ଆଧୁନିକ ଜୀବନଶୈଳୀରେ ଯୁବାବସ୍ଥାରେ ଆସେ ଅଧିକ ସମସ୍ୟା, କାରଣ ଜାଣନ୍ତୁ


ପ୍ରତୀକାତ୍ମକ ଫଟୋ
ସାଧାରଣତଃ ଦେଖାଯାଏ ମଣିଷର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସମସ୍ୟା ବଢ଼ିବା ଆରମ୍ଭ ହୋଇଯାଏ। କିନ୍ତୁ ବର୍ତ୍ତମାନ ସମୟରେ ଏହି ପ୍ରଥା ବଦଳିଗଲାଣି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ବ୍ୟକ୍ତି ଜୀବନରେ ସବୁଠାରୁ ବେଶୀ ସମସ୍ୟା ଯୁବାବସ୍ଥାରେ ଆସିଥାଏ।

ଏହି ଗବେଷଣା ଅନୁସାରେ ମଣିଷ ଜୀବନର ସବୁଠାରୁ ବଡ଼ ସମସ୍ୟା ୨୫ରୁ ୩୦ ବର୍ଷ ବୟସ ମଧ୍ୟରେ ଆସିଥାଏ। ୨୬ ବର୍ଷ ୯ ମାସ ମଧ୍ୟରେ ଜଣେ ବ୍ୟକ୍ତି ନିଜ ଜୀବନର ଏକ ଚତୁର୍ଥାଂଶ ସମସ୍ୟାର ସାମ୍ନା କରିସାରିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ କୁହାଯାଇଛି।

ଲିଙ୍କଡ୍‌ ଇନ୍‌ ଦ୍ବାରା କରାଯାଇଥିବା ଏହି ରିସର୍ଚ୍ଚ ଅନୁସାରେ ୨୫ରୁ ୩୩ ବର୍ଷ ବୟସ ମଧ୍ୟରେ ବ୍ୟକ୍ତି ନିଜ ଜୀବନର ତିନି ଚତୁର୍ଥାଂଶ ସମସ୍ୟାର ସମ୍ମୁଖୀନ ହୋଇସାରିଥାଏ। ଏହି ବୟସରେ ସାଧାରଣଥଃ ଅଧିକାଂଶ ନିଜ କ୍ୟାରିଅର ତଥା ଚାକିରିକୁ ନେଇ ବ୍ୟସ୍ତ ରହିଥାନ୍ତି। ମନୋବିଜ୍ଞାନୀ ଡା. ଫାକେଙ୍କ କହିବାନୁସାରେ ପୂର୍ବର ଯୁବପିଢ଼ି ତୁଳନାରେ ଗତ କିଛି ବର୍ଷ ହେଲା ବର୍ତ୍ତମାନର ଯୁବପିଢ଼ି ବେଶୀ ମାତ୍ରାରେ ଚାପ ଏବଂ ସସମ୍ୟାର ସମ୍ମୁଖୀନ ହେଉଛନ୍ତି।

ଡା.ଫାକେଙ୍କ କହିବାନୁସାରେ ୨୦ରୁ ୩୦ ବର୍ଷ ବୟସର ଯୁବପିଢ଼ି ଘର, ବୃତ୍ତି ଏବଂ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଅଧିକ ଚିନ୍ତାରେ ରହୁଛନ୍ତି। ନିଜ ଜୀବନରେ ସ୍ଥିର କରିଥିବା ଲକ୍ଷ୍ୟରେ ପହଞ୍ଚିବାରେ ଯୁବପିଢ଼ି ବାରମ୍ବାର ଅସଫଳ ହେଉଛନ୍ତି। ଏହା ମଧ୍ୟ ସେମାନଙ୍କ ପାଇଁ ବଡ଼ ଚିନ୍ତାର କାରଣ ବୋଲି ଡା. ଫାକେ କହିଛନ୍ତି।

ଏହି ଗବେଷଣାରେ ୬୦୦୦ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରେ ଲଣ୍ଡନ, ଆମେରିକା, ଅଷ୍ଟ୍ରେଲିଆ ସମେତ ଭାରତର ଲୋକେ ମଧ୍ୟ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ଯୁବପିଢ଼ି କହିଥିଲେ ସେ ସେମାନେ ଏହି ସମୟରେ କ୍ୟାରିଅର ଆରମ୍ଭ କରିଥିଲେ। ସେହିପରି ଏକ ତୃତୀୟାଂଶ ଯୁବପିଢ଼ି ଏହି ବୟସରେ ସେମାନଙ୍କ କ୍ୟାରିଅରକୁ ବଦଳାଇଦେଇଥିଲେ ବୋଲି କହିଥିଲେ। ଗବେଷଣାରେ ସାମିଲ ହୋଇଥିବା ଅଧା ଯୁବପିଢ଼ି ସେମାନଙ୍କ ରୋଜଗାର ପର୍ଯ୍ୟାପ୍ତ ନୁହେଁ ବୋଲି କହିଥିବାବେଳେ ୪୪ ପ୍ରତିଶତ ଯୁବପିଢ଼ି ଘର କିଣିବା ତାଙ୍କ ସାମର୍ଥ୍ୟ ବାହାରେ ବୋଲି କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ