ବୁଲାକୁକୁରଙ୍କ ପାଇଁ ଛାଡିଲେ ଚାକିରି, ଖୋଲିଦେଲେ ଟ୍ରେଜେରି


ବୁଲାକୁକୁର ପ୍ରେମୀ ଶ୍ରୀଲଙ୍କାର କୋଟିପତି ଉଦ୍ୟୋଗୀ ଓଟାରା
ଏଭଳି ଜଣେ ମହିଳା ଅଛନ୍ତି ଯିଏକି ରାସ୍ତାକଡ଼ର ବୁଲାକୁକୁରଙ୍କ ପାଇଁ ନିଜର ପ୍ରତିପତ୍ତି, ରୋଜଗାର ଓ ସଞ୍ଚୟକୁ ଜଳାଞ୍ଜଳି ଦେଇ ପାରିଛନ୍ତି। ଏଭଳି ବୁଲାକୁକୁରଙ୍କ ଜୀବନର ସୁରକ୍ଷା ପାଇଁ ସମର୍ପିତ ଥିବା ମହିଳା ଜଣକ ହେଉଛନ୍ତି ଶ୍ରୀଲଙ୍କାର ଜଣେ କୋଟିପତି ଉଦ୍ୟୋଗୀ ତଥା ସମାଜସେବୀ ଓଟାରା। ରାସ୍ତାକଡ଼ର ବୁଲାକୁକୁରଙ୍କ ପାଇଁ ସେ ନିଜର ବିପୁଳ ସମ୍ପତ୍ତିକୁ ମୁକ୍ତ ହସ୍ତରେ ଖର୍ଚ୍ଚ କରୁଛନ୍ତି।

ଶ୍ରୀଲଙ୍କାରେ ଏବେ ବୁଲାକୁକୁରଙ୍କ ସଂଖ୍ୟା ବଢ଼ି ୧.୩ ବିଲିୟନ। ଏମାନଙ୍କ ଦେଖାରଖା ପାଇଁ କୌଣସି ସଂସ୍ଥା ଆଗ୍ରହ ପ୍ରକାଶ କରନ୍ତି ନାହିଁ। ରାସ୍ତାକଡରେ ଭୋକ ଓ ଅସୁରକ୍ଷିତ ଭାବେ ସେମାନଙ୍କ ଜୀବନରୁ ଆୟୁଷ କମି କମି ଆସେ। ଓଟାରାଙ୍କୁ ଏଭଳି ଦୃଶ୍ୟ ସହ୍ୟ ହେଲା ନାହିଁ। ସେ ବୁଲାକୁକୁରଙ୍କ ପାଇଁ ଆରମ୍ଭ କଲେ ବିଭିନ୍ନ ଯୋଜନା। ଏବେ ୮୦ ହଜାର ବୁଲାକୁକୁରଙ୍କୁ ଓଟରା ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏମାନଙ୍କ ପାଇଁ ଦୈନିକ ଖାଦ୍ୟ, ଔଷଧ ଓ ଆଶ୍ରୟର ବ୍ୟବସ୍ଥା କରିଛନ୍ତି। ଫ୍ୟାଶନ, ମଡେଲିଙ୍ଗ ଓ ବିଶାଳକାୟ ଡିପାର୍ଟମେଣ୍ଟାଲ ଷ୍ଟୋରର ପରିଚାଳନା କରୁଥିବା ଓଟାରା ଏବେ କୁକୁରଙ୍କ ସୁରକ୍ଷା ପାଇଁ ଶ୍ରୀଲଙ୍କାର ପ୍ରତି ଘରେ ସଚେତନତାର ବାର୍ତ୍ତା ପହଞ୍ଚାଉଛନ୍ତି। ଓଟାରା କହନ୍ତି ଜଣେ କେତେ ଟଙ୍କା ରୋଜଗାର କରିଛି ତାହା ବଡ଼କଥା ନୁହଁ। ବଡ଼ କଥା ହେଉଛି ସେ କେତେ ଅଧିକ ଲୋକଙ୍କୁ ସାହାଯ୍ୟ କରିପାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ