ଇସିବି ସପୋର୍ଟ ଷ୍ଟାଫ୍ ସୂଚୀରେ ଟ୍ରେସ୍କୋଥିକ୍, ଲୁଇସ୍ ଓ ଜିତନ୍


ମାକର୍ସ୍ ଟ୍ରେସ୍କୋଥିକ୍ (ଫାଇଲ୍ ଫଟୋ)
ସମ୍ପ୍ରତି ଭାରତ ଗସ୍ତରେ ଥିବା ଇଂଲଣ୍ଡ ଗସ୍ତର ସପୋର୍ଟ ଷ୍ଟାଫ୍‌ରେ କେତୋଟି ପରିବର୍ତ୍ତନ କରାଯାଇଛି। ସୋମବାର ଇଂଲଣ୍ଡ ଏଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ସୂଚନାନୁସାରେ, ଦଳର ପୂର୍ଣ୍ଣକାଳୀନ ବ୍ୟାଟିଂ କୋଚ୍ ଭାବେ ଦାୟିତ୍ବ ସମ୍ଭାଳିବେ ପୂର୍ବତନ ଓପନର ତଥା ଅଧିନାୟକ ମାର୍କସ୍ ଟ୍ରେସ୍କୋଥିକ୍। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଜଣକ ସମରସେଟ୍ ଦଳର ଅତିରିକ୍ତ କୋଚ୍ ପଦରୁ ଓହରିଯିବା ସହ ଇସିବିରେ ବ୍ୟାଟିଂ କୋଚ୍ ଭାବେ ଚଳିତ ମାର୍ଚ୍ଚ ମଧ୍ୟ ଭାଗରେ ଯୋଗଦେବେ। ସେହିପରି ଜନ୍ ଲୁଇସ୍‌ଙ୍କୁ ପେସ୍ ବୋଲିଂ କୋଚ୍ ଭାବେ ସାମିଲ୍ କରାଯାଇଛି। ଏହାଛଡ଼ା ୪୦ ବର୍ଷୀୟ ପୂର୍ବତନ ନ୍ୟୁଜିଲାଣ୍ଡ୍ ସ୍ପିନର୍ ଜିତନ୍ ପଟେଲଙ୍କୁ ସ୍ପିନ୍ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଜିତନ୍ କ୍ରମାଗତ ୩ ଥର ଇସିବି ସହ ଚୁକ୍ତିବଦ୍ଧ ହୋଇସାରିଛନ୍ତି।

ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇବା ପରେ ଟ୍ରେସ୍କୋଥିକ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ନିଯୁକ୍ତି ମୋତେ ମୋର କୋଚିଂ କ୍ୟାରିଅରକୁ ଆଗକୁ ବଢ଼ାଇବାରେ ସହଯୋଗ କରିବ। ତା’ଛଡ଼ା ବର୍ତ୍ତମାନ ସମୟରେ ଏପରି ଏକ ଭୂମିକା ତୁଲାଇବାକୁ ମୁଁ ବେଶ୍ ଉତ୍କଣ୍ଠିତ ରହିଛି। ଇଂଲଣ୍ଡର ସିନିୟର୍ ସହ ଜୁନିୟର୍ ଓ ଯୁବ ଦଳରେ ବ୍ୟାଟ୍ସମ୍ୟାନ୍‌ଙ୍କ ଶୈଳୀକୁ ଅଧିକ ପରିମାର୍ଜିତ କରିବାରେ ସକ୍ଷମ ହେବେ ବୋଲି ଟ୍ରେସ୍କୋଥିକ୍ ଆଶା ପ୍ରକାଶ କରିଛନ୍ତି। ସେହିପରି ବର୍ତ୍ତମାନ ଇଂଲିଶ୍ ଟିମର ମୁଖ୍ୟ କୋଚ୍ ରହିଥିବା କ୍ରିସ୍ ସିଲଭରଉଡଙ୍କ ସହ ପୂର୍ବତନ ଅଧିନାୟକ ପଲ୍ କଲିଙ୍ଗଉଡ୍ ଓ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗ୍ରାହାମ୍ ଥୋର୍ପ ଅତିରିକ୍ତ କୋଚ୍ ଭାବେ ସେମାନଙ୍କ କାର୍ଯ୍ୟକାଳ ଜାରି ରଖିବେ ବୋଲି ଇସିବି ପକ୍ଷରୁ ଜାରି ଏକ ବିବୃତିରେ ଇସିବି ପରଫର୍ମାନ୍ସ ଡାଇରେକ୍ଟର ମୋ ବୋବାଟ୍ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ