ହନିମୁନ୍‌ ପାଇଁ ବାଛନ୍ତୁ ଏସବୁ ସ୍ଥାନ


ପ୍ରତୀକାତ୍ମକ ଫଟୋ
ବାହାଘର ପରେ ପରସ୍ପରକୁ ଭଲ ଭାବେ ବୁଝିବା ଏବଂ କିଛି ସମୟ ଏକାନ୍ତରେ ବିତାଇବା ଲାଗି ଦମ୍ପତି ହନୁମୁନ୍‌ରେ ଯିବା ଲାଗି ଯୋଜନା କରିଥାନ୍ତି। ଏଭଳି କିଛି ସ୍ଥାନ ସମ୍ପର୍କରେ ଚାଲନ୍ତୁ ଜାଣିବା ଯେଉଁଠି ଦମ୍ପତି ଦୁନିଆର ଭିଡ଼ଠାରୁ ଦୂରେଇ ରହି ଶାନ୍ତିରେ ରହିପାରିବେ। ଭାରତରେ ଥିବା ଏହି ସବୁ ସ୍ଥାନ ଆପଣଙ୍କ ହନିମୁନ୍‌କୁ ସ୍ମରଣୀୟ କରି ରଖିବ। ଚାଲନ୍ତୁ ଜାଣିବା ଏହିଭଳି କିଛି ସ୍ଥାନ ସମ୍ପର୍କରେ।

ହାଫ୍‌ଲଙ୍ଗ

ଆସାମରେ ସ୍ଥିତ ହାଫ୍‌ଲଙ୍ଗ ହିଲ୍‌ଷ୍ଟେସନ୍‌ ହନିମୁନ୍‌ ଡେଷ୍ଟିନେସନ୍‌ ଭାବେ ଖୁବ୍‌ ଲୋକପ୍ରିୟ। ଏଠାରେ ଶାନ୍ତ ସ୍ନିଗ୍ଧ ପରିବେଶରେ ଆପଣ ନିଜ ସାଥୀଙ୍କ ସହ କିଛି ସମୟ ନିରୋଳାରେ ଅତିବାହିତ କରିପାରିବେ। ଆସାମର ରାଜଧାନୀ ଗୁୱାହାଟୀଠାରୁ ୩୧୦ କିମି ଦୂରରେ ଏହି ଶୈଳନିବାସ ଅବସ୍ଥିତ। ଟ୍ରେକିଂ, ପାରାଗ୍ଲାଇଡିଂ ଭଳି ଦୁଃସାହସିକ କାର୍ଯ୍ୟରେ ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ।

ହର୍ସଲେ ହିଲ୍‌ସ

ଆନ୍ଧ୍ର ପ୍ରଦେଶର ସବୁଠାରୁ ସୁନ୍ଦର ହନିମୁନ୍‌ ଡେଷ୍ଟିନେସନ୍‌ ମଧ୍ୟରେ ହର୍ସଲେ ହିଲ୍ସ ଅନ୍ୟତମ। ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲାରେ ଏହି ହର୍ସଲେ ହିଲ୍ସ ଅବସ୍ଥିତ। ଏଠାରେ ସାଥୀଙ୍କ ସହ ବୁଲିବା ପାଇଁ ରହିଛି ଅନେକ ସୁନ୍ଦର ଓ ଆକର୍ଷଣୀୟ ସ୍ଥାନ। ଦମ୍ପତିମାନେ ଏଠାରେ କୌଣ୍ଡିନ୍ୟା ୱାଇଲ୍ଡ ଲାଇଫ୍‌ ସାଙ୍କଞ୍ଚୁଆରି, ମାଲ୍ଲାମା ମନ୍ଦିର, ଏନ୍‌ଭିରନ୍‌ମେଣ୍ଟ ପାର୍କ, ଆଦି ବୁଲି ଦେଖିପାରିବେ।

ତାରକର୍ଲି

ପାର୍ଟନରଙ୍କ ସହ ରୋମାନ୍ସ ସହ ରୋମାଞ୍ଚର ମଜା ନେବା ଲାଗି ମୁମ୍ବାଇଠାରୁ ୫୪୬ କିମି ଦୂରରେ ଅବସ୍ଥିତ ତାରକର୍ଲି ସବୁଠାରୁ ଉତ୍ତମ ଡେଷ୍ଟିନେସନ। ରୋମାଣ୍ଟିକ୍‌ ଡେଟ୍‌ରେ ଆପଣ ନିଜ ସାଥୀଙ୍କ ସହ ‘ସିଫୁଡ୍‌’ର ମଜା ମଧ୍ୟ ନେଇପାରିବେ।

ତାୱଙ୍ଗ
ଅରୁଣାଚଳ ପ୍ରଦେଶରେ ଥିବା ଏହି ସ୍ଥାନ ସ୍ବର୍ଗଠାରୁ ମଧ୍ୟ କମ୍ ନୁହେଁ। ଏହି ସ୍ଥାନରେ ଆପଣ ନିଜ ସାଥୀ ସହିତ ରୋମାଣ୍ଟିକ୍‌ ସମୟ ବିତାଇପାରିବେ।

ଧନୌଲ୍ଟି
ଉତ୍ତରାଖଣ୍ଡରେ ଥିବା ଏହି ଲୋକପ୍ରିୟ ଏବଂ ସୌନ୍ଦର୍ଯ୍ୟରେ ଭରା ଶୈଳନିବାସ ନବବିବାହିତ ଦମ୍ପତିଙ୍କ ପାଇ ସ୍ବର୍ଗଠାରୁ କମ୍ ନୁହେଁ। ସହରୀ ଜୀବନର ଗହଳି ଚହଳି ପୂର୍ଣ୍ଣ ଜୀବନଠାରୁ ଦୂରରେ ରହି ଆପଣ ନିଜ ସାଥୀଙ୍କ ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ