କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ


ମୁହାଁମୁହିଁ ଅବସ୍ଥାରେ କଂଗ୍ରେସ କର୍ମୀ
ପୁଣି ପଦାରେ ପଡ଼ିଲା କଂଗ୍ରେସ କଳି। ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ। ପିସିସି ସଭାପତିଙ୍କ ଉପସ୍ଥିତିରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ଦୁଇ ଗୋଷ୍ଠୀ। କଂଗ୍ରେସ ଭବନ ପରିସରରେ ହେବାକୁ ଥିବା ଓବିସି ସେଲ୍‌ ବୈଠକ ପୂର୍ବରୁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦୁଇ ଗୋଷ୍ଠୀ ଜଗତସିଂହପୁରର ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର କଂଗ୍ରେସ ଭବନରେ ଓବିସି ସେଲ୍‌ ବୈଠକ ବସିବାର ଥିଲା। ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ ଆଜି କଂଗ୍ରେସ ଭବନରେ ଏକ ବୈଠକ ଡାକିଥିଲେ। ଏଥିରେ ଯୋଗ ଦେଇଥିଲେ ଜଗତସିଂହପୁରର ଦୁଇ ଗୋଷ୍ଠୀ। ପରିଷଦ ବୈଠକ ପୂର୍ବରୁ କଂଗ୍ରେସ ଭବନରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ତାଲା ପକାଇ ଦେଇଥିଲେ ଗୋଟିଏ ଗୋଷ୍ଠୀ। ଦଳ ବିରୋଧୀ କାମ ଅଭିଯୋଗରେ ବିଷ୍ଣୁ ବାରିକଙ୍କ ବିରୋଧରେ ସ୍ବର ଉଠିଛି। ଏନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ସୁରେଶ କୁମାର ରାଉତରାୟ ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ।

ଗଣ୍ଡଗୋଳକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। କେହି ଶୃଙ୍ଖଳାରୁ ଊର୍ଦ୍ଧ୍ୱ ନୁହନ୍ତି। ଯିଏ ଏହାକୁ ଉଲ୍ଲଘଂନ କରିବା, ତା’ ବିରୋଧରେ ନିହାତି ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ବିଷ୍ଣୁ ବାରିକ କହିଛନ୍ତି, ମୁଁ ବର୍ତ୍ତମାନ ଓବିସି ଅଧ୍ୟକ୍ଷ ଅଛି। ମୋର ବିଜେଡି ସହ କୌଣସି ସମ୍ପର୍କ ନାହିଁ। ମୋ ସାନଭାଇର ସାଙ୍ଗ ବିଜେଡିରେ ବିଧାୟକ ଅଛନ୍ତି । ସେ ତା’ ଘରକୁ ଯାଇପାରିବେ। ହେଲେ ମୁଁ ବିଜେଡିରେ ମିଶିନାହିଁ ବୋଲି ସେ କହିଛନ୍ତି।  ବିଧାୟକ ସୁର ରାଉତରାୟ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ଥିତିରେ ସୁଧାର ଆସିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ