ପୁଣି କମିଛି ସୁନା ଦର। ମଙ୍ଗଳବାର ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ବୁଧବାର ଏହା ପୁଣି ହ୍ରାସ ହୋଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ବୁଧବାର ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୫୦ ଟଙ୍କା ହ୍ରାସ ସହ ୪୫,୩୦୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୁପା ପ୍ରତି କିଲୋକୁ ୩୯୬ ଟଙ୍କା ହ୍ରାସ ସହ ୬୯,୨୧୬ ଟଙ୍କାରେ କାରବାର ଚାଲିଥିଲା।
ଗତ କିଛିମାସ ହେବ ଲଗାତର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଚଳିତ ସପ୍ତାହ ଆରମ୍ଭରୁ ସୁନା ଦରରେ ବୃଦ୍ଧି ଘଟିଥିବା ବେଳେ ବୁଧବାର ଏହା ହ୍ରାସ ହୋଇଛି। ମଙ୍ଗଳବାର ଦିଲ୍ଲୀରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୬୭୯ ଟଙ୍କା ହ୍ରାସ ସହ ୪୪,୭୬୦ ଟଙ୍କାରେ ପହଞ୍ଚି ଥିଲା। ଚଳିତ ବର୍ଷ ଜାନୁଆରୀ ୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ରାଫା ବଜାରରେ ୨୪ କ୍ୟାରେଟ୍ ସୁନା ୪,୯୬୩ ଟଙ୍କା ଶସ୍ତା ହୋଇଛି। ଗତ ୧୦ ମାସ ମଧ୍ୟରେ ସୁନା ପାଖାପାଖି ୧୧ ହଜାର ଟଙ୍କା ଶସ୍ତା ହୋଇଛି। ୨୦୨୦ ଅଗଷ୍ଟରେ ସୁନା ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚି ଥିଲା।
ସେହିପରି ଗୁଡ ରିଟର୍ନସର ଏକ ରିପୋର୍ଟ ଅନୁସାରେ, ବୁଧବାର ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୫,୩୭୦ଟଙ୍କା ଥିବାବେଳେ ରୁପା ଦର ପ୍ରତି କିଲୋକୁ ୬୭,୯୦୦ ଟଙ୍କା ରହିଛି।