ଗେମ୍ ଚେଞ୍ଜର ପନ୍ତଙ୍କୁ ଫ୍ରିଡମ ପାଇଁ ରୋହିତଙ୍କ ପରାମର୍ଶ


ରୋହିତ ଶର୍ମା ଓ ରିଷଭ ପନ୍ତ (ଫାଇଲ ଫଟୋ)
ନିକଟ ଅତୀତରେ ପ୍ରଭାବୀ ପ୍ରଦର୍ଶନ କରି ସମାଲୋଚକଙ୍କ ପାଟି ବନ୍ଦ କରିଥିବା ଋଷଭ ପନ୍ତଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସାହସିକ ବ୍ୟାଟିଂ ଜରିଆରେ ଦଳକୁ ମ୍ୟାଚ ଜିତାଇବାର ଦକ୍ଷତା ଦେଖାଇଥିବା ପନ୍ତ ଯେ ଜଣେ ଆକ୍ରମଣାତ୍ମାକ ବ୍ୟାଟ୍ସମ୍ୟାନ ଏହା କାହାକୁ ବୁଝିବାକୁ ବାକି ନାହିଁ। ବିଶ୍ବର ଯେ କୌଣସି ବଡ଼ ବୋଲରଙ୍କ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ନେଇ ପନ୍ତଙ୍କ ପାଖରେ ଦକ୍ଷତା ରହିଛି। ତେଣୁ ଏହିପରି ସ୍ଥିତିରେ ଆକ୍ରମଣାତ୍ମକ ବ୍ୟାଟିଂକୁ ପସନ୍ଦ କରୁଥିବା ଧଳା ବଲର ଉପଅଧିନାୟକ  ରୋହିତ ଶର୍ମା କହିଛନ୍ତି ଯେ ପନ୍ତଙ୍କୁ ପୂରା ଫ୍ରିଡମର ଆବଶ୍ୟକତା ରହିଛି। ତାଙ୍କୁ ନିଜ ସ୍ବଭାବର ବ୍ୟାଟିଂ ପାଇଁ ସୁଯୋଗ ଦିଆଯିବା ଉଚିତ। ତାଙ୍କୁ କୌଣସି ପରିସ୍ଥିତିରେ ତାଙ୍କ ସ୍ବାଭାବିକ ପ୍ରଦର୍ଶନ ଉପରେ ରୋକ ନ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି।

ଶୁକ୍ରବାର ସନ୍ଧ୍ୟାରୁ ଅହମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବାକୁ ଯାଉଛି। ତେଣୁ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଆଖିରେ ରଖି ଅଭିଜ୍ଞ ରୋହିତ ଶର୍ମା ଏପରି ପରାମର୍ଶ ଦେଇଥିବା କୁହାଯାଉଛି। ଜଣେ ଗେମ ଚେଞ୍ଜର ଓ ଜଣେ ମ୍ୟାଚ ୱିନର ଭାବେ ପନ୍ତ ଆଗକୁ ବଢ଼ୁଥିବାରୁ ତାଙ୍କ ଉପରେ ଟିମ ମ୍ୟାନେଜମେଣ୍ଟ ଓ କ୍ରିକେଟପ୍ରେମୀଙ୍କ ନଜର ପଡ଼ିଛି। ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ପନ୍ତଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇ କହିଛନ୍ତି ଯେ ଦୁଇମାସ ଭିତରେ ପନ୍ତଙ୍କ ଠାରେ ସେ ଅନେକ ପରିବର୍ତ୍ତନ ଦେଖିଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ରଶିଦ ଲତିଫ କହିଛନ୍ତି ଯେ ପନ୍ତ କେବଳ ତାଙ୍କ ପାଇଁ ବା ଦଳ ପାଇଁ ଖେଳୁ ନାହାନ୍ତି, ଆମକୁ ଆମୋଦିତ କରିବାକୁ ଖେଳୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ