ପ୍ରିଣ୍ଟେଡ ଲେଗିଙ୍ଗସ୍‌ ସହ ଏମିତି କରନ୍ତୁ ଷ୍ଟାଇଲ୍‌


ପ୍ରତୀକାତ୍ମକ ଫଟୋ
ଭିଡ଼ ଭିତରେ ଟିକେ ନିଆରା ଦେଖାଯିବା ଲାଗି ପ୍ରିଣ୍ଟେଡ୍‌ ଲେଗିଙ୍ଗସ୍‌ ଏକ ଉପଯୁକ୍ତ ବିକଳ୍ପ। ମାତ୍ର ଏହାକୁ ପିନ୍ଧିବା ପୂର୍ବରୁ ନିଜ ଭିତରେ ଆତ୍ମବିଶ୍ବାସ ସୃଷ୍ଟି କରିବା ନିହାତି ଦରକାର। ଯଦି ଆପଣ ମାତ୍ରାଧିକ ପ୍ରିଣ୍ଟ ଯୁକ୍ତ ଲେଗିଙ୍ଗସ୍‌ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ, ତେବେ ପତଳା ଲାଇନ୍‌, ଛୋଟ ଛୋଟ ବବି ପ୍ରିଣ୍ଟ କିମ୍ବା ଚେକ୍‌ ଭଳି ଲେଗିଙ୍ଗସ୍‌ ଚୟନ କରିପାରିବେ।

ଲମ୍ବ ଠିକ୍‌ ରହିବା ଦରକାର

ବଜାରରେ ମୁଖ୍ୟତଃ ଦୁଇ ପ୍ରକାର ଲମ୍ବରେ ଲେଗିଙ୍ଗସ୍‌ ଉପଲବ୍ଧ ହେଉଛି। ଗୋଟିଏ ଆଣ୍ଠୁ ତଳକୁ ପଡ଼ୁଥିବାବେଳେ ଅନ୍ୟଟି ଗୋଇଠି ଉପରେ ରହୁଛି। ଫ୍ୟାଶନେବଲ ଲୁକ୍‌ ପାଇଁ ଲମ୍ବ ଠିକ୍‌ ଭାବେ ରହୁଥିବା ଲେଗିଙ୍ଗସ୍‌ ଚୟନ କରିବା ନିହାତି ଦରକାର। ଯଦି ଆପଣଙ୍କ ଉଚ୍ଚତା ଛୋଟ ତେବେ ଗୋଇଠି ପର୍ଯ୍ୟନ୍ତ ରହୁଥିବା ଲେଗିଙ୍ଗସ୍‌ ଆପଣଙ୍କୁ ବେଶୀ ମାନିବ।

ଫିଟିଂ ଠିକ୍‌ ରଖନ୍ତୁ
ବହୁତ ଟାଇଟ୍‌ କିମ୍ବା ଢିଲା ଲେଗିଙ୍ଗସ୍‌ କାହାରିକୁ ବି ମାନି ନ ଥାଏ। ଆପଣଙ୍କ ଶରୀର ସହିତ ଫିଟିଂ ରହୁଥିବା ଲେଗିଙ୍ଗସ୍‌ ଚୟନ କରନ୍ତୁ। ଯାହାକୁ ପିନ୍ଧି ଆପଣ ଆରାମରେ ବସି ପାରିବେ, ଚଲାବୁଲା କରିପାରିବେ। ଆଜିକାଲି ବଜାରରେ ଷ୍ଟାଣ୍ଡାର୍ଡ ସାଇଜ୍‌ର ଲେଗିଙ୍ଗସ୍‌ ମିଳୁଛି। ଏହା ସବୁ ପ୍ରକାର ଶାରୀରିକ ଗଠନରେ ଫିଟିଂ ହେବ ବୋଲି କୁହାଯାଉଛି। ମାତ୍ର ଏହା ବ୍ୟବହାରିକ ରୂପରେ ସମ୍ଭବ ନୁହେଁ। ତେଣୁ ଏହି ଚକ୍କରରେ ନ ପଡ଼ି ନିଜ ଶରୀରକୁ ଆରାମ ଦେବା ଭଳି ଲେଗିଙ୍ଗସ୍‌ କିଣନ୍ତୁ। ଯଦି ଆପଣଙ୍କ ଶରୀରର ନିମ୍ନ ଭାଗ ମୋଟା, ତେବେ ପ୍ରିଣ୍ଟେଡ ଲେଗିଙ୍ଗସ୍‌ ପିନ୍ଧିବାରୁ ନିବୃତ୍ତ ରହନ୍ତୁ।  

ବୁଝି ବିଚାରି ଟପ୍‌ସ ଚୟନ କରନ୍ତୁ୍
ଲେଗିଙ୍ଗସ୍‌ ଫିଟିଂ ରହୁଥିବାରୁ ଏଥିସହିତ ଆପଣଙ୍କୁ ବୁଝି ବିଚାରି ଟପ୍‌ସ ଚୟନ କରନ୍ତୁ। ଏଭଳି ଲେଗିଙ୍ଗସ୍‌ ସହ ଗୋଟିଏ ରଙ୍ଗର ହାଲୁକା ଫିଟିଂଯୁକ୍ତ ଟପ୍‌ ଚୟନ କରନ୍ତୁ। ଢିଲା ବୟଫ୍ରେଣ୍ଡ ଟି-ଶାର୍ଟ ଏଥିରେ ଖୁବ୍‌ ମାନିବ। ଯଦି ପ୍ରିଣ୍ଟେଡ୍‌ ଟପ୍‌ସ ପିନ୍ଧିବାକୁ ଚାହୁଛନ୍ତି, ତେବେ ହାଲୁକା ପ୍ରିଣ୍ଟ ଥିବା ଟପ୍‌ସ ପିନ୍ଧନ୍ତୁ। କାଜୁଆଲ ଲୁକ୍‌ ପାଇଁ ସ୍ଲିଭ୍‌ଲେସ୍‌ କିମ୍ବା ହାଫ୍‌ ସ୍ଲିଭ୍‌ ଟି-ଶାର୍ଟ ପିନ୍ଧିପାରିବେ। ଫର୍ମାଲ ଲୁକ୍‌ ପାଇଁ ଶାର୍ଟ ଏବଂ ବ୍ଲେଜର କମ୍ବିନେସନ୍‌ ମଧ୍ୟ ଭଲ ଲାଗିବ।

ପାର୍ଟି ଲୁକ୍‌ ପାଇବା ପାଇଁ

ଯଦି ଆପଣ କୌଣସି ପ୍ଲେନ୍‌ ସର୍ଟ ଡ୍ରେସ୍‌କୁ ପିନ୍ଧିବାରେ ସଙ୍କୋଚ ଅନୁଭବ କରୁଛନ୍ତି, ତେବେ ବୋଲ୍ଡ ପ୍ରିଣ୍ଟେଡ୍‌ ଲେଗିଙ୍ଗସ୍‌ ସହିତ ଏହାକୁ ପିନ୍ଧି ପାରିବେ। ପାର୍ଟିରେ ଲେଗିଙ୍ଗସ୍‌ ପିନ୍ଧିବାକୁ ଚାହୁଥିଲେ ପ୍ରିଣ୍ଟେଡ୍‌ ସହ ହାଲୁକା ଷ୍ଟୋନ୍‌ କାମ ହୋଇଥିବା ଲେଗିଙ୍ଗସ୍‌ ଚୟନ କରିପାରିବେ। ଲେଗିଙ୍ଗସ୍‌ର ରଙ୍ଗ ଏବଂ ପ୍ରିଣ୍ଟ ଆପଣଙ୍କ ଡ୍ରେସ୍‌ ସହିତ ମ୍ୟାଚିଂ କରୁଥିବା ନିହାତି ଦରକାର। ଯଦି ଆପଣ ଏଥନିକ୍‌ ଲୁକ୍‌ ପାଇବା ପାଇଁ ଚାହୁଛନ୍ତି ତେବେ ଗୁଜୁରାଟି, ରାଜସ୍ଥାନୀ ଏବଂ ଦକ୍ଷିଣ ଭାରତୀୟ ପ୍ରିଣ୍ଟଯୁକ୍ତ ଲେଗିଙ୍ଗସ୍‌କୁ କୌଣସି ପ୍ଲେନ୍‌ ଡ୍ରେସ୍‌ କିମ୍ବା ଟପ୍‌ସ ସହିତ ପିନ୍ଧିପାରିବେ।

ଆକ୍ସସରିଜ ଚୟନ କରନ୍ତୁ

ପ୍ରିଣ୍ଟେଡ୍‌ ଲେଗିଙ୍ଗସ୍‌ ସହ ଜୁଏଲାରୀ ଏବଂ ଆକ୍ସସରିଜର ଉପଯୁକ୍ତ ଚୟନ ନିହାତି ଦରକାର। ତେଣୁ ଏଥିନିକ୍‌ ପ୍ରିଣ୍ଟସ୍‌ ଲେଗିଙ୍ଗସ୍‌ ସହ ଗୋଟିଏ ରଙ୍ଗର ଟପ୍‌ସ ପିନ୍ଧନ୍ତୁ। ଏଥିସହିତ ଆପଣ କାନରେ ଝୁମୁକା ପିନ୍ଧିପାରିବେ। ସ୍ମାଇଲ୍‌ ପ୍ରିଣ୍ଟେଡ୍‌ ଲେଗିଙ୍ଗସ୍‌ ସହିତ ପ୍ଲାଷ୍ଟିକ୍‌ ଜୁଏଲାରୀ ପିନ୍ଧିପାରିବେ। ଏଥିସହିତ ଫଙ୍କି ବ୍ୟାଗ୍‌ ଧରି ପାରିବେ।

ଜୋତା ଚୟନ କରନ୍ତୁ
ଆପଣଙ୍କ ଉଚ୍ଚତା କମ୍‌ ଥିଲେ ଲମ୍ବା ଦେଖାଯିବା ଲାଗି ପ୍ରିଣ୍ଟେଡ୍‌ ଲେଗିଙ୍ଗସ୍‌ ଉପଯୁକ୍ତ ବିକଳ୍ପ। ଏଥିସହିତ ଆପଣ ଟି-ହିଲ୍ସ ଏବଂ ୱେଜେଜ୍‌ ଅଧିକ ଭଲ ଲାଗିବ। ଏଥିସହିତ ଆପଣ ଆଙ୍କଲ ଲେଙ୍ଗଥ୍‌ ବୁଟ୍‌ସ ମଧ୍ୟ ପିନ୍ଧିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ