ସଜାଡ଼ନ୍ତୁ ବାସ୍ତୁ ଦୋଷ, ଘରେ ଦୂର ହେବ କଳହ


ପ୍ରତୀକାତ୍ମକ ଫଟୋ
ପରିବାରରେ ବିନା କାରଣରେ କାହାରି ନା କାହାରି ସହିତ ଝଗଡ଼ା ହେଇଯାଏ। ଏହା ବାସ୍ତୁ ଦୋଷ କାରଣରୁ ହୋଇପାରେ। ଏଠାରେ ଏଭଳି କେତେକ ଟିପ୍ସ ଦିଆଯାଇଛି, ଯାହା ଆପଣାଇ ଘରର ବାସ୍ତୁ ଦୋଷକୁ ଠିକ କରାଯାଇ ପାରେ। ଚାଲନ୍ତୁ ଜାଣିବା ପରିବାରର କଳହକୁ ଦୂର କରିବା ପାଇଁ କେତେକ ବାସ୍ତୁ ଟିପ୍ସ।

ଉତ୍ତର ପୂର୍ବ ଦିଗ
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ପୂର୍ବ (ଐଶାନ୍ୟ କୋଣ) ଉପରକୁ ଉଠି ରହିବା ଉଚିତ ନୁହେଁ। ଏହାଦ୍ବାରା ପିତା ପୁତ୍ରଙ୍କ ମଧ୍ୟରେ ଦୂରତା ବଢ଼ିଯାଏ।

ଭୁଲ ଦିଗରେ ଷ୍ଟୋର ରୁମ
ଘରର ଉତ୍ତର ପୂର୍ବ କୋଣରେ ଷ୍ଟୋର ରୁମ କରିବା ଉଚିତ ନୁହେଁ। କାରଣ ଏହାଦ୍ବାରା ଘରର ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଷ୍ଟୋର ରୁମ ସବୁବେଳେ ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ। ଏହି ସ୍ଥାନ ଷ୍ଟୋର ରୁମ ପାଇଁ ପୂରାପୂରି ଉପଯୁକ୍ତ।

ରୋଷେଇ ଘର ଓ ବାଥରୁମ
ଭୁଲ ଦିଗରେ ନିର୍ମାଣ ହୋଇଥିବା କିଚେନ ଓ ବାଥରୁମ ମଧ୍ୟ ଘର ଲୋକଙ୍କ ମଧ୍ୟରେ ମନାନ୍ତରର କାରଣ ହୋଇପାରେ।  ବାସ୍ତୁ ଅନୁସାରେ ବାଥରୁମ ଉତ୍ତର ପୂର୍ବ ଦିଗରେ ରହିବା ଉଚିତ ନୁହେଁ। କିଚେନ ଦକ୍ଷିଣ ପୂର୍ବ ଓ ବାଥରୁମର ନିର୍ମାଣ ଦକ୍ଷିଣ-ପଶ୍ଚିମ ଦିଗରେ କରିବା ଉଚିତ। ଏହାବ୍ୟତୀତ ଟଏଲେଟ ଉତ୍ତର ପୂର୍ବକୁ ଛାଡ଼ି ଯେ କୌଣସି ସ୍ଥାନରେ କରିଲେ ଚଳିବ।

ବିଦ୍ୟୁତ ଉପକରଣ
ଉତ୍ତର ପୂର୍ବ ଦିଗରେ ବିଦ୍ୟୁତ ଉପକରଣ ରଖିବା ଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ମନାନ୍ତର ହୋଇଥାଏ। ତେଣୁ ଘରର ଏହି ଦିଗରେ ବିଦ୍ୟୁତ ଉପକରଣ ରଖନ୍ତୁନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ