ଋଷଭ ପନ୍ତଙ୍କୁ କ୍ୟାରିଅର ବେଷ୍ଟ ମାନ୍ୟତା, ଦ୍ବିତୀୟରେ ଅଶ୍ବିନ


ୱିକେଟ କିପର ପନ୍ତ (ଫାଇଲ ଫଟୋ)
ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆଇସିସି ଟେଷ୍ଟ ମାନତାରେ  ପ୍ରଥମଥର ଲାଗି ଟପ୍-୧୦ରେ ପ୍ରବେଶ କରିଛନ୍ତି। ପନ୍ତ ଏକାଥରକେ ୭ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ପନ୍ତଙ୍କ ବ୍ୟତୀତ ରୋହିତ ଶର୍ମାଙ୍କୁ ଗୋଟିଏ ସ୍ଥାନର ଫାଇଦା ହୋଇଛି ଏବଂ ସେ ପନ୍ତଙ୍କ ସହ ଯୁଗ୍ମ ଭାବେ ସପ୍ତମ ସ୍ଥାନରେ ରହିଛନ୍ତି। ଟପ୍-୧୦ରେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ୮୧୪ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ୱିଲିଅମସନ ପ୍ରଥମ ଓ ଷ୍ଟିଭ ସ୍ମିଥ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ବୋଲରଙ୍କ ମାନ୍ୟତାରେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ମଧ୍ୟ ଫାଇଦା ହୋଇଛି। ଇଂଲଣ୍ଡ ବିପକ୍ଷ ସିରିଜରେ ୩୨ଟି ୱିକେଟ୍ ନେଇଥିବା ଅଶ୍ୱିନ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟରେ ପହଞ୍ଚିଯାଇଛନ୍ତି। ଅଶ୍ୱିନଙ୍କ ଉପରକୁ କେବଳ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ରହିଛନ୍ତି। ଇଂଲଣ୍ଡର ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଦୁଇଟି ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ସେହିପରି ଅଲରାଉଣ୍ଡର ତାଲିକାରେ ବେନ୍ ଷ୍ଟୋକ୍ସ ଓ ଅଶ୍ୱିନ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠିଛନ୍ତି। ଦୁଇ ଖେଳାଳି ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ସିରିଜରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିବା ୱାଶିଂଟନ୍ ସୁନ୍ଦରଙ୍କୁ ୩୯ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ୬୨ତମ ସ୍ଥାନରେ ପହଞ୍ଚିଛନ୍ତି। ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଅଜିଙ୍କ୍ୟ ରାହାଣେ ଚତୁର୍ଦ୍ଦଶ ଓ ଚେତେଶ୍ୱର ପୂଜାରାଙ୍କୁ ତ୍ରୟୋଦଶ ସ୍ଥାନ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ