ଭ୍ରମଣ ସମୟରେ ଡେଷ୍ଟିନେସନ ଅନୁଯାୟୀ ରଖନ୍ତୁ ସୌନ୍ଦର୍ଯ୍ୟ ସାମଗ୍ରୀ


ପ୍ରତୀକାତ୍ମକ ଫଟୋ
ଆପଣ ଛୋଟ ଟ୍ରିପ୍‌ରେ ଯାଆନ୍ତୁ ବା ଲମ୍ବା ଭ୍ରମଣରେ। ସବୁବେଳେ ପାଖରେ ଆବଶ୍ୟକ ଜିନିଷ ପ୍ୟାକ୍‌ କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଭ୍ରମଣରେ ଗଲାବେଳେ ବ୍ୟାଗ ପ୍ୟାକିଂ ସହ ନିଜ ଟ୍ରାଭେଲ୍‌ ବ୍ୟୁଟି କିଟ୍‌ର ମଧ୍ୟ ଧ୍ୟାନ ରଖନ୍ତୁ। ଭ୍ରମଣ ସମୟରେ ସୁନ୍ଦର ଦେଖାଯିବା ଲାଗି ଏହା ହେଉଛି ସବୁଠୁ ଦରକାରୀ ଜିନିଷ। ଚାଲନ୍ତୁ ଜାଣିବା ଭ୍ରମଣ କରିବାକୁ ଗଲାବେଳେ ଡେଷ୍ଟିନେସନ୍‌ ଅନୁସାରେ କ’ଣ କ’ଣ ସୌନ୍ଦର୍ଯ୍ୟ ଉପକରଣ ପାଖରେ ରଖିବା ନିହାତି ଦରକାର।

ସମୁଦ୍ର କୂଳ ଥିବା ସ୍ଥାନ ଯାଉଥିଲେ
ଯଦି ସମୁଦ୍ର କୂଳରେ ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ହାଇଡ୍ରେଟିଂ ମିଷ୍ଟ ନିହାତି ରଖନ୍ତୁ। କାରଣ ଚିପ୍‌ଚିପ୍‌ ଜଳବାୟୁ ଏବଂ ସୂର୍ଯ୍ୟ କିରଣ ଆପଣଙ୍କ ଚର୍ମ ଖରାପ ଏବଂ କେଶ ନଷ୍ଟ ହୋଇପାରେ। ତେଣୁ ଏଥିରୁ ରକ୍ଷା ପାଇବା ଲାଗି ହାଇଡ୍ରେଟିଂ ମିଷ୍ଟକୁ ପ୍ରତ୍ୟେକ ଦୁଇ ଘଣ୍ଟାରେ ଥରେ ଲେଖାଏଁ ଚେହେରା ଏବଂ କେଶରେ ସ୍ପ୍ରେ କରନ୍ତୁ।

ଶୈଳନିବାସ ଯାଉଥିଲେ
ଶୈଳନିବାସ ବା ହିଲ୍‌ଷ୍ଟେସନ୍‌ ଯାଉଥିଲେ ଶରୀର ଓ ଚେହେରା ପାଇଁ ସେରାମାଇଡ୍‌ ଯୁକ୍ତ  କ୍ରିମ୍‌ ରଖନ୍ତୁ। କାରଣ ଥଣ୍ଡା ପବନରେ ଆପଣଙ୍କ ଚର୍ମ ଶୁଷ୍କ ହୋଇଯିବା ସହ ଫାଟିପାରେ। ଆପଣଙ୍କୁ ଅଧିକ ସନ୍‌ ପ୍ରୋଡେକ୍ସନ୍‌ ଫ୍ୟାକ୍ଟର (ଏସ୍‌ପିଏଫ୍‌) ଯୁକ୍ତ ସନ୍‌ସ୍କ୍ରିନ୍‌ ଲୋଶନ୍‌ର ଆବଶ୍ୟକତା ମଧ୍ୟ ପଡ଼ିପାରେ। କାରଣ ପାହାଡ଼ିଆ ଅଞ୍ଚଳରେ ସୂର୍ଯ୍ୟ କିରଣ ତୀର୍ଯ୍ୟକ ହୋଇଥାଏ। କେଶକୁ ରେଶମ ସଦୃଶ୍ୟ କରିବା ଲାଗି କ୍ରିମ୍‌ଯୁକ୍ତ ହେୟାର କଣ୍ଡିସନ୍‌ର ମଧ୍ୟ ପାଖରେ ରଖନ୍ତୁ।

ମରୁଭୂମି ଅଞ୍ଚଳକୁ ଯାଉଥିଲେ
ମରୁଭୂମି ଅଞ୍ଚଳକୁ ଭ୍ରମଣରେ ଯାଉଥିଲେ ସିଲିକୋନ୍‌ ସନ୍‌ସ୍କ୍ରିନ୍‌ ସାଙ୍ଗରେ ରଖନ୍ତୁ। ଏହା ବ୍ୟବହାର କଲେ ଝାଳ ବୋହିଲେ ଆପଣଙ୍କୁ ଚିପ୍‌ଚିପା ଲାଗିବ ନାହିଁ। କେଶ ପାଇଁ ମାଇଲ୍ଡ ଶାମ୍ପୁ ଓ କଣ୍ଡିସନ୍‌ର ବ୍ୟବହାର କରନ୍ତୁ।

ତେବେ ଯେ କୌଣସି ଜଳବାୟୁଯୁକ୍ତ ସ୍ଥାନକୁ ଯାଉଥିଲେ ରାତିରେ ସ୍କିନ୍‌ ସିରମ ଲଗାଇବାକୁ ଭୁଲନ୍ତୁ ନାହିଁ। ଏହା ଆପଣଙ୍କ ଚର୍ମକୁ ରିପେୟାର କରିବ। ଏଥିସହିତ ସାଙ୍ଗରେ ଡ୍ରାଏ ଶାମ୍ପୁ, ଫେସ୍‌ କ୍ଲିଞ୍ଜର, ଟୋନର, ସନ୍‌ସ୍କ୍ରିନ୍‌, ରେଜର, ଶାମ୍ପୁ ଏବଂ କଣ୍ଡିସନର ଆଦି ସୌନ୍ଦର୍ଯ୍ୟ ଉପକରଣ ପାଖରେ ରଖନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ