୧୯୯୦ ପରଠାରୁ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଘଟିଛି ଅବନତି


ପ୍ରତୀକାତ୍ମକ ଫଟୋ
୧୯୯୦ ମସିହା ପରଠାରୁ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଛି ବୋଲି ବୈଜ୍ଞାନିକମାନେ ନିକଟରେ କରିଥିବା ଏକ ଗବେଷଣା ଫଳାଫଳରେ ଦାବି କରିଛନ୍ତି। ମାତ୍ର ପୁରୁଷଙ୍କ ସ୍ବାସ୍ଥାବସ୍ଥାରେ ସୁଧାର ଆସିଛି। କାରଣ ସମାଜରେ ପ୍ରଚଳିତ ହେଉଥିବା ଲିଙ୍ଗଗତ ଅସମାନୁପାତିତା ଯୁବତୀଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ସ୍ବିଡନ୍‌ର ଉମେୟା ୟୁନିଭର୍ସିଟି ଗବେଷକମାନେ ୧୯୯୦ରୁ ୨୦୧୪ ମଧ୍ୟରେ ୨୫ରୁ ୩୪ ବର୍ଷ ବୟସ୍କ ପୁରୁଷ ଓ ମହିଳାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଉପରେ ଗବେଷଣା କରି ଏହି ଫଳାଫଳ ପାଇଛନ୍ତି।

ଗବେଷଣା ରିପୋର୍ଟ ଅନୁସାରେ ୧୯୯୦ରେ ୮.୫ ପ୍ରତିଶତ ମହିଳା ନିଜ ସ୍ବାସ୍ଥ୍ୟ ଅଧିକ ଖରାପ ଥିବା କହିଥିଲେ। ୨୦୧୪ ବେଳକୁ ଏହି ସଂଖା ବୃଦ୍ଧି ପାଇ ୨୦ ପ୍ରତିଶତରେ ପହଞ୍ଚିଛି। ସେହିପରି ପୁରୁଷଙ୍କ ସ୍ବାସ୍ଥ୍ୟାବସ୍ଥାରେ ୧୯୯୦ ଅପେକ୍ଷା ଉନ୍ନତି ଘଟିଛି ବୋଲି ଗବେଷଣାରେ କୁହାଯାଇଛି। ପିଏଲ୍‌ଓଏସ୍‌ ୱାନ୍‌ ଜର୍ଣ୍ଣାଲରେ ପ୍ରକାଶିତ ଏହି ଗବେଷଣାର ସହ ଲେଖିକା ଏନିକା ଫାର୍ସନ କହିଛନ୍ତି ଯେ ଗତ କିଛି ବର୍ଷ ହେଲାଣି ମହିଳାମାନେ ଅଧିକ ରୋଗରେ ପଡ଼ୁଛନ୍ତି। ୧୯୯୦ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଛି।

ଏହି ଗବେଷଣାରେ ସାମିଲ ହୋଇଥିବା ଅଧିକାଂଶ ପ୍ରତିଯୋଗୀ ମୋଟାପଣ, ବ୍ୟଗ୍ରତା ତଥା ଆର୍ଥିକ ସ୍ଥିତିକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ସମୟ ଅନୁସାରେ ପୁରୁଷ ଓ ମହିଳାଙ୍କ ଶାରୀରିକ ସକ୍ରିୟତା ବୃଦ୍ଧି ପାଇଥିବା ମଧ୍ୟ ଏହି ଗବେଷଣାରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ