କିଶୋରଙ୍କୁ ଆକ୍ରମଣାତ୍ମକ କରୁଛି ବାୟୁ ପ୍ରଦୂଷଣ!


ପ୍ରତୀକାତ୍ମକ ଫଟୋ
ନିକଟରେ ହୋଇଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣର ଉଚ୍ଚ ସ୍ତର କିଶୋରଙ୍କ ମଧ୍ୟରେ ଅପରାଧିକ ବ୍ୟବହାର ଆଶଙ୍କା ବୃଦ୍ଧି କରିପାରେ। ଗବେଷକମାନଙ୍କ କହିବାନୁସାରେ ବାୟୁ ପ୍ରଦୂଷଣ ଉଚ୍ଚତମ ସ୍ତରରେ ରହିବା ଯୋଗୁଁ ଛୋଟ ଛୋଟ ବିଷାକ୍ତ କଣିକା ବିକଶିତ ହୋଇ ମସ୍ତିଷ୍କରେ ପ୍ରବେଶ କରିଥାଏ। ଏହାଫଳରେ ମସ୍ତିଷ୍କ ଭିତରେ କିଛି ନା କିଛି ପ୍ରଭାବ ପକାଇଥାଏ। ଏହାଦ୍ବାରା ଭାବନା ଏବଂ ନିଷ୍ପତ୍ତି ନେବା ପାଇଁ ମସ୍ତିଷ୍କର ଯେଉଁ ଅଂଶ ଦାୟୀ, ତାହା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହି ଗବେଷଣାର ଫଳାଫଳ ଜର୍ଣ୍ଣାଲ ଅଫ୍‌ ଆବ୍‌ନର୍ମାଲ ଚାଇଲ୍ଡ ସାଇକୋଲୋଜିରେ ପ୍ରକାଶ ପାଇଥିଲା।

ଏହି ଗବେଷଣା ସ୍ବଚ୍ଛ ପବନର ମହତ୍ତ୍ବ ସମ୍ପର୍କରେ ଏକ ଚେତାବନୀ। ସହରାଞ୍ଚଳରେ ବୃକ୍ଷରୋପଣର କେତେ ଆବଶ୍ୟକତା ରହିଛି, ତାହା ଏହି ଗବେଷଣାରୁ ଜଣାପଡ଼ିଛି। ଗବେଷଣାର ନେତୃତ୍ବ ନେଇଥିବା ଗବେଷକ ଡାଏନା ୟୋନାନଙ୍କ କହିବାନୁସାରେ ପ୍ରଦୂଷଣ ପାଇଁ ଦାୟୀ ଛୋଟ କଣିକାକୁ ପାର୍ଟିକୁଲେଟ୍‌ ମ୍ୟାଟର (ପିଏମ୍‌ ୨.୫)ବୋଲି ମଧ୍ୟ କୁହାଯାଏ। ଏହି କଣିକା ଏକ କେଶ ମୂଳଠାରୁ ମଧ୍ୟ ୩୦ ଗୁଣା ଛୋଟ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ବୋଲି ଡାଏନା କହିଛନ୍ତି।

ଆମେରିକାସ୍ଥିତ ୟୁନିଭର୍ସିଟି ଅଫ୍‌ ସର୍ଦନ କାଲିଫର୍ଣ୍ଣିଆର ରିସର୍ଚ୍ଚ ଆସୋସିଏଟ୍‌ ଡାଏନା କହିଛନ୍ତି ଏହି ଛୋଟ ରାସାୟନିକ କଣିକା ମଣିଷ ଶରୀରରେ ପ୍ରବେଶ କରି ଫୁସ୍‌ଫୁସ୍‌ ଏବଂ ହୃଦୟକୁ ପ୍ରଭାବିତ କରିଥାଏ। ପିଏମ୍‌ ୨.୫ ବିଶେଷକରି ବିକଶିତ ହେଉଥିବା ମସ୍ତିଷ୍କ ପାଇଁ ବେଶୀ ଖରାପ। ଏହା ମସ୍ତିଷ୍କର ସଂରଚନା ଓ ସ୍ନାୟୁ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇ ଥାଏ। ଏହା କିଶୋରଙ୍କ ବ୍ୟବହାରକୁ ମଧ୍ୟ ପ୍ରଭାବିତ କରିଥାଏ ବୋଲି ଗବେଷଣାରତା ଡାଏନା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ