ଘର ସହିତ ଗୃହିଣୀ ନିଜର ମଧ୍ୟ ଧ୍ୟାନ ରଖିବା ଦରକାର


ପ୍ରତୀକାତ୍ମକ ଫଟୋ
ଘର ତଥା ପରିବାର ଲୋକଙ୍କ ଧ୍ୟାନ ରଖିବା ଗୃହିଣୀଙ୍କ ଅଭ୍ୟାସ। ମାତ୍ର ଏଥିସହିତ ନିଜର ବି ଧ୍ୟାନ ରଖିବା ଦରକାର। ଅନେକ ସମୟରେ ଦେଖାଯାଏ ପରିବାର ଲୋକଙ୍କ ଧ୍ୟାନ ରଖିବା ମଧ୍ୟରେ ଗୃହିଣୀମାନେ ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି। ସକାଳୁ ରାତି ଯାଏ ଘର କାମ କରୁଥିବାବେଳେ ନିଜ ବିଷୟରେ ଭାବିବା ପାଇଁ ସେମାନଙ୍କ ପାଖରେ ସମୟ ନ ଥାଏ। ହାଉସ୍‌ ୱାଇଫ୍‌ ବା ଗୃହିଣୀମାନେ କିଭଳି ଭାବେ ନିଜର ଧ୍ୟାନ ରଖିବା ଦରକାର ଚାଲନ୍ତୁ ଜାଣିବା।

ବାହାରକୁ ବାହାରନ୍ତୁ
ସମୟ ବାହାର କରି ଘରୁ ବାହାରକୁ ବାହାରିବା ନିହାତି ଦରକାର। ପରିବାର ଲୋକେ ସବୁବେଳେ ଜଣେ ବୋହୂଠାରୁ ଅଧିକ ଆଶା ରଖିଥାନ୍ତି। ଘର କାମଠାରୁ ଆରମ୍ଭ କରି ରୋଷେଇ କରିବା ଆଦି ଜଣେ ଗୃହିଣୀଙ୍କୁ କରିବାକୁ ପଡ଼େ। ଯାହାଫଳରେ ମହିଳା ନିଜର ଯତ୍ନ ନେଇ ପାରନ୍ତି ନାହିଁ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖି ପାରନ୍ତି ନାହିଁ। ରୋଗରେ ପଡ଼ିବା ପରେ ଯଦି କିଛି କାମ କରିପାରିଲେ ନାହିଁ, ତେବେ ତାଙ୍କୁ ଉପେକ୍ଷିତ ହେବାକୁ ପଡ଼େ। ତେଣୁ ନିଜକୁ ଖୁସି ରଖିବା ପାଇଁ ସମୟ ବାହାର କରି ବାହାରକୁ ବୁଲି ଯିବା ଦରକାର। ସାଙ୍ଗସାଥୀଙ୍କୁ ଭେଟି ନିଜର ମନର କଥା ବ୍ୟକ୍ତ କରିବା ଉଚିତ। ଏହାଫଳରେ ଚାପ ଦୂର ହେବା ସହ ମନ ଖୁସି ରହେ।

ପ୍ରାଥମିକତାକୁ ବୁଝନ୍ତୁ
ଘରର କେଉଁ କାମ ଗୁରୁତ୍ବପୂର୍ଣ୍ଣ ତାହା ବୁଝନ୍ତୁ। ଏହାକୁ ନେଇ ଏକ ଚାର୍ଟ ପ୍ରସ୍ତୁତ କଲେ ନିଶ୍ଚିତ ଭାବେ କିଛି ସମୟ ବାହାର କରିପାରିବେ। ବ୍ରେକ୍‌ଫାଷ୍ଟ, ଲଞ୍ଚ, ପିଲାଙ୍କୁ ସ୍କୁଲ୍‌ ପଠାଇବା ପାଇଁ ଯେମିତି ସମୟ ବାହାର କରୁଛନ୍ତି, ନିଜର ଯତ୍ନ ନେବାକୁ ମଧ୍ୟ ଅଧଘଣ୍ଟା ସମୟ ବାହାର କରନ୍ତୁ। ଏହି ସମୟରେ ବ୍ୟାୟାମ କରିବା କିମ୍ବା ୱାକିଂ କରିବା ଭଳି କାମ କରିପାରିବେ।

ଅନ୍ୟମାନଙ୍କୁ କିଛି କାମ କରିବାକୁ କୁହନ୍ତୁ
ମହିଳାଙ୍କୁ ନିଜର ଦିନଚର୍ଯ୍ୟା ବ୍ୟବସ୍ଥିତ କରିବା ନିହାତି ଦରକାର। ନିଜର କିଛି କାମ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ କରିବାକୁ କହନ୍ତୁ। ଯଦି ଘରେ ଛୋଟ ପିଲା ଅଛନ୍ତି ଜରୁରୀ ନୁହେଁ ଯେ କେବଳ ମହିଳା ତାଙ୍କର ଦେଖାଶୁଣା କରିବେ। ପତିଙ୍କୁ ମଧ୍ୟ ଛୋଟ ଛୋଟ କାମ କରିବା ଦରକାର।

ପର୍ଯ୍ୟାପ୍ତ ନିଦ ଶୁଅନ୍ତୁ
ବର୍ତ୍ତମାନ ସମୟରେ ମହିଳାଙ୍କ ପାଖରେ ସମୟ କମ୍‌ ଏବଂ କାମ ଅଧିକ ରହୁଛି। ଯାହାଫଳରେ ନିଦ ସହିତ ବୁଝାମଣା କରିବାକୁ ପଡ଼ୁଛି। ଠିକ୍‌ ଭାବେ ନିଦ ନ ହେବା ଫଳରେ ଚିଡ଼ଚିଡ଼ାପଣ ବଢ଼େ। ତେଣୁ କାମ ଯେତିକି ଦରକାରୀ, ନିଜର ଯତ୍ନ ନେବା ମଧ୍ୟ ସେତିକି ଆବଶ୍ୟକ। ଶାରୀରିକ ସୁସ୍ଥତା ପାଇଁ ଉପଯୁକ୍ତ ନିଦ ସହିତ କିଛି କିଛି ବ୍ୟାୟାମ ମଧ୍ୟ କରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ