ଶାହଙ୍କ ବିରୋଧରେ ମାନହାନି ମକଦ୍ଦମା ଧମକ ଦେଲେ ନାରାୟଣସାମୀ


କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ (ଫାଇଲ୍ ଫଟୋ)
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିବେ ବୋଲି ଧମକ ଦେଇଛନ୍ତି ନିକଟରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଭି. ନାରାୟଣସାମୀ। ନାରାୟଣସାମୀ ସୋମବାର ଏହି ଧମକ ଦେଇଛନ୍ତି। ପୁଡୁଚେରୀର ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ୧୫ ହଜାର କୋଟି ଟଙ୍କାକୁ ନାରାୟଣସାମୀ ସରକାର ହେରଫେର କରିଛନ୍ତି ବୋଲି ଶାହ ନିକଟରେ ଏକ ନିର୍ବାଚନୀ ପ୍ରଚାର ସଭାରେ କହିଥିଲେ। ଏପରିକି ଏହି ଅର୍ଥର କିଛି ଅଂଶ ଗାନ୍ଧି ପରିବାରକୁ ଦିଆଯାଇଛି ବୋଲି ମଧ୍ୟ ଶାହ ଅଭିଯୋଗ କରିଥିଲେ। ଶାହଙ୍କ ଏପରି ଅଭିଯୋଗ ଗୁରୁତର ଓ ନିଜର ଏପରି ଅଭିଯୋଗକୁ ସେ ପ୍ରମାଣିତ କରିବା ଦରକାର ବୋଲି ନାରାୟଣସାମୀ କହିବା ସହ ତାଙ୍କୁ ଚାଲେଞ୍ଜ୍ ମଧ୍ୟ ଦେଇଛନ୍ତି।

ନାରାୟଣସାମୀ କହିଛନ୍ତି ଯେ ଯଦି ଶାହ ଏଥିର ବିଫଳ ହୁଅନ୍ତି, ତା’ହେଲେ ମୋର ଭାବମୂର୍ତ୍ତି ମଳିନ ହୋଇଥିବାରୁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିବାକୁ ବାଧ୍ୟ ହେବି ବୋଲି ନାରାୟଣସାମୀ କହିଛନ୍ତି। ସେହିପରି ପ୍ରମାଣ ଦେଇ ନ ପାରିଲେ, ଶାହ ତାଙ୍କୁ ଓ ପୁଡୁଚେରୀବାସୀଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେହିପରି ଶାହଙ୍କ ଅଭିଯୋଗ ଆସିବା ପରେ ସେ କୌଣସି ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି ନାରାୟଣସାମୀ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କେଉଁ ସମୟରେ ପୁଡୁଚେରୀବାସୀଙ୍କ ପାଇଁ ୧୫ ହଜାର କୋଟି ଟଙ୍କା ପଠାଇଛନ୍ତି, ତାହାର ପ୍ରମାଣ ମଧ୍ୟ ଦେବା ଦରକାର। କେନ୍ଦ୍ର ହାତରେ ଆଇଟି, ଇଡି, ଆଇବି ଆଦି ସମସ୍ତ ତଦନ୍ତକାରୀ ସଂସ୍ଥା ଅଛନ୍ତି, ଏହି ଦୁର୍ନୀତି ମାମଲାରେ ସେମାନଙ୍କୁ କାହିଁକି କାର୍ଯ୍ୟରେ ଲଗାଉ ନାହଁ ବୋଲି ନାରାୟଣସ୍ବାମୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ