କିଚେନ୍‌ର କାମ କରିବା ସମୟରେ ଏହିସବୁ ଟିପ୍ସ ଅନୁସରଣ କରନ୍ତୁ


ପ୍ରତୀକାତ୍ମକ ଫଟୋ
କିଚେନ୍‌ରେ କାମ କରିବା ସମୟରେ ଗୃହିଣୀମାନେ ଅନେକ ଛୋଟ ଛୋଟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାର ସମାଧାନ ପାଇଁ ସେମାନେ ବାଟ ଖୋଜିଥାନ୍ତି। ତେବେ ଆପଣଙ୍କୁ ଏଠାରେ ଏମିତି କିଛି ଟିପ୍ସ ଦିଆଯାଉଛି, ଯାହା କିଚେନ୍‌ରେ ଆପଣଙ୍କୁ ସାହାଯ୍ୟ କରିବ। ଚାଲନ୍ତୁ ଜାଣିବା ଏମିତି କିଛି ଟିପ୍ସ ସମ୍ପର୍କରେ ଯାହା ଆପଣଙ୍କ ସମସ୍ୟାକୁ ଅନେକ ମାତ୍ରାରେ କମ୍‌ କରିଦେବ।

  • ପିଆଜ କାଟିବା ପୂର୍ବରୁ ୧୦ ମିନିଟ୍‌ ପାଇଁ ଫ୍ରିଜ୍‌ରେ ରଖି ଦିଅନ୍ତୁ। ଏହା ପରେ ପିଆଜ କାଟିଲେ ଆଖିରୁ ଲୁହ ବାହାରିବ ନାହିଁ।
  • ଯଦି ଆପଣ ବିନା ପିଆଜରେ ତରକାରୀ କରିବାକୁ ଚାହୁଛନ୍ତି, ତେବେ ପତ୍ର କୋବିକୁ ଛୋଟ ଛୋଟ କରି କାଟନ୍ତୁ। ଏହାକୁ ପିଆଜ ଭଳି ଗ୍ରାଇଣ୍ଡିଂ କରନ୍ତୁ କିମ୍ବା ଫ୍ରାଏ କରନ୍ତୁ। ଏହି ଗ୍ରେଭି ବ୍ୟବହାର କଲେ ବିନା ପିଆଜରେ ମଧ୍ୟ ତରକାରୀ ସ୍ବାଦିଷ୍ଟ ଲାଗିବ।
  • ସାଲାଡ଼ ପାଇଁ କାକୁଡ଼ି, ଟମାଟୋ, ଗାଜର ଆଦି କାଟିବା ସମୟରେ ସର୍ବଦା ତେରଛା କରି କାଟନ୍ତୁ।
  • ସାଲାଡ଼ ପାଇଁ କାଟିବା ପୂର୍ବରୁ ଟମାଟୋକୁ ଧୋଇ ୧୦ ମିନିଟ୍‌ ପାଇଁ ଫ୍ରିଜ୍‌ରେ ରଖନ୍ତୁ। ପରେ ଯେଉଁ ଆକାରରେ ଚାହିବେ ସହଜରେ ଏହି ଟମାଟୋକୁ କାଟି ପାରିବେ।
  • ସିଝା ଆଳୁରେ ସାଲାଡ଼ ତିଆରି କରିବା ପାଇଁ ଚାହୁଥିଲେ ଆଳୁ ସିଝାଇବା ସମୟରେ ଏଥିରେ ଲୁଣ, ଏକ ଚିମୁଟା ଚିନି, ୨-୩ଟି ପୋଦିନା ପତ୍ର ଏବଂ ଅଧ ଚାମଚ ତେଲ ମିଶାନ୍ତୁ। ଆଳୁ ଆହୁରି ସ୍ବାଦିଷ୍ଟ ଲାଗିବ।
  • ଗାଜର, ମୂଳା ଆଦିର ସାଲାଡ଼ ତିଆରି କରୁଥିଲେ ଏହାକୁ କାଟିବା ପରେ ଅଧିକ ସୟମ ରଖନ୍ତୁ ନାହିଁ। ପରିବା କାଟିବା ପରେ ଅଧିକ ସମୟ ରଖିବା ଦ୍ବାରା ଏହା ପୋଷକ ତତ୍ତ୍ବ ନଷ୍ଟ ହୋଇଯାଏ।
  • ଫୁଲକୋବି ରାନ୍ଧୁଥିଲେ ତରକାରୀରେ ଏକ ଚାମଚ କ୍ଷୀର ମିଶାନ୍ତୁ। ଏପରି କରିବା ଦ୍ବାରା ଫୁଲାକୋବି ତରକାରୀର ରଙ୍ଗ ବଦଳିଯିବ।
  • ଡାଲି କରୁଥିଲେ ଏଥିରେ ଅଳ୍ପ ହଳଦୀ ଏବଂ କିଛି ବୁନ୍ଦା ତେଲ ପକାନ୍ତୁ। ଏପରି କରିବା ଦ୍ବାରା ଡାଲି ଶୀଘ୍ର ସିଝିଯିବ ଏବଂ ସ୍ବାଦ ବି ବଢ଼ିଯିବ।
  • ଦହିବରା ତିଆରି କରୁଥିଲେ ବିରି ପେଶିବା ସମୟରେ ଏଥିରେ ଏକ ସିଝା ଆଳୁ ମଧ୍ୟ ପେଶି ଦିଅନ୍ତୁ। ଏହାଦ୍ବାରା ଦହିବରା ନରମ ଲାଗିବ।
  • ଗ୍ରେଭି ତିଆରି କରିବା ପାଇଁ ଘରେ ଟମାଟୋ ନ ଥିଲେ ସେଓକୁ ମଧ୍ୟ ବ୍ୟବହାର କରିପାରିବେ। ସେଓର ଚୋପା ଛଡ଼ାଇ ଏଥିରେ ରସୁଣ, ଭଜା ପାନମଧୁରୀ ଏବଂ ଗୁଜୁରାତି ସହ ପେଶି ଦିଅନ୍ତୁ। ଏହାକୁ ଟମୋଟୋ ଗ୍ରେଭି ଭାବେ ବ୍ୟବହାର କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ