ସ୍ବାଦିଷ୍ଟ ସୁଜି ବେସନ ଚିଲା


ସୁଜି ବେସନ ଚିଲା
ଯଦି ଆପଣ ପିଲାଙ୍କ ଟିଫିନକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆପଣ ତାଙ୍କ ପାଇଁ ସୁଜି ବେସନ ଚିଲା ତିଆରି କରିପାରିବେ। ଏହା ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ସ୍ବାସ୍ଥ୍ୟକର ମଧ୍ୟ। ଏପରିସ୍ଥଳେ ଆପଣ ପିଲାଙ୍କ ସ୍ବାସ୍ଥ୍ୟ ମଧ୍ୟ ଠିକ ରହିବ। ତେବେ ଚାଲନ୍ତୁ ଜାଣିବା ଏହାକୁ ତିଆରି କରିବାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
ଅଧ କପ ସୁଜି, ଅଧ କପ ବେସନ, ଅଧ କପ ଦହି, ୧ଟି କଟା ପିଆଜ, ୧ଟି କଟା ଟମାଟୋ, ୧ଟି କଟା କଞ୍ଚା ଲଙ୍କା, ୧ ଛୋଟ ଚାମଚ କଟା ରସୁଣ, ସ୍ବାଦାନୁସାରେ ଲୁଣ, ଲଙ୍କା ଗୁଣ୍ଡ ଓ ଆବଶ୍ୟକ ଅନୁସାରେ ପାଣି, ୧ ବଡ଼ ଚାମଚ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସ୍ମୁଦ ପେଷ୍ଟ ତିଆରି କରନ୍ତୁ। ଏବେ ଏଥିରେ ସୁଜି, ବେସନ ଓ ଲୁଣ ମିଶାଇ ୨୦ରୁ ୨୫ ମିନିଟ ଯାଏ ଅଲଗା ରଖନ୍ତୁ। ସୁଜି ବ୍ଯାଟରରେ କଟା ପିଆଜ, ଟମାଟୋ, କଞ୍ଚା ଲଙ୍କା, ରସୁଣ, ଲଙ୍କା ଗୁଣ୍ଡ ଓ ଲୁଣ ମିଶାନ୍ତୁ। ପ୍ଯାନରେ ୧ ଛୋଟ ଚାମଚ ତେଲ ଗରମ କରି ଉପରେ ଏକ ବଡ଼ ଚାମଚ ବ୍ଯାଟର ପକାଇ ଚାରିଆଡ଼କୁ କରନ୍ତୁ। ଚିଲାକୁ ଉଭୟ ପାର୍ଶ୍ବରୁ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଜି ବେସନ ଚିଲା। ଏହାକୁ ପିଲାଙ୍କ ଟିଫିନରେ ଟମାଟୋ ସସ ସହିତ ପ୍ଯାକ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ