ଲଗାତର ବିମାନ ଯାତ୍ରା ବଢ଼ାଏ ରୋଗର ଆଶଙ୍କା


ପ୍ରତୀକାତ୍ମକ ଫଟୋ
ଯଦି ଆପଣ ଲଗାତର ବିମାନରେ ଯାତ୍ରା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବିପଦର ଆଶଙ୍କା ହୋଇପାରେ। ଲଗାତର ବିମାନ ଯାତ୍ରା କରିବା ଫଳରେ ଜେଟ୍‌ ଲ୍ୟାଗ ବା ବିମାନ ଯାତ୍ରା ଦ୍ବାରା ଥକାପଣ ଆସିଥାଏ। ଯାହାଫଳରେ କ୍ୟାନ୍ସର ଆଶଙ୍କା ବୃଦ୍ଧି ପାଇଥାଏ। କାରଣ ଏହା ଆମର ‘ବଡ଼ି କ୍ଲକ୍‌’କୁ ଏପଟସେପଟ କରିଥାଏ। ଏହାଦ୍ବାରା ଶରୀରରେ ଟ୍ୟୁମର ହେବାର ଆଶଙ୍କା ମଧ୍ୟ ରହିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଡେଲି ମେଲରେ ଏହି ଗବେଷଣାର ଫଳାଫଳ ପ୍ରକାଶ ପାଇଛି। ଗବେଷଣା ରିପୋର୍ଟ ଅନୁସାରେ କ୍ୟାନ୍ସର ରୋକିବା କ୍ଷମତା ରଖୁଥିବା କୋଷିକାଗୁଡ଼ିକ ଦ୍ରୁତ ଗତିରେ ତିଆରି ହେବା ପ୍ରକ୍ରିୟା ଉପରେ ଶାରୀରିକ ବଡ଼ି କ୍ଲକ୍‌ ବହୁତ ମାତ୍ରାରେ ପ୍ରଭାବ ପକାଇଥାଏ।

ବର୍ଲିନ୍‌ର ଚାରିଟ୍‌ ମେଡିକାଲ ୟୁନିଭର୍ସିଟିର ଏଞ୍ଜେଲା ରିଲୋଗିୟୋ କହିଛନ୍ତି ଯେ ମଣିଷର ‘ବଡି କ୍ଲକ୍‌’ ଆଲୋକ ଓ ଅନ୍ଧକାର ମଧ୍ୟରେ ତାଳମେଳ ରଖି କାମ କରିଥାଏ। ଲୋକଙ୍କ ବ୍ୟବହାର ଓ ଗତିବିଧି ସ୍ତରକୁ ମଧ୍ୟ ପ୍ରଭାବିତ କରିଥାଏ। ଗବେଷଣା ଫଳାଫଳରୁ ଜଣାପଡ଼ିଛି ଯେ ଗୋଟିଏ ଟ୍ୟୁମର ମଧ୍ୟ ବଡି କ୍ଲକ୍‌ର ସଠିକ କାର୍ଯ୍ୟକାରିତା ଉପରେ ବାଧା ସୃଷ୍ଟି କରିଥାଏ ବୋଲି ରିଲୋଗିୟୋ କହିଛନ୍ତି।

ଏହି ଗବେଷଣା ପାଇଁ ତାଙ୍କ ଟିମ୍‌ ଆର୍‌ଏଏସ୍‌ ନାମକ ଏକ ପ୍ରୋଟିନ୍‌ର ବିଶ୍ଳେଷଣ କରିଥିଲେ। ଯାହା ମୂଷାଙ୍କ ଉପରେ ପ୍ରୟୋଗ କରାଯାଇଥିଲା। ଆର୍‌ଏଏସ୍‌ ଶରୀରରେ କୋଷିକାଗୁଡ଼ିକୁ ଦ୍ରୁତ ବେଗରେ ବହୁଗୁଣିତ ହେବାକୁ ନିୟନ୍ତ୍ରିତ କରିଥାଏ। ଏହା ମଣିଷର ଇଣ୍ଟରନାଲ ବଡି କ୍ଲକ୍‌କୁ ମଧ୍ୟ ପ୍ରଭାବିତ କରେ। କୋଷିକାଗୁଡ଼ିକର ଆକାର ସମୟ ଅନୁସାରେ ବୃଦ୍ଧି ଓ ହ୍ରାସ ହୋଇଥାଏ। ଏହାକୁ ଜୀବନକାଳର ନିର୍ଦ୍ଧାରଣ ଏବଂ କ୍ୟାନ୍ସର ଆରମ୍ଭ ସହିତ ଯୋଡ଼ା ଯାଇପାରେ। ଇଣ୍ଟରନାଲ ବଡି କ୍ଲକ୍‌ର ପରିବର୍ତ୍ତନ ହୃଦ୍‌ରୋଗ ଏବଂ ମଧୁମେହ ଭଳି ରୋଗର ଆଶଙ୍କା ମଧ୍ୟ ବଢ଼ାଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ