ହିନ୍ଦୁ ବିରୋଧୀ ଟ୍ବିଟ୍‌ ପାଇଁ କ୍ଷମା ମାଗିଲେ ପାକ ସାଂସଦ


ପାକିସ୍ତାନୀ ସାଂସଦ ଆଦିଲ ହୁସେନ୍‌
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ଜଣେ ସାଂସଦ ତାଙ୍କ ଟ୍ବିଟ ମାଧ୍ୟମରେ ହିନ୍ଦୁ ସମ୍ପ୍ରଦାୟର ଭାବାବେଗକୁ ଆଘାତ ପହଞ୍ଚାଇଥିବାର ଅଭିଯୋଗ ହୋଇଛି। ବିରୋଧୀଦଳ ନେତ୍ରୀ ମରିଅମ ନୱାଜଙ୍କୁ ଉପହାସ କରିବାକୁ ଯାଇ ପାକିସ୍ତାନ ତେହରିକ ଏ ଇନସାଫ ଦଳର ସାଂସଦ ଆଦିଲ ହୁସେନ୍‌ କରିଥିବା ଏହି ଟ୍ବିଟ ହିନ୍ଦୁମାନଙ୍କ ପାଇଁ ଅପମାନଜନକ ବୋଲି କୁହାଯାଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଏବେ ସେ ଏଥିପାଇଁ ସେ କ୍ଷମା ମାଗିଛନ୍ତି।

ସୂଚନା ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ଶରିଫ୍‌ଙ୍କ ଝିଅ ତଥା ବିରୋଧୀଦଳ ନେତ୍ରୀ ମରିଅମ୍‌ ନଓ୍ଵାଜ୍‌ଙ୍କୁ ବିଦ୍ରୂପ କରିବା ଲାଗି ପାକିସ୍ତାନ ସାଂସଦ ଆଦିଲ ହୁସେନ୍‌ ଏକ ହିନ୍ଦୁ ଦିଅଁଙ୍କ ଚିତ୍ର ଟ୍ବିଟ୍‌ କରିଥିଲେ। ଲୋକପ୍ରିୟ ଟିଭି ଉପସ୍ଥାପକ ଥିବା ହୁସେନଙ୍କୁ ଏଥିପାଇଁ ଧାର୍ମିକ ପଣ୍ଡିତ, ହିନ୍ଦୁ ସଂଗଠନ, ନାଗରିକ ସମାଜ ଏବଂ ଅନ୍ୟ ରାଜନେତାଙ୍କ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ପରେ ହୁସେନ୍‌ ତାଙ୍କ ଟ୍ବିଟ୍‌ ଡିଲିଟ୍‌ କରି ହିନ୍ଦୁ ସମ୍ପ୍ରଦାୟଙ୍କୁ କ୍ଷମା ମାଗିଥିଲେ। ସେ ଲେଖିଥିଲେ, ହିନ୍ଦୁ ସମ୍ପ୍ରଦାୟଙ୍କ ଭାବାବେଗ ଆଘାତ ପାଇଥିବ ବୋଲି ମୁଁ ଜାଣେ। ମୁଁ ସମସ୍ତ ବିଶ୍ୱାସକୁ ସମ୍ମାନ ଦିଏ। ମୋର ଧର୍ମ ଏହା ହିଁ  ମତେ ଶିକ୍ଷା ଦେଇଛି ବୋଲି ସାଂସଦ ହୁସେନ୍‌  କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ