ଲେମ୍ବୁ ଦେଇପାରେ ଗଣ୍ଠି ଦରଜରୁ ମୁକ୍ତି


ପ୍ରତୀକାତ୍ମକ ଫଟୋ
ବର୍ତ୍ତମାନ ସମୟରେ ଗଣ୍ଠି ଦରଜ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଯଦି ଆପଣଙ୍କ ଘରେ କୌଣସି ବୟସ୍କଙ୍କଠାରେ ଗଣ୍ଠି ଦରଜ ସମସ୍ୟା ରହିଛି ତେବେ ଲେମ୍ବୁ ସେମାନଙ୍କ ପାଇଁ ରାମବାଣ ସଦୃଶ ହୋଇପାରେ। ଚାଲନ୍ତୁ ଜାଣିବା ଲେମ୍ବୁ ବ୍ୟବହାର କରି କିପରି ଭାବେ ଗଣ୍ଠି ଦରଜରୁ ମୁକ୍ତି ପାଇପାରିବେ।

ବିଶେଷଜ୍ଞଙ୍କ କହିବାନୁସାରେ ଲେମ୍ବୁ ବ୍ୟବହାର କରି ଗଣ୍ଠି ଦରଜକୁ କାବୁ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ବିଶେଷ କିଛି କରିବାକୁ ପଡ଼ିବ ନାହିଁ। ପ୍ରଥମେ ଲେମ୍ବୁରୁ ରସ ଚିପୁଡ଼ି ବାହାର କରି ଦିଅନ୍ତୁ। ଏହି ଚୋପାକୁ ଆଣ୍ଠୁଗଣ୍ଠି ଦରଜ ହୋଇଥିବା ସ୍ଥାନରେ ପାଖାପାଖି ୧୦ ମିନିଟ୍‌ ଯାଏ ଘଷନ୍ତୁ। ଏହା ପରେ କିଛି ମାତ୍ରାରେ ଦରଜ କମ୍‌ ହୋଇଯାଇଥିବା ଅନୁଭବ କରିବେ। ଲେମ୍ବୁରେ ରହିଛି ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ। ଏଥିସହିତ ଲେମ୍ବୁରେ ରହିଛି ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଏ, ସି. ବି ୧ ଏବଂ ବି ୬। ଏହି ସବୁ ପୋଷକ ତତ୍ତ୍ବ ଆପଣଙ୍କ ଗଣ୍ଠି ଦରଜକୁ ଆରାମ ଦେବ।

ଗଣ୍ଠି ଦରଜରୁ ମୁକ୍ତି ପାଇବା ଲାଗି ପ୍ରଥମେ ୨ଟି ଲେମ୍ବୁ ଚୋପା ଏବଂ ୧୦୦ ମିଲି ଲିଟର ଅଲିଭ୍‌ ଅଏଲ ନିଅନ୍ତୁ। କୌଣସି ଏକ ଜାର୍‌ରେ ଲେମ୍ବୁ ଚୋପା ଏବଂ ଅଲିଭ୍‌ ଅଏଲ୍‌ ରଖନ୍ତୁ। ପାଖାପାଖି ୨ ସପ୍ତାହ ଯାଏ ଜାର୍‌ ବନ୍ଦ କରି ରଖନ୍ତୁ। ଦୁଇ ସପ୍ତାହ ପରେ ରାତିରେ ଏହି ମିଶ୍ରଣକୁ କୌଣସି ସଫା କପଡ଼ାରେ ନେଇ ଦରଜ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହାକୁ ବ୍ୟାଣ୍ଡେଜ୍‌ କରି ସକାଳ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଗଣ୍ଠି ଦରଜରୁ ଆରାମ ମିଳିଥିବା ଅନୁଭବ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ