ଆଇଏସ୍ଏଲ୍-୭: ମୁମ୍ବାଇ-ଗୋଆ ଓ ଏଟିକେଏମବି-ନର୍ଥଇଷ୍ଟ୍ ସେମି ଲଢ଼େଇ


ମୁମ୍ବାଇ-ଗୋଆ ଓ ଏଟିକେଏମବି-ନର୍ଥଇଷ୍ଟ୍ (ଫାଇଲ୍ ଫଟୋ)
ଚଳିତ ଆଇଏସ୍ଏଲର ସପ୍ତମ ସଂସ୍କରଣରେ ରବିବାର ଶେଷ ଦୁଇଟି ଲିଗ୍ ମ୍ୟାଚ୍ ଶେଷ ହେବା ପରେ ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଯାଇଛି। ଏହି ପର୍ଯ୍ୟାୟକୁ ମୁମ୍ବାଇ ସିଟି ଏଫସି, ଏଫସି ଗୋଆ, ଏଟିକେ ମୋହନ ବାଗାନ୍ (ଏଟିକେଏମବି) ଓ ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫସି ଉନ୍ନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ସେମିଫାଇନାଲରେ ମୁମ୍ବାଇ ସିଟିକୁ ଗୋଆ ଭେଟିବାକୁ ଥିବା ବେଳେ ଦ୍ବିତୀୟ ସେମିଫାଇନାଲରେ ଏଟିକେଏମବି ସହ ନର୍ଥଇଷ୍ଟ୍ ୟୁନାଇଟେଡର ମୁକାବିଲା ହେବ। ଏ ଦଳଗୁଡ଼ିକ ଦୁଇ ଥର ଲେଖାଏଁ ସେମିଫାଇନାଲ୍ ମ୍ୟାଚ୍ ଖେଳିବେ। ଏହାପରେ ସାମଗ୍ରିକ ଗୋଲକୁ ବିଚାରକୁ ନିଆଯାଇ ଫାଇନାଲିଷ୍ଟ ଚୟନ କରାଯିବ।

ଆସନ୍ତା ମାର୍ଚ୍ଚ ୫ରୁ ସେମିଫାଇନାଲ୍ ପର୍ଯ୍ୟାୟ ଆରମ୍ଭ ହେବ। ଉକ୍ତ ଦିନ ପ୍ରଥମ ସେମିଫାଇନାଲ୍ ସ୍ଥାନୀୟ ଫତେରଦା ଷ୍ଟାଡିୟମ ଠାରେ ଖେଳାଯିବ। ଏହାପରେ ମାର୍ଚ୍ଚ ୬ରେ ଦ୍ବିତୀୟ ସେମିଫାଇନାଲ୍ ମ୍ୟାଚ ଜିଏମସି ଷ୍ଟାଡିୟମ୍ ବାମ୍ବୋଲିମ ଠାରେ ଖେଳାଯିବ। ସେହିପରି ଦ୍ବିତୀୟ ଚରଣରେ ପ୍ରଥମ ସେମିଫାଇନାଲ ଆସନ୍ତା ମାର୍ଚ୍ଚ ୮ରେ ବାମ୍ବୋଲିମ ଠାରେ ଏବଂ ଦ୍ବିତୀୟ ଚରଣରେ ଦ୍ବିତୀୟ ସେମିଫାଇନାଲ ଆସନ୍ତା ମାର୍ଚ୍ଚ ୯ରେ ଫତେରଦା ଷ୍ଟାଡିୟମରେ ଖେଳାଯିବ। ଏହାପରେ ମାର୍ଚ୍ଚ ୧୩ରେ ଫତେରଦାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। ରବିବାର ଲିଗ୍ ପର୍ଯ୍ୟାୟର ଶେଷ ଦିନରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚରେ ସଂସ୍କରଣର ୧୦୯ତମ ମୁକାବିଲାରେ ଏଫସି ଗୋଆ ପ୍ରତିପକ୍ଷ ହାଇଦ୍ରାବାଦ ଏଫସିକୁ ଭେଟିଥିଲା। ଉକ୍ତ ମ୍ୟାଚରେ କୌଣସି ଦଳ ଗୋଲ୍ କରି ନ ପାରିବାରୁ ଗୋଆ ରେକର୍ଡ ଷଷ୍ଠ ଥର ପାଇଁ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ସେହିପରି ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଏଟିକେଏମବିକୁ ୨-୦ ଗୋଲରେ ହରାଇ ମୁମ୍ବାଇ ଟେବଲ୍ ଟପ୍ପର ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ