଳାଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ହାର୍ଭାର୍ଡ ୟୁନିଭର୍ସିଟିର ଗବେଷକମାନେ ଗବେଷଣା ଫଳାଫଳରୁ ପାଇଛନ୍ତି ଯେ ଯେଉଁ ମହିଳାମାନେ ନିୟମିତ ଭାବେ ନାଇଟ୍‌ ଶିପ୍ଟ ବା ରାତି ପାଳିରେ କାମ କରନ୍ତି, ସେମାନଙ୍କଠାରେ ୨୪ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ପରିପକ୍ବ ଡିମ୍ବାଣୁ ରହି ଯାଇଥାଏ। ଅର୍ଥାତ୍‌ ଏହି ଡିମ୍ବାଣୁ ବିକଶିତ ହେବା ପାଇଁ ସକ୍ଷମ ନ ଥାନ୍ତି। ଯେଉଁ ମହିଳାମାନେ ଅଧିକ ଶାରୀରିକ ପରିଶ୍ରମ କରନ୍ତି, ସେମାନଙ୍କଠାରେ ପାଖାପାଖି ୧୪ ପ୍ରତିଶତ କମ୍‌ ପରିପକ୍ବ ଡିମ୍ବାଣୁ ମିଳିଥାଏ।

ମହିଳାଙ୍କଠାରେ ହର୍ମୋନ୍‌ର ପରିବର୍ତ୍ତନ ପାଇଁ ଏପରି ହୋଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଶୋଇବାରେ ଅନିୟମିତତା ଏବଂ ଅଧିକ ଶାରୀରିକ ପରିଶ୍ରମ ପାଇଁ ହର୍ମୋନ୍‌ରେ ଏଭଳି ପରିବର୍ତ୍ତନ ହୋଇଥାଏ ବୋଲି ଗବେଷଣାରେ କୁହାଯାଇଛି। ଏହି ଗବେଷଣାରେ ୩୫ ବର୍ଷ ବୟସ ମଧ୍ୟରେ ୪୭୩ ଜଣ ମହିଳାଙ୍କୁ ସାମିଲ କରାଯାଇଥିଲା। ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଯେଉଁ ମହିଳାମାନେ କାମ କରିବା ସମୟରେ ଅସ୍ଥିର ରହିଥାନ୍ତି, ସେମାନଙ୍କ ପ୍ରଜନନ କ୍ଷମତା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏପରିକି ଯେଉଁ ମହିଳାଙ୍କୁ କାମ କରିବା ସମୟରେ ଅଧିକ ଶାରୀରିକ ପରିଶ୍ରମ କରିବାକୁ ପଡ଼େ, ସେମାନଙ୍କୁ ପିଲା ଜନ୍ମ କରିବାରେ ସମସ୍ୟା ହୋଇପାରେ ବୋଲି ଗବେଷଣାରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ