ମୂତ୍ରନଳୀ ସଂକ୍ରମଣ ପ୍ରତି ସତର୍କ ରୁହନ୍ତୁ


ପ୍ରତୀକାତ୍ମକ ଫଟୋ
ମହିଳାଙ୍କୁ ହେଉଥିବା ରୋଗ ମଧ୍ୟରେ ବର୍ତ୍ତମାନ ମୂତ୍ରନଳୀ ସଂକ୍ରମଣ ବା ୟୁରିନ୍‌ ଇନ୍‌ଫେକ୍ସନ ଏକ ସାଧାରଣ କଥା। ପରିଷ୍କାର ପରିଚ୍ଛନ୍ନ ରକ୍ଷା ନ କରିବା ଏହି ରୋଗର ପ୍ରମୁଖ କାରଣ। ସାଧାରଣତଃ ଏହା ହେଉଛି ୟୁରିନାରୀ କର୍ଡରେ ହେଉଥିବା ସଂକ୍ରମଣ, ଯାହାକୁ ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ (ୟୁଟିଆଇ) ମଧ୍ୟ କୁହାଯାଏ। ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ରେଖା ସଚାନଙ୍କ କହିବାନୁସାରେ ଏକ ରିପୋର୍ଟ ମୁତାବକ ପାଖାପାଖି ୪୦ ପ୍ରତିଶତ ମହିଳା ନିଜ ଜୀବନ କାଳ ମଧ୍ୟରେ କେବେ ନା କେବେ ନିହାତି ଭାବେ ୟୁଟିଆଇର ପୀଡ଼ିତ ହୋଇଥାନ୍ତି।

ଏହା ଏକ ଜୀବାଣୁ ଜନିତ ସଂକ୍ରମଣ। ୟୁରିନାରୀ କର୍ଡର କୌଣସି ବି ଅଂଶକୁ ଏହା ପ୍ରଭାବିତ କରିପାରେ। ବିଶେଷଜ୍ଞଙ୍କ କହିବାନୁସାରେ ପରିସ୍ରାରେ ଜୀବାଣୁ ନ ଥାନ୍ତି। ମାତ୍ର ଯେତେବେଳେ ମୂତ୍ରାଶୟ ଏବଂ କିଡ୍‌ନୀରେ ଜୀବାଣୁ ପ୍ରବେଶ କରିବା ସହ ବଂଶ ବୃଦ୍ଧି କରିଥାନ୍ତି ସେତେବେଳେ ଏହି ପରିସ୍ଥିତି ଦେଖାଯାଇଥାଏ। କେତେକ ସାବଧାନତା ଅବଲମ୍ବନ କରି ଏହି ସଂକ୍ରମଣରୁ ରକ୍ଷା ପାଇପାରିବେ।

ଠିକ୍‌ ସମୟରେ ଚିକିତ୍ସା କରନ୍ତୁ
କ୍ବିନ୍‌ମେରି ହସ୍ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ରେଖା ସଚାନା କହିଛନ୍ତି ୟୁରିନ୍‌ ଇନ୍‌ଫେକ୍ସନ୍‌ ପାଇଁ ଡରନ୍ତୁ ନାହିଁ। ଆରମ୍ଭରୁ ଉପଯୁକ୍ତ ଚିକିତ୍ସା କରିବା ଦ୍ବାରା ସମସ୍ୟା ମୂଳରୁ ଶେଷ ହୋଇଯିବ। ଗର୍ଭାବସ୍ଥାରେ ୟୁରିନ୍‌ ଇନ୍‌ଫେକ୍ସନର ହେଲେ ଗର୍ଭସ୍ଥ ଶିଶୁର ବିକାଶ ଉପରେ ପ୍ରଭାବ ପଡ଼ିବା ସହ ଶିଶୁ ମଧ୍ୟ ସଂକ୍ରମଣର ଶିକାର ହୋଇପାରେ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ
ଗର୍ଭାବସ୍ଥାରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ରଖନ୍ତୁ। ୟୁଟିଆଇ ପୀଡ଼ିତ ମହିଳାଙ୍କୁ ପରିସ୍ରା କରିବାରେ ସମସ୍ୟା, ଯୌନାଙ୍ଗ କୁଣ୍ଡାଇ ହେବା ଏବଂ ଲାଲ ପଡ଼ିବା, ପୋଡ଼ାଜଳା କରିବା, ପରିସ୍ରାରେ ରକ୍ତ ପଡ଼ିବା, ପରିସ୍ରା ଦୁର୍ଗନ୍ଧ ହେବା, ପେଟର ନିମ୍ନଭାଗ ଦରଜ ହେବା, ଜ୍ବର ହେବା ଆଦି ଲକ୍ଷଣ ଦେଖାଯାଏ। ଏହାର ଠିକ୍‌ ଭାବେ ଚିକିତ୍ସା ନ ହେଲେ ସଂକ୍ରମଣ କିଡ୍‌ନୀ ପର୍ଯ୍ୟନ୍ତ ପହଞ୍ଚି ପାରେ। ଏହାଦ୍ବାରା ଶରୀରରେ ରକ୍ତର ଅଭାବ ମଧ୍ୟ ଦେଖାଯାଏ। କିଡ୍‌ନୀରେ ଏରିଥ୍ରୋପିଟିନ୍‌ ନାମକ ହର୍ମୋନ୍‌ ରହିଛି। ଏହା ବୋନ୍‌ ମେରୋ ମାଧ୍ୟମରେ ରେଡ୍‌ ବ୍ଲଡ୍‌ ସେଲ୍‌ ତିଆରି କରିଥାଏ। କିଡ୍‌ନୀରେ ସଂକ୍ରମଣ ହେବା ଫଳରେ ହର୍ମୋନ୍‌ର ପ୍ରଭାବ କମ୍‌ ହେବାକୁ ଲାଗିଥାଏ। ଏହାଦ୍ବାରା ଶରୀରରେ ହିମୋଗ୍ଲୋବିନ୍‌ କମି ଯାଇଥାଏ। ଶରୀରକୁ ସବୁବେଳେ ସଫା ସୁତୁରା ରଖିବା ସହ ଟଏଲେଟ୍‌କୁ ମଧ୍ୟ ପରିଷ୍କାର ରଖନ୍ତୁ।

ଅଧିକ ପାଣି ପିଅନ୍ତୁ
ୟୁଟିଆଇର ପୀଡ଼ିତ ମହିଳା ଅଧିକ ପାଣି ଓ ତରଳ ପଦାର୍ଥ ସେବନ କରିବା ଉଚିତ। ପ୍ରତି ଘଣ୍ଟାରେ ପରିସ୍ରା ଲାଗିବ ଆବଶ୍ୟକ। ତେଣୁ ପ୍ରତ୍ୟେକ ଦିନ ପାଖାପାଖି ୧୦ରୁ ୧୨ ଗ୍ଲାସ୍‌ ପାଣି ପିଇବା ଉଚିତ।

ପରିସ୍ରା ରୋକନ୍ତୁ ନାହିଁ
ଜୋର୍‌ରେ ପରିସ୍ରା ଲାଗୁଥିଲେ ଏହାକୁ ରୋକନ୍ତୁ ନାହିଁ। ପରିସ୍ରା ଲାଗିବା ମାତ୍ରେ ଯାଆନ୍ତୁ। ନଚେତ୍‌ ୟୁଟିଆଇ ଆଶଙ୍କା ବଢ଼ିଯାଇଥାଏ। ପରିସ୍ରା ରୋକିବାର ଅର୍ଥ ହେଉଛି ସଂକ୍ରମଣରୁ ବିସ୍ତାର କରିବା।

ସୂତାରେ ତିଆରି ଅନ୍ତ୍ରଃବସ୍ତ୍ର ପିନ୍ଧନ୍ତୁ
ସବୁବେଳେ କଟ୍‌ନ୍‌ରେ ପ୍ରସ୍ତୁତ ଅନ୍ତଃବସ୍ତ୍ର ପିନ୍ଧନ୍ତୁ। ସୂତା କପଡ଼ା ପାଣିକୁ ଶୀଘ୍ର ଶୁଖାଇବା ସହ ବ୍ୟାକ୍ଟେରିଆ ସୃଷ୍ଟି ହୋଇପାରି ନ ଥାନ୍ତି।

ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କରନ୍ତୁ
ଖାଦ୍ୟପେୟର ସ୍ବଚ୍ଛତା ପ୍ରତି ଧ୍ୟାନ ରଖନ୍ତୁ। ଅପରିଷ୍କାର ସ୍ଥାନରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇଲେ ମଧ୍ୟ ଏହି ସମସ୍ୟା ଦେଖାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ