ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଓଟ୍‌ସ ଦୋସା


ଓଟ୍‌ସ ଦୋସା (ଫାଇଲ୍ ଫଟୋ)
ଚାଉଳରେ ପ୍ରସ୍ତୁତ ହେଉଥିବା ପାରମ୍ପରିକ ଦୋସାରେ ଯଦି ହେଲ୍‌ଦି ଅପ୍ସନ୍‌ ଦେବାକୁ ଚାହୁଛନ୍ତି ତେବେ ଘରେ ତିଆରି କରନ୍ତୁ ଓଟ୍‌ସ ଦୋସା। ଏହାକୁ ଆପଣ ଲଞ୍ଚ କିମ୍ବା ଡିନର କିମ୍ବା ବ୍ରେକ୍‌ଫାଷ୍ଟରେ ଯେତେବେଳେ ଚାହିଲେ ଖାଇପାରିବେ। ଏମିତିରେ ଦକ୍ଷିଣ ଭାରତୀୟ ଖାଦ୍ୟ ବହୁତ ସ୍ବାସ୍ଥ୍ୟକର ହୋଇଥାଏ। ଯଦି ଆପଣ କମ୍‌ କ୍ୟାଲୋରୀ ଗ୍ରହଣ କରିବାକୁ ଚାହୁଥାନ୍ତି ତେବେ ଓଟ୍‌ସ ଦୋସା ନିହାତି ଭାବେ ଟ୍ରାଏ କରନ୍ତୁ। ଏହି ଦୋସା ଯେମିତି ସ୍ବାଦିଷ୍ଟ, ସେମିତି ସ୍ବାସ୍ଥ୍ୟକର। ଚାଲନ୍ତୁ ଜାଣିବା ଓଟସ୍‌ ଦୋସା ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୧ କପ୍‌ ଓଟ୍‌ସ, ସୁଜି ଏକ ଚତୁର୍ଥାଂଶ କପ୍‌, ମଇଦା ଏକ ଚତୁର୍ଥାଂଶ କପ୍‌, ୨ କପ୍‌ ଘୋଳ ଦହି, ୨ଟି କଟା ପିଆଜ, ୩ଟି କଟା କଞ୍ଚା ଲଙ୍କା, ୧ ଚାମଚ ଗୋଲମରିଚ ଗୁଣ୍ଡ, ୧ ଚାମଚ ଜିରା ଗୁଣ୍ଡ ଲୁଣ ସ୍ବାଦାନୁସାରେ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଓଟ୍‌ସକୁ ଗ୍ରାଇଣ୍ଡିଂ କରନ୍ତୁ। ମନେ ରଖନ୍ତୁ ଓଟ୍‌ସକୁ ଚିକ୍କଣ ଭାବେ ଗ୍ରାଇଣ୍ଡିଂ ନ କରି ଖଦଡ଼ ଭାବେ ପେଶନ୍ତୁ। ଏକ ପାତ୍ରରେ ଘୋଳ ଦହି ନେଇ ସେଥିରେ ସୁଜି, ମଇଦା, ଓଟସ୍‌ ଏବଂ ଲୁଣ ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏବେ ଜିରା ଓ ଗୋଲମରିଚ ଗୁଣ୍ଡକୁ ଓଟସ୍‌ ଆଣରେ ପକାନ୍ତୁ। ଏବେ ଏଥିରେ କଟା ପିଆଜ ଓ ଲଙ୍କା ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ।

ମଧ୍ୟମ ଆଞ୍ଚରେ ତାୱା ଗରମ କରନ୍ତୁ। ତାୱା ଭଲ ଭାବେ ଗରମ ହୋଇଗଲେ ଏକ ଗିନାରେ ଓଟ୍‌ସ ମିଶ୍ରଣକୁ ନେଇ ତାୱାରେ ପକାଇ ଗୋଲାକାର କରନ୍ତୁ। କିଛି ସମୟ ପରେ ଏହାର ଚାରିପଟେ ତେଲ ଦିଅନ୍ତୁ। ଦୋସାର ଉଭୟ ପାର୍ଶ୍ବ ଭଲ ଭାବେ ସେକନ୍ତୁ। ଏବେ ଏହାକୁ ପ୍ଲେଟ୍‌କୁ ବାହାର କରନ୍ତୁ। ନିଜ ପସନ୍ଦର ଟମାଟୋ ଚଟଣୀ, ପୋଦିନା ଚଟଣୀ କିମ୍ବା ନଡ଼ିଆ ଚଟଣୀରେ ଗରମ ଗରମ ଖାଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ