ଉତ୍ତମ ସ୍ବାସ୍ଥ୍ୟ
କ୍ୟାନ୍ସରର ଲକ୍ଷଣ ହୋଇପାରେ ଲଗାତର କାଶ

ପ୍ରତୀକାତ୍ମକ ଫଟୋ
ଶୀତଦିନେ ଥଣ୍ଡା କାଶ ଏକ ସାଧାରଣ କଥା। ମାତ୍ର ଯଦି ଆପଣଙ୍କୁ ଲଗାତର କାଶ ହେଉଛି ତେବେ ସତର୍କ ହୋଇଯାଆନ୍ତୁ। ଦୀର୍ଘଦିନ ଧରି ଲାଗି ରହିଥିବା କାଶ ଆଗକୁ ଆପଣଙ୍କ ପାଇଁ ପ୍ରାଣଘାତୀ ହୋଇପାରେ। ଦୀର୍ଘଦିନ ଲାଗି ରହିଥିବା କାଶ ଶ୍ବାସନଳୀ, ଫୁସ୍ଫୁସ୍ କର୍କଟର ଲକ୍ଷଣ ହୋଇପାରେ। ତେଣୁ ଏହି ଲକ୍ଷଣକୁ ଚିହ୍ନଟ କରି ଠିକ୍ ସମୟରେ ଏହାର ଚିକିତ୍ସା କରିବା ନିହାତି ଦରକାର।
ଅମ୍ଳ ପ୍ରତିବାହ ଜନିତ କାଶ
ପେଟ ଭିତରେ ଅମ୍ଳ ଖାଦ୍ୟନଳୀ ଆଡ଼କୁ ଗଲାବେଳେ ଜୋର୍ରେ କାଶ ହେବା ସହ କାଶ ଲାଗି ରହିଥାଏ। ସ୍ବର ମଧ୍ୟ ବସିଲା ଭଳି ଲାଗିଥାଏ। ଏହି ଅବସ୍ଥାରେ ରାତିରେ ଶୋଇବା ସୟମରେ କାଶ ବଢ଼ି ଯାଇଥାଏ। ଗଳାରେ କିଛି ଅଟକିଲା ଭଳି ଲାଗିବା ସହ ପାଟି ଖରାପ ଲାଗିଥାଏ। ଏହାର କାରଣ ହେଲା ଖାଦ୍ୟନଳୀ ତଳେ ଏକ ବଲ୍ବ ରହିଛି। ଯେତେବେଳେ ଏହି ବଲ୍ବ ଭଲ ଭାବେ ବନ୍ଦ ହୋଇ ପାରେ ନାହିଁ ଅମ୍ଳ ପୁଣି ଥରେ ଗଳା ଆଡ଼କୁ ଚାଲି ଆସେ। ଏହା କାଶର କାରଣ ପାଲଟିବା ସହ ଛାତି ଜଳିବା ଭଳି ଲାଗେ। ଏହାବ୍ୟତୀତ ଖାଦ୍ୟନଳୀ ବହୁତ ସମ୍ବେଦନଶୀଳ ହୋଇଥାଏ। ତେଣୁ ଗରିଷ୍ଠ ଖାଦ୍ୟ, କଫିନ୍ ଏବଂ ଅମ୍ଳ ସୃଷ୍ଟି କରୁଥିବା ଖାଦ୍ୟଠାରୁ ଦୂରେଇ ରହନ୍ତୁ।
ଶ୍ବାଶନଳୀ ଜନିତ କାଶ
ସଂକ୍ରମଣ ଏବଂ ଆଲର୍ଜି ହେବା କାରଣରୁ ଆମ ଶ୍ବାସନଳୀ ଓ ଏହାକୁ ଲାଗି ରହିଥିବା ବିଭିନ୍ନ ଶାଖା ଫୁଲି ଯାଇଥାଏ। ଏହାଦ୍ବାରା ଶ୍ବାସ ଜନିତ ସମସ୍ୟା ଦେଖାଯାଏ। ଏହାକୁ ବ୍ରୋଙ୍କାଇଟିସ କୁହାଯାଏ। ଯେତେବେବେଳେ କାଶ ସହିତ ଗାଢ଼ ଏବଂ ସବୁଜ ରଙ୍ଗର କଫ ପଡ଼ିବା ଆରମ୍ଭ ହୁଏ ଏହା ଶ୍ବାଶନଳୀ ପ୍ରବାହ କାଶର ଲକ୍ଷଣ ଭାବେ ଧରାଯାଏ। ଡାକ୍ତରଙ୍କ କହିବାନୁସାରେ ବ୍ୟାକ୍ଟେରିଆଲ ଇନ୍ଫେକ୍ସନ, ବାୟୁ ପ୍ରଦୂଷଣ ଏବଂ ଧୂମପାନ ଯୋଗୁଁ ଏହି ଶ୍ବାଶନଳୀ ପ୍ରବାହ କାଶ ହୋଇଥାଏ। ଏଥିରୁ ମୁକ୍ତି ପାଇବା ଲାଗି ଧୂମପାନ ତୁରନ୍ତ ଛାଡ଼ିବା ସହ ପ୍ରଚୁର ପାଣି ପିଅନ୍ତୁ। ଯାହାଫଳରେ କଫ ସହଜରେ ବାହାରିଯିବ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ