ହିମାଚଳ ପ୍ରଦେଶରେ ରାଜ୍ୟପାଳଙ୍କୁ ଠେଲାପେଲା କରି ୫ କଂଗ୍ରେସ ବିଧାୟକ ନିଲମ୍ବିତ


ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରୟ ଓ ବାଚସ୍ପତି ବିପିନ ପରମାର ବଜେଟ୍ ଅଧିବେଶନରେ ଯୋଗଦେବାକୁ ପହଞ୍ଚିଛନ୍ତି
ହିମାଚଳ ପ୍ରଦେଶ ବିଧାନସଭାରେ ଏକ ଅଭାବନୀୟ ଘଟଣାକ୍ରମେ ରାଜ୍ୟପାଳଙ୍କୁ ବିରୋଧୀ କଂଗ୍ରେସ ବିଧାୟକ ଠେଲାପେଲା କରିବାର ଅଭିଯୋଗ ହୋଇଛି। ଫଳରେ ବାଚସ୍ପତି ଠେଲା ପେଲା କରିବା ଅଭିଯୋଗରେ ବିରୋଧୀଦଳ ନେତାଙ୍କ ସମେତ ୫ ଜଣ କଂଗ୍ରେସ ବିଧାୟକଙ୍କୁ ଚଳିତ ବଜେଟ ଅଧିବେଶନର ଅବଶିଷ୍ଟ କାର୍ଯ୍ୟଦିବସରୁ ନିଲମ୍ବନ କରିଛନ୍ତି। ବାଚସ୍ପତି ବିପିନ ପରମାର ବିରୋଧୀଦଳ ନେତା ମୁକେଶ ଅଗ୍ନିହୋତ୍ରୀ, ବିଧାୟକ ହର୍ଷବର୍ଦ୍ଧନ ଚୌହ୍ବାନ, ସୁନ୍ଦର ସିଂହ ଠାକୁର, ସତପାଲ ରଇଜାଦା ଓ ବିନୟ କୁମାରଙ୍କୁ ନିଲମ୍ବନ କରିଛନ୍ତି।

ବଜେଟ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଧି ଅନୁସାରେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରୟ ସରକାରଙ୍କ ପ୍ରଦତ୍ତ ଅଭିଭାଷଣ ପଢ଼ିବା ଆରମ୍ଭ କରିଥିଲେ। ମାତ୍ର ବିରୋଧୀ କଂଗ୍ରେସ ସଦସ୍ୟମାନେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଗୃହ ଭିତରେ ହୋହଲ୍ଲା କରିଥିଲେ। ରାଜ୍ୟପାଳଙ୍କୁ ଅଭିଭାଷଣ ପଢ଼ିବା ପାଇଁ ସୁଯୋଗ ଦେଇ ନ ଥିଲେ। ଫଳରେ ରାଜ୍ୟପାଳ ତାଙ୍କ ଅଭିଭାଷଣର ଶେଷ ଲାଇନ ପଢ଼ି ଗୃହରୁ ବାହାରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ତାଙ୍କୁ ବିଧି ଅନୁସାରେ ଗୃହ ବାହାରକୁ ନେଉଥିଲା ବେଳେ କଂଗ୍ରେସ ବିଧାକ ତାଙ୍କୁ ଠେଲାପେଲା କରିଥିବା କୁହାଯାଉଛି। ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପ୍ରସ୍ତାବ ଅନୁସାରେ ସେହି ୫ କଂଗ୍ରେସ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିବା ନେଇ ପ୍ରସ୍ତାବ ପାରିତ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ