ତାଇୱାନକୁ ସହାୟତାର ହାତ ବଢ଼ାଇଛି ଭାରତ। ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ଭାରତ ତାଇଓ୍ଵାନ୍ର 'ନ୍ୟାସ୍ନାଲ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାଇନିଜ୍ ମେଡିସିନ୍'କୁ (ଏନ୍ଆର୍ଆଇସିଏମ୍) ୫ ଲକ୍ଷ ୭୦ ହଜାର ନିୟୁତ ତାଇଓ୍ଵାନ୍ ଡଲାର୍ ଅନୁଦାନ ଦେଇଛି। ପ୍ରଥମ ଥର ଲାଗି ଭାରତ ସରକାର ତାଇଓ୍ଵାନର ଏକ ସରକାରୀ ପ୍ରତିଷ୍ଠାନକୁ ଆର୍ଥିକ ଅନୁଦାନ ଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। 'ଏନ୍ଆର୍ଆଇସିଏମ୍' ହେଉଛି ତାଇଓ୍ଵାନ୍ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ଅଧୀନସ୍ଥ ଏକ ସଂସ୍ଥାନ।
ରିପୋର୍ଟ ଅନୁଯାୟୀ, ଭାରତ ଓ ତାଇୱାନ ମଧ୍ୟରେ ପାରମ୍ପରିକ ଔଷଧ ବିନିମୟ ବୃଦ୍ଧି କ୍ଷେତ୍ରରେ ଦକ୍ଷିଣ ଏସୀୟ ଦେଶରେ ଥିବା ତାଇଓ୍ଵାନ୍ର ପ୍ରତିନିଧି କାର୍ଯ୍ୟାଳୟ ଏକ ସେତୁ ଭଳି କାମ କରୁଛି। ୨୦୧୬ରେ ପ୍ରଚଳିତ ତାଇଓ୍ଵାନର 'ନିୟୁ ସାଉଥ୍ବାଉଣ୍ଡ୍ ପଲିସି'ରେ ଥିବା ୧୮ଟି ଦେଶ ମଧ୍ୟରେ ଭାରତ ଅନ୍ୟତମ। ପାରମ୍ପରିକ ଭାରତୀୟ ଔଷଧ ଏବଂ ତାଇଓ୍ଵାନରେ ଥିବା ଚୀନୀ ଔଷଧ ସମ୍ପ୍ରଦାୟ ସହ ବିନିମୟ ପରିଚାଳନା ନିମନ୍ତେ ଭାରତ ସ୍ଥାୟୀ ଭାବେ 'ଆୟୁଷ ଇନ୍ଫର୍ମେସନ୍ ସେଲ୍' ଗଠନ କରି ସାରିଛି।