ଦୁଇ ଭାଗ ହେବ ନେପାଳ କମୁନିଷ୍ଟ ପାର୍ଟି!


ନେପାଳ କମୁନିଷ୍ଟ ପାର୍ଟିର ଦୁଇ ଶୀର୍ଷ ନେତା ପ୍ରଚଣ୍ଡ ଓ କେପି ଶର୍ମା ଓଲି (ଫାଇଲ ଫଟୋ)
ନେପାଳରେ ଶାସନ କ୍ଷମତାରେ ଥିବା ନେପାଳ କମୁନିଷ୍ଟ ପାର୍ଟି (ଏନସିପି) ଦୁଇ ଭାଗ ହେବା ସ୍ଥିତିରେ ଉପନୀତ ହୋଇଛି। ଦେଶର ସୁପ୍ରିମକୋର୍ଟ ପାର୍ଲାମେଣ୍ଟକୁ ପୁନଃ କ୍ଷମତାସୀନ କରିବା ପାଇଁ ନିର୍ଦେଶ ଦେବା ପରେ ଏନସିପି ଦୁଇ ଭାଗ ହେବା ନେଇ ବାଟ ଫିଟିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଗାଦିଚ୍ୟୁତ କରିବା ପାଇଁ ନିଜ ଦଳ ଭିତରେ ବିରୋଧୀ ଭାବେ ପରିଚିତ ପ୍ରଚଣ୍ଡ ଓ ମାଧବ ନେପାଳ ଗୋଷ୍ଠୀ ମିଳିତ ଭାବେ ଗୋଟି ଚାଳନା କରିବା ଆରମ୍ଭ କରିଛନ୍ତି। ସେମାନେ ବିରୋଧୀ ନେପାଳୀ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦୁଏବାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଏଥିସହ ପ୍ରଚଣ୍ଡ-ମାଧବ ନେପାଳ, ଜନତା ସମାଜବାଦୀ ପାର୍ଟି (ଜେଏସପି) ନେତା ବାବୁରାମ ଭଟ୍ଟରାଇଙ୍କ ସହ ମଧ୍ୟ ବିଚାରବିମର୍ଶ ଆରମ୍ଭ କରିଛନ୍ତି। ନେପାଳରେ ଓଲିଙ୍କୁ ହଟାଇ ଏକ ମିଳିତ ସରକାର ପ୍ରତିଷ୍ଠା ପାଇ ଉଦ୍ୟମ ଆରମ୍ଭ ହୋଇଛି। ଏପରିକି ପ୍ରଧାନମନ୍ତ୍ରୀ ଓଲି ମଧ୍ୟ ନିଜ ଆସନ ସୁରକ୍ଷିତ କରିବା ନେଇ ନେପାଳୀ କଂଗ୍ରେସର ନେତାମାନଙ୍କ ସହ ଗୁପ୍ତ ମନ୍ତ୍ରଣା କରୁଥିବା ସୂଚନା ମିଳିଛି।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ୧୩ ଦିନରେ ସଂସଦର ଅଧିବେଶନ ଡାକିବା ଜରୁରୀ। ତେଣୁ ଏପରି ସ୍ଥିତିରେ ଏନସିପିର ଦୁଇ ଗୋଷ୍ଠୀ ନିଜ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ପାଇଁ ଲାଗି ପଡ଼ିଛନ୍ତି। ପ୍ରଚଣ୍ଡ-ମାଧବ ନେପାଳ ଗୋଷ୍ଠୀ ନେପାଳୀ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦୁଏବାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ବି ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଦୁଏବା ମଧ୍ୟ ଆଉ ଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ଆଶାବାଦୀ ହୋଇ ଉଠିଛନ୍ତି। ପ୍ରଚଣ୍ଡ-ମାଧବ ନେପାଳ ଗୋଷ୍ଠୀ ହାତରେ ୯୦ ସାଂସଦଙ୍କ ସମର୍ଥନ ରହିଥିଲା ବେଳେ ଓଲିଙ୍କ ସପକ୍ଷରେ ୮୩ ସାଂସଦଙ୍କ ସମର୍ଥନ ରହିଛି। ଏପଟେ ନେପାଳୀ କଂଗ୍ରେସ ପାଖରେ ୬୧ ଓ ଜେଏସପି ପାଖରେ ୩୨ ସାଂସଦଙ୍କ ସମର୍ଥନ ରହିଛି। ତେଣୁ ଆଗାମୀ ଦିନରେ ଏନସିପି ଦୁଇ ଭାଗ ହୋଇ ଗୋଟିଏ ଗୋଷ୍ଠୀ ବିରୋଧୀ ନେପାଳୀ କଂଗ୍ରେସ ଓ ଜେଏସପି ସହଯୋଗରେ ସରକାର ଗଠନ ଏକପ୍ରକାର ନିଶ୍ଚିତ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ