ସନ୍ଧ୍ୟା ଚା’ ସହିତ ଟେଷ୍ଟି ଏବଂ କ୍ରଞ୍ଚି ପାପ୍‌ଡ଼ି


କ୍ରଞ୍ଚି ଏବଂ ନମକିନ୍‌ ପାପ୍‌ଡ଼ି
ସନ୍ଧ୍ୟା ଚା’ ସହିତ ଯଦି କିଛି ନମକିନ୍‌ ତିଆରି କରିବାକୁ ଚାହୁଛନ୍ତି, ତେବେ ଘରେ ସହଜରେ ତିଆରି କରନ୍ତୁ ପାପ୍‌ଡ଼ି। ଗରମ ଗରମ ପାପ୍‌ଡ଼ି ସହିତ ଚା’ର ମଜା ଦ୍ବିଗୁଣ ହୋଇଯାଏ। ଚାଲନ୍ତୁ ଜାଣିବା କ୍ରଞ୍ଚି ଏବଂ ନମକିନ୍‌ ପାପ୍‌ଡ଼ିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୨୫୦ ଗ୍ରାମ୍‌ ମଇଦା, ୬୦ ଗ୍ରାମ୍‌ ଘିଅ, ଅଧ ଚାମଚ ଜୁଆଣି, ଛାଣିବା ପାଇଁ ତେଲ ଏବଂ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ମଇଦା, ଘିଅ, ଲୁଣ ଏବଂ ଜୁଆଣିକୁ ରଖି ଏହାକୁ ମିଶାନ୍ତୁ। ଏବେ ଏଥିରେ ପାଣି ମିଶାଇ ଅଟା ଚକଟିଲା ଭଳି ଭଲ ଭାବେ ଚକଟନ୍ତୁ। ଏହାକୁ ଘୋଡ଼ାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏବେ ଏହାକୁ ସମାନ ଭାଗରେ ବିଭକ୍ତ କରି ଗୋଲା ପ୍ରସ୍ତୁତ କରନ୍ତୁ। ଏହାକୁ ରୁଟି ଭଳି ଗୋଲାକାର ଭାବେ ବେଲନ୍ତୁ। ଏବେ ଏହାକୁ ତ୍ରିଭୂଜ ଆକାରର କରି ସାଇଡ୍‌ରୁ କିଛି ଅଂଶ ଛାଡ଼ି ଦିଅନ୍ତୁ। ଏକ ପ୍ୟାନ୍‌ରେ ତେଲ ଗରମ କରି ଏହାକୁ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଛାଣିସାରିବା ପରେ ଏହାକୁ ତେଲ ଛାଡ଼ିବା ପାଇଁ ଟିସୁ ପେପରକୁ ବାହାର କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାପଡ଼ି। ଗରମ ଗରମ ଚା’ ସହିତ ସନ୍ଧ୍ୟା ସ୍ନାକ୍‌ସର ମଜା ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ