ଇଲୋକ୍ଟ୍ରୋନିକ୍ସ ଉପକରଣ ଯୁବପିଢ଼ିଙ୍କୁ କରୁଛି ଆତ୍ମହତ୍ୟା ପ୍ରବଣ


ପ୍ରତୀକାତ୍ମକ ଫଟୋ
ସ୍ମାର୍ଟଫୋନ୍‌ ଆମ ଜୀବନକୁ ସହଜ ଓ ସରଳ କରିଦେଇଛି ସତ, ହେଲେ ଏହାର କେତେକ ନକାରାତ୍ମକ ପ୍ରଭାବ ମଧ୍ୟ ସାମ୍ନାକୁ ଆସିଛି। ଯେଉଁ ଯୁବକ ଯୁବତୀ ସ୍ମାର୍ଟଫୋନ୍‌ କିମ୍ବା ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ ସ୍କ୍ରିନ୍‌ ଉପରେ ଅଧିକ ସମୟ ବିତାଉଛନ୍ତି ସେମାନେ ଅଧିକ ଅବସାଦଗ୍ରସ୍ତ ହୋଇଥାନ୍ତି। ଏପରିକି ସେମାନଙ୍କ କ୍ଷେତ୍ରରେ ଆତ୍ମହତ୍ୟା କରିବା ଆଶଙ୍କା ବୃଦ୍ଧି ପାଉଛି।

ଆମେରିକାର ଫ୍ଲୋରିଡ଼ା ଷ୍ଟେଟ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଏ ସମ୍ପର୍କରେ ଏକ ଗବେଷଣା କରିଥିଲେ। ଗବେଷକମାନଙ୍କ କହିବାନୁସାରେ ଜଣେ କିଶୋର କିମ୍ବା କିଶୋରୀ ଯେତିକି ସମୟ ଇଲୋକ୍ଟ୍ରୋନିକ୍ସ ସ୍କ୍ରିନ୍‌ରେ କାମ କରୁଛନ୍ତି ତାଙ୍କଠାରେ ସେତିକି ଅବସାଦଗ୍ରସ୍ତ ହେବା ଏବଂ ଆତ୍ମହତ୍ୟା କରିବା ଆଶଙ୍କା ବୃଦ୍ଧି ପାଇଥାଏ। ବିଶ୍ବବିଦ୍ୟାଳୟର ଥମସ୍‌ ଜାଏନରଙ୍କ କହିବାନୁସାରେ ଇଲୋକ୍ଟ୍ରୋନିକ୍ସ ଉପକରଣର ସ୍କ୍ରିନ୍‌କୁ ଅତ୍ୟଧିକ ସମୟ ଦେଖିବାରେ ସମୟ ବିତାଇବା ସହିତ ଆତ୍ମହତ୍ୟା ଆଶଙ୍କା ବୃଦ୍ଧି, ଅବସାଦଗ୍ରସ୍ତ ହେବା, ମନରେ ଆତ୍ମହତ୍ୟା କରିବା ଭାବନା ସୃଷ୍ଟି ହେବା ଏବଂ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ଆଦିର ଗଭୀର ସମ୍ପର୍କ ରହିଛି। ଏଥିପାଇଁ ଅବିଭାବକଙ୍କୁ ଧ୍ୟାନ ଦେବା ଉଚିତ ବୋଲି ଥମ୍‌ସ କହିଛନ୍ତି।

ଗବେଷକଙ୍କ କହିବାନୁସାରେ ଇଲୋକ୍ଟ୍ରୋନିକ୍ସ ଉପକରଣ ସହିତ ଦିନରେ ୫ ଘଣ୍ଟାରୁ ଅଧିକ ସମୟ ବିତାଇବା ଦ୍ବାରା ଯୁବପିଢ଼ିଙ୍କଠାରେ ୪୮ ପ୍ରତିଶତ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ସେହିପରି ଇଲୋକ୍ଟ୍ରୋନିକ୍ସ ଉପକରଣ ସହିତ ୧ ଘଣ୍ଟାରୁ କମ୍‌ ସମୟ ବିତାଉଥିବା ପିଲାଙ୍କଠାରେ ଏହା ୨୮ ପ୍ରତିଶତ ଦେଖା ଦେଇଛି ବୋଲି ଗବେଷକମାନେ କହିଛନ୍ତି।

ଏହି ଗବେଷଣାର ରିପୋର୍ଟ ଜର୍ଣ୍ଣାଲ କ୍ଲିନିକାଲ ସାଇକୋଲୋଜିକାଲ ସାଇନ୍ସରେ ପ୍ରକାଶ ପାଇଥିଲା। ଆମେରିକାର ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍‌ସନ୍‌ ଅନୁସାରେ ୨୦୧୦ ମସିହା ପରେ ୧୩ରୁ ୧୮ ବର୍ଷ ବୟସ୍କ ପିଲାଙ୍କଠାରେ ଅବସାଦ ଏବଂ ଆତ୍ମହତ୍ୟା ପ୍ରବଣତା ହାର ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ସଂଖ୍ୟକ ଝିଅ ଅଛନ୍ତି। ଇଲୋକ୍ଟ୍ରୋନିକ୍ସ ଉପକରଣର ମାତ୍ରାଧିକ ବ୍ୟବହାର ଏହାର କାରଣ ବୋଲି ଗବେଷଣାରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ