କୋଠେୱାଲୀରୁ ମୁମ୍ବାଇର ଲେଡି ଡନ ପାଲଟିଥିଲେ ଗଙ୍ଗୁବାଈ

୫୦୦ ଟଙ୍କାରେ ବିକ୍ରି କରିଦେଇଥିଲେ ପତି

ଗଙ୍ଗୁବାଇ କାଠିଆୱାଡ଼ୀ ଓ ଆଲିଆ
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ନିଜ ଆଗାମୀ ସିନେମା ‘ଗଙ୍ଗୁବାଈ କାଠିଆୱାଡ଼ୀ’କୁ ନେଇ ଚର୍ଚ୍ଚାରେ। ନିକଟରେ ଫିଲ୍ମର ଟିଜର ରିଲିଜ କରାଯାଇଛି। ଫିଲ୍ମରେ ଆଲିଆ ବିଲକୁଲ ଅଲଗା ଓ ଦମଦାର ଅନ୍ଦାଜରେ ଗଙ୍ଗୁବାଈ ଚରିତ୍ରରେ ନଜର ଆସୁଛନ୍ତି। ଏବେ ଟିଜର ଦେଖି ସମସ୍ତଙ୍କ ମନରେ ସର୍ବପ୍ରଥମେ ପ୍ରଶ୍ନ ଆସିବ ଯେ ଗଙ୍ଗୁବାଈ କାଠିଆୱାଡ଼ୀ କିଏ? ତେବେ ଚାଲନ୍ତୁ ଜାଣିବା ଗଙ୍ଗୁବାଈ କାଠିଆୱାଡ଼ୀଙ୍କ ସମ୍ପର୍କରେ କେତେକ ରୋଚକ କଥା।

ଗଙ୍ଗୁବାଈ କାଠିଆୱାଡ଼ୀ କିଏ?
ଗଙ୍ଗୁବାଈ କାଠିଆୱାଡ଼ୀଙ୍କ ସମ୍ପର୍କରେ ଲେଖକ ଏସ ହୁସୈନ ଜେଦିଙ୍କ ପୁସ୍ତକ ‘ମାଫିୟା କ୍ବୀନ ଅଫ ମୁମ୍ବାଇ’ରେ ଉଲ୍ଲେଖ କରାଯାଇଛି। ଏହି ପୁସ୍ତକ ମୁତାବକ ଗଙ୍ଗୁବାଈଙ୍କ ଅସଲି ନାମ ଗଙ୍ଗା ହରଜୀବନଦାସ କାଠିଆୱାଡ଼ୀ। ଗୁଜରାଟର କାଠିଆୱାଡରେ ରହୁଥିବା ଗଙ୍ଗୁବାଈଙ୍କୁ ବହୁତ ସ୍ବଳ୍ପ ବୟସରେ କିଭଳି ବେଶ୍ୟାବୃତ୍ତିକୁ ଆପଣାଇବାକୁ ବାଧ୍ୟ କରାଯାଇଛି, ତାହା ବର୍ଣ୍ଣିତ।

ପ୍ରେମ ପାଇଁ ଘରୁ ଫେରାର ହୋଇଯାଇଥିଲେ
ପିଲାଦିନୁ ଗଙ୍ଗୁବାଈ ଅଭିନେତ୍ରୀ ହେବାକୁ ଚାହୁଥିଲେ। ସେ ୧୬ ବର୍ଷ ବୟସରେ ପିତାଙ୍କ ଆକାଉଣ୍ଟାଣ୍ଟଙ୍କ ସହ ପ୍ରେମରେ ପଡ଼ି ଯାଇଥିଲେ। କିନ୍ତୁ ତାଙ୍କ ଘର ଲୋକ ଏ ସମ୍ପର୍କର ବିରୋଧୀ  ଥିଲେ। ଏହାପରେ ଗଙ୍ଗୁବାଈ ମୁମ୍ବାଇ ଫେରାର ହୋଇଯାଇଥିଲେ ଓ ପ୍ରେମିକଙ୍କ ସହିତ ବିବାହ କରିଥିଲେ।

ଯାହା ପାଇଁ ଘର ଛାଡ଼ିଥିଲେ, ସେ ହିଁ ଦେଇଥିଲେ ଧୋକା
ଅଭିନେତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ଗଙ୍ଗୁବାଈ କେବେ ବି ଭାବି ନ ଥିଲେ ଯେ ତାଙ୍କ ପତି ତାଙ୍କୁ ବିକ୍ରି କରି ଦେଇଥିଲେ। ଯାହାଙ୍କ ପ୍ରେମ ପାଇଁ ଗଙ୍ଗୁବାଈ ଘରୁ ଫେରାର ହୋଇଯାଇଥିଲେ, ସେ ତାଙ୍କୁ ମାତ୍ର ୫୦୦ ଟଙ୍କାରେ କୋଠିରେ ବିକ୍ରି କରି ଦେଇଥିଲେ।

ଗଙ୍ଗୁବାଈଙ୍କ ସହିତ ମୁହାଁମୁହିଁ ହେବାକୁ ଡରୁଥିଲେ ଲୋକ
ଗଙ୍ଗୁବାଈଙ୍କ ସହିତ ଜବରଦସ୍ତୀ ଧନ୍ଦା କରାଯାଉଥିଲେ। ଏହାପରେ ସେ ଏହି ରଙ୍ଗରେ ରଙ୍ଗେଇ ହୋଇଯାଇଥିଲେ ଓ ଗଙ୍ଗୁବାଈ କୋଠେୱାଲି ପାଲଟିଯାଇଥିଲେ। ସେ ମୁମ୍ବାଇସ୍ଥିତ ହୀରାମଣ୍ଡିରେ କୋଠା ଚଲାଉଥିଲେ। କେବଳ ସେତିକି ନୁହେଁ ଗଙ୍ଗୁବାଈ ପ୍ରଥମ ଏଭଳି ମହିଳା ଥିଲେ, ଯିଏ ଦେଶରେ ଅନେକ ସହରରେ କୋଠା ଖୋଲିଥିଲେ। ଗଙ୍ଗୁବାଈ ଅଡ଼ୁଆର ସାମ୍ନା କରି ନିଜକୁ ଏତେ ମଜବୁତ ଓ ନିର୍ଭୀକ କରାଇଥିଲେ ଯେ ତାଙ୍କ ଦବଦବା ଦେଖି କେହି ତାଙ୍କ ସହିତ ପଙ୍ଗା ନେବାକୁ ସାହସ କରୁ ନ ଥିଲେ।

ଗଙ୍ଗୁବାଈଙ୍କ ହୋଇଥିଲା ବଳାତ୍କାର
‘ମାଫିଆ କ୍ବୀନ ଅଫ ମୁମ୍ବାଇ’ ପୁସ୍ତକରେ ଡନ କରୀମ ଲାଲା ସମ୍ପର୍କରେ କୁହାଯାଇଛି। କରୀମ ଲାଲାଙ୍କ ଗ୍ୟାଙ୍ଗର ଜଣେ ସଦସ୍ୟ ଗଙ୍ଗୁବାଈଙ୍କୁ ବଳାତ୍କାର କରିଥିଲେ। ଏହାପରେ ଗଙ୍ଗୁବାଈ ନ୍ୟାୟ ମାଗିବା ଲାଗି କରୀମ ଲାଲା ପାଖକୁ ଯାଇଥିଲେ ଓ ତାଙ୍କୁ ଭାଇ କହି ରାକ୍ଷୀ ବାନ୍ଧିଥିଲେ। ସେହିପରି ଭାଇ ହୋଇଥିବା ଯୋଗୁ କରୀମ ଲାଲା ଗଙ୍ଗୁବାଈଙ୍କୁ କମାଠୀପୁରା ଦେଇଥିଲେ।

ସବୁଠାରୁ ବଡ଼ ଲେଡି ଡନ
ଗଙ୍ଗୁବାଇ ମୁମ୍ବାଇର ସବୁଠାରୁ ବଡ଼ ଲେଡି ଡନ ଭାବେ ଜଣାଶୁଣା ଥିଲେ। କିନ୍ତୁ ସେ ସବୁବେଳେ ଦେହଜୀବୀମାନଙ୍କୁ ସେମାନଙ୍କ ଅଧିକାର ଦେବା ଲାଗି ସାହାଯ୍ୟ କରିଥିଲେ। ଗଙ୍ଗୁବାଈ କେବେ ବି କୌଣସି ମହିଳାଙ୍କୁ ଜବରଦସ୍ତୀ କରି ଧନ୍ଦାରେ ଲଗାଉ ନ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ