ସାଥୀ ଧୋକାବାଜ ବାହାରିଲେ ନିଜକୁ ପଚାରନ୍ତୁ ୫ଟି ପ୍ରଶ୍ନ


ପ୍ରତୀକାତ୍ମକ ଫଟୋ
ସାଥୀଙ୍କଠାରୁ ଧୋକା ମିଳିବା ପରେ ଯେଉଁ କଷ୍ଟ ଅନୁଭବ ହୁଏ, ତାହାକୁ ଶବ୍ଦରେ ବାଖ୍ୟା କରିବା ସମ୍ଭବ ନୁହେଁ। କୌଣସି ବ୍ୟକ୍ତିକୁ ସ୍ପେସାଲ ମାନିବା, ଅନ୍ୟମାନଙ୍କଠାରୁ ଅଧିକ ବିଶ୍ବାସ କରିବା, ସେହି ବ୍ୟକ୍ତିଙ୍କ ସହିତ ସୁନ୍ଦର ଭବିଷ୍ୟତର ଯୋଜନା କରିବା ପରେ ଯେତେବେଳେ ଉକ୍ତ ବ୍ୟକ୍ତି ଧୋକାବାଜ ବାହାରନ୍ତି ତାହା ଶକ୍ତ ଧକ୍କା ଦେଇଥାଏ। ସେହି ମାନସିକ ସନ୍ତାପରୁ ବାହାରିବା କଷ୍ଟକର ହୋଇପଡ଼େ। ଏହି ସମୟରେ କନ୍ଦାକଟା କରି ନିଜକୁ ଦୋଷ ଦିଅନ୍ତୁ ନାହିଁ। ନିଜକୁ କିଛି ପ୍ରଶ୍ନ କରନ୍ତୁ। ଏପରି କରିବା ଦ୍ବାରା ସାଥୀଙ୍କଠାରୁ ଧୋକା ପାଇବା ପରେ ମଧ୍ୟ ଆପଣ ନିଜକୁ ସମ୍ଭାଳି ପାରିବେ।

ଭୁଲ୍‌ କାହାର ଥିଲା?
ପ୍ରଥମେ ଭାବନ୍ତୁ ଆପଣଙ୍କ ସମ୍ପର୍କରେ ଭୁଲ୍‌ କେଉଁଠି ଥିଲା। ଭାବନ୍ତୁ ଆପଣଙ୍କ ସାଥୀ ପ୍ରଥମରୁ ଭଲ ବ୍ୟକ୍ତି ଥିଲେ ନା ନାହିଁ। ଆପଣ ତାଙ୍କୁ ବୁଝିବାରେ କିଛି ଭୁଲ୍‌ କରି ନାହାନ୍ତି ତ? ଆପଣଙ୍କ ସମ୍ପର୍କରେ କିଛି ଅଭାବ ରହିଯାଇ ନ ଥିଲା, ଯାହା ଆପଣଙ୍କୁ ଜଣା ନ ଥିଲା। ଏହି ସମ୍ପର୍କରେ ଆପଣଙ୍କ ତରଫରୁ କିଛି ଭୁଲ୍‌ ରହିଛି କି ନାହିଁ କି ଭାବନ୍ତୁ। କୌଣସି ସମ୍ପର୍କ ଭାଙ୍ଗିବା ପଛରେ ବହୁତ କିଛି କାରଣ ଥାଇ ପାରେ। ତେଣୁ ସବୁ ଦିଗରୁ ଚିନ୍ତା କରନ୍ତୁ।

ଆପଣ ଭୁଲ୍‌କୁ ସୁଧାରିବାକୁ ଚାହୁଛନ୍ତି କି?
ଭୁଲ୍‌ କାହାର ଏବଂ କେଉଁଠି ଥିଲା ବୋଲି ଜାଣି ପାରିବା ପରେ ନିଜକୁ ପ୍ରଶ୍ନ କରନ୍ତୁ। ଆପଣ ଏହି ଭୁଲ୍‌କୁ ସୁଧାରିବାକୁ ଚାହୁଛନ୍ତି କି? ସାଥୀ ଧୋକା ଦେବା ପରେ ଆପଣ ଭାବି ପାରନ୍ତି, ଏଭଳି ବ୍ୟକ୍ତିଙ୍କୁ ଜୀବନରେ ପୁଣି ଥରେ ଫେରାଇ ଆଣିବାରେ ଲାଭ କ’ଣ ଅଛି। ସାଥୀ ଆପଣଙ୍କୁ ଧୋକା ଦେବା ପଛର କାରଣ ଜାଣିବା ପରେ ଯଦି ଭୁଲ୍‌ ତାଙ୍କର ନ ଥାଏ, ତେବେ ତାଙ୍କୁ ଦ୍ବିତୀୟ ସୁଯୋଗ ଦେବେ କି ନାହିଁ ବାରମ୍ବାର ଭାବନ୍ତୁ।

ଆପଣ ତାଙ୍କୁ କ୍ଷମା କରିପାରିବେ କି?
ସବୁକିଛି ଜାଣି ସାରିବା ପରେ ସାଥୀଙ୍କୁ କ୍ଷମା କରି ପାରିବେ କି ନାହିଁ ଭାବନ୍ତୁ। ଆପଣ ଏକୁଟିଆ ଅଛନ୍ତି ତେଣୁ ସାଥୀଙ୍କୁ କ୍ଷମା କରିଦେବେ ବୋଲି ଭାବୁଥିବେ। ମାତ୍ର ଏପରି କରନ୍ତୁ ନାହିଁ। ଯେତେବେଳ ପର୍ଯ୍ୟନ୍ତ ଆପଣଙ୍କ ହୃଦୟ ଏହି କଥାକୁ ସ୍ବୀକାର କରି ନାହିଁ ସେତେବେବେଳ ପର୍ଯ୍ୟନ୍ତ ନିଜକୁ ଦୃଢ଼ମନା ରଖନ୍ତୁ।

ଆଗକୁ କ’ଣ କରିବେ?
ସବୁବେଳେ ମନେ ରଖନ୍ତୁ ଜୀବନଟା କେବେ କାହାରି ପାଇଁ ରୋକି ଯାଇ ନ ଥାଏ। ବ୍ରେକ୍‌ଅପ୍‌ ପରେ କେହି ମରି ଯାଆନ୍ତି ନାହିଁ। ନିଜ ଭାବନାକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ। ନିଜକୁ ପ୍ରଶ୍ନ କରନ୍ତୁ ଆଗକୁ କ’ଣ କରିବେ? ନୂଆ କାମ କରିବା ଦିଗରେ ଧ୍ୟାନ ଦିଅନ୍ତୁ। ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। ନିଜକୁ ଏକୁଟିଆ ନ ରଖି ସାଙ୍ଗସାଥୀଙ୍କ ସହ ବାହାରକୁ ବୁଲିବାକୁ ଯାଆନ୍ତୁ। ନୂଆ ଲୋକଙ୍କୁ ଭେଟନ୍ତୁ। ବ୍ରେକ୍‌ ଅପ୍‌ ପରେ ଏସବୁ କରିବା ଯଦିଓ ସମ୍ଭବ ନୁହେଁ, ତେବେ ଆପଣଙ୍କୁ ଏସବୁ କରିବାକୁ ପଡ଼ିବ। କାରଣ ଆପଣଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ।

ଧୋକାରୁ ଶିକ୍ଷା ଲାଭ କରନ୍ତୁ
ବିତି ଯାଇଥିବା ସମୟକୁ ପୁଣି ଥରେ ଫେରାଇ ଆଣି ହେବନାହିଁ। ଜୀବନରେ ଏମିତି କିଛି ଘଟଣା ଘଟେ, ଯାହା ଉପରେ କାହାରି ମଧ୍ୟ ନିୟନ୍ତ୍ରଣ ନ ଥାଏ। ଏହି ତିକ୍ତ ଅନୁଭବରୁ ଶିକ୍ଷା ଲାଭ କରନ୍ତୁ। ସାଥୀଙ୍କଠାରୁ ଧୋକା ପାଇବା ପରେ ହୁଏତ ଆପଣ ଜୀବନରେ ଅନ୍ୟ କାହା ଉପରେ ଆଖି ବନ୍ଦ କରି ଭରସା କରିବେ ନାହିଁ। ଜୀବନରେ କିଛି ବି ସ୍ଥାୟୀ ନୁହେଁ, ସେହିପରି ସବୁ ସମ୍ପର୍କ ଆପଣଙ୍କ ସହ ସବୁବେଳେ ରହିବ ତାହାର ବି କିଛି ମାନେ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ