ପୂର୍ବାପେକ୍ଷା ଅଧିକ ମହତ୍ତ୍ବାକାଂକ୍ଷୀ ହେଲେଣି ଭାରତୀୟ କର୍ମଜୀବୀ ମହିଳା


ପ୍ରତୀକାତ୍ମକ ଫଟୋ
୮୭ ପ୍ରତିଶତ ଭାରତୀୟ କର୍ମଜୀବୀ ମହିଳା ନିଜ କ୍ୟାରିଅରରେ ଉପରକୁ ଯିବାକୁ ଚାହାନ୍ତି। ସାଧାରଣତଃ ମହିଳାଙ୍କୁ ପୁରୁଷଙ୍କ ତୁଳନାରେ କମ୍‌ ମହତ୍ତ୍ବକାଂକ୍ଷୀ ବୋଲି କୁହାଯାଏ। ତେବେ ଏହି ସର୍ଭେ ପୂର୍ବ ଧାରଣାକୁ ଏହି ଧାରଣାକୁ ବଦଳାଇବାରେ ସକ୍ଷମ ହୋଇଛି। ଗ୍ଲୋବାଲ୍‌ କନ୍‌ସଲଟାନ୍ସି କମ୍ପାନୀ ବୋଷ୍ଟନ୍‌ କନ୍‌ସଲ୍‌ଟିଂ ଗ୍ରୁପ୍‌ (ବିସିଜି) ‘ଫ୍ରମ୍‌ ଇଣ୍ଟେନ୍‌ସନ୍‌ ଟୁ ଇମ୍ପାକ୍ଟ: ବ୍ରିଜିଂ ଦ ଡାଇଭରସିଟି ଗ୍ୟାପ୍‌ ଇନ୍‌ ଦ ୱାର୍କପ୍ଲେସ୍‌’ ଶୀର୍ଷକରେ ଏହି ସର୍ଭେ କରିଥିଲା।

ଏହି ସର୍ଭେରେ ୬୦ ପ୍ରତିଶତ ମହିଳା କହିଥିଲେ ଯେ ତାଙ୍କ କମ୍ପାନୀ ବିବିଧତାକୁ ପ୍ରୋତ୍ସାହିତ କରୁଛି। ସେମାନଙ୍କ ମଧ୍ୟରୁ ୨୯ ପ୍ରତିଶତ ମହିଳା କହିଥିଲେ ଯେ ସେମାନଙ୍କୁ ଏଭଳି କାର୍ଯ୍ୟକ୍ରମରୁ ଲାଭ ମିଳିପାରିଛି। ସେହିପରି ୭୩ ପ୍ରତିଶତ ପୁରୁଷ କହିଛନ୍ତି ଯେ ଲିଙ୍ଗଗତ ବିବିଧତା ପ୍ରତି କାର୍ଯ୍ୟସ୍ଥଳରେ ପରିଚାଳନାର ପ୍ରତିବଦ୍ଧତା ରହିଛି। ଏବଂ ମହିଳାଙ୍କ ତୁଳନାରେ ସେମାନେ ଅଧିକ କମ୍ପାନୀର ଲିଙ୍ଗଗତ ବିବିଧତା ପ୍ରତି ଥିବା ପ୍ରତିବଦ୍ଧତାକୁ ନେଇ ଅଧିକ ଆଶାବାଦୀ।

ତେବେ ଲିଙ୍ଗଗତ ବିବିଧତାକୁ ପ୍ରୋତ୍ସାହିତ କରିବା ଲାଗି ପୁରୁଷ କର୍ମଚାରୀଙ୍କୁ ସାମିଲ କରାଯିବା ଉଚିତ ବୋଲି ଏହି ସର୍ଭେରେ କୁହାଯାଇଛି। ଭାରତର ୨୫ଟି ବଡ଼ କମ୍ପାନୀର ୧୫୦୦ କର୍ମଚାରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେ ଫଳାଫଳରୁ ଜଣାପଡ଼ିଥିଲା ଯେ ମହିଳମାନେ ଆଗଭଳି ଆଉ ଘରେ ରହିବାକୁ ପସନ୍ଦ କରୁ ନାହାନ୍ତି। କର୍ମସ୍ଥଳରେ ସେମାନେ ପୁରୁଷଙ୍କ ଭଳି ଆଗକୁ ଯିବାକୁ ଚାହୁଛନ୍ତି ବୋଲି ବିସିଜିର ସହଯୋଗୀ ନିର୍ଦେଶକ ପ୍ରିୟଙ୍କା ଅଗ୍ରୱାଲ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ